ଶୋଏବ ଅଖତରଙ୍କ କାରଣରୁ କୋଲକାତାରେ ଏହି ଦିନ ହୋଇଥାନ୍ତା ବଡ଼ ଦଙ୍ଗା, ଜାଣନ୍ତୁ କଣ ଥିଲା ମାମଲା

  1. Home
  2. Cric Special

ଶୋଏବ ଅଖତରଙ୍କ କାରଣରୁ କୋଲକାତାରେ ଏହି ଦିନ ହୋଇଥାନ୍ତା ବଡ଼ ଦଙ୍ଗା, ଜାଣନ୍ତୁ କଣ ଥିଲା ମାମଲା


କ୍ରିକେଟ୍ ଖବର : ଯେତେବେଳେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ ହୁଏ , ତାହା ସବୁଠୁ ବଡ ତଥା ରୋମାଞ୍ଚକର ମ୍ୟାଚ୍ ହୋଇଥାଏ। ଏମିତିକି କ୍ରିକେଟ୍ ଇତିହାସରେ ଏହା ସବୁଠାରୁ ସମ୍ବେଦନଶୀଳ ମ୍ୟାଚ ଭାବରେ ପରିଗଣିତ କରାଯାଇଛି। ଯେତେବେଳେ ଏହି ଦୁଇ ଦଳ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହୁଅନ୍ତି, ସେତେବେଳେ ପ୍ରଶଂସକମାନେ ମଧ୍ୟ ଏହି ମ୍ୟାଚକୁ ବହୁତ ଉତ୍ସାହର ସହିତ ଉପଭୋଗ କରନ୍ତି। ଉଭୟ ଦେଶର ଦର୍ଶକ ସେମାନଙ୍କ ଦଳ ଜିତିବାର ଦେଖିବାକୁ ଆଗ୍ରହୀ ହୋଇଥାନ୍ତି। ଏପରିକି ପଡ଼ିଆରେ ଖେଳାଳିଙ୍କ ଗତିବିଧି ମଧ୍ୟ ଏହି ମ୍ୟାଚକୁ ଅଧିକ ଆକର୍ଷଣୀୟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଆଜିଠୁ ଠିକ ୨୩ ବର୍ଷ ତଳେ ଏକ ଘଟଣା କ୍ରିକେଟ୍ ଇତିହାସର ପ୍ରଛଦ ପଟରେ ରହିଛି। ଆଜିର ଦିନରେ ୨୦ ଫେବୃଆରୀ ୧୯୯୯ ମସିହାରେ ଠିକ୍ ୨୩ ବର୍ଷ ତଳେ କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଏକ ମ୍ୟାଚ୍ କ୍ରିକେଟ୍ ଇତିହାସରେ ଏକ ଚିହ୍ନ ଛାଡିଛି।

Aktar

ବାସ୍ତବରେ, ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ଖେଳ ହୁଏ, ସେତେବେଳେ ଏକ ତିକ୍ତ ପରିସ୍ଥିତି ଉପୁଜେ। ଯାହା ବିଶ୍ୱର ସମସ୍ତ କ୍ରିକେଟ୍ ପ୍ରେମୀ ଜାଣନ୍ତି। ଏହି କାରଣରୁ ଉଭୟ ଦେଶର କ୍ରିକେଟ୍ ବୋର୍ଡ ସେମାନଙ୍କ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରହିଥାନ୍ତି। ପ୍ରାୟ ୨୩ ବର୍ଷ ପୂର୍ବେ, କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସୀୟ ଟେଷ୍ଟ ଚାମ୍ପିଅନସିପ୍ ର ପ୍ରଥମ ମ୍ୟାଚ୍ ଖେଳାଯାଉଥିଲା।  ଏହି ମ୍ୟାଚ ଜିତିବା ପାଇଁ ଭାରତ ଚତୁର୍ଥ ଇନିଂସରେ ୨୭୯ ରନ୍ ଆବଶ୍ୟକ କରୁଥିଲା। 

ଏହି ମ୍ୟାଚରେ ସଚିନ ତେନ୍ଦୁଲକର ଭାରତ ପାଇଁ ବିଜୟର ଆଶା ଥିଲେ। ତେବେ ସେ ଏହି ମ୍ୟାଚରେ ଭୁଲ୍ ଭାବରେ ଆଉଟ୍ ହୋଇଥିଲେ। ଯାହାର କାରଣ ଥିଲେ ଶୋଏବ ଅଖତର। ଯେତେବେଳେ ସଚିନ ଆଉଟ୍ ହୋଇଗଲେ ସେତେବେଳେ ଧୀରେ ଧୀରେ ପଡ଼ିଆରେ ବସିଥିବା କିଛି ଦର୍ଶକ କ୍ରୋଧିତ ହେବାକୁ ଲାଗିଲେ ଏବଂ ଦଙ୍ଗା ପରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ତାହା ପରେ ପଡ଼ିଆରୁ ଦର୍ଶକଙ୍କୁ ଖାଲି କରାଯାଇ, ମ୍ୟାଚ୍ ଦର୍ଶକ ବିହୀନ ପଡିଆରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଭାରତ ୪୬ ରନରେ ହାରି ଯାଇଥିଲା।

କ'ଣ ଥିଲା ମାମଲା ?

ସୂଚନାଯୋଗ୍ୟ ଯେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ଭାରତୀୟ ଦଳକୁ ୨୭୯ ରନର ଲକ୍ଷ୍ୟ ଦେଇଥିଲା।  ଭାରତ ପକ୍ଷରୁ ଓପନର୍ ଟାର୍ଗେଟକୁ ପିଛା କରିଥିଲେ ମଧ୍ୟ ଆମ ଖେଳାଳିମାନେ ଅଧିକ କିଛି କରିପାରିନଥିଲେ।  ଧୀରେ ଧୀରେ ଭାରତର ବ୍ୟାଟ୍ସମ୍ୟାନମାନେ ଗୋଟିଏ ପଟେ ଆଉଟ୍ ହୋଇଥିଲେ। ଏଥିସହିତ ସଚିନ ତେନ୍ଦୁଲକର, ଯିଏକି ଅନ୍ୟ ପଟେ ଠିଆ ହୋଇଥିଲେ, ତାହା ସମଗ୍ର ଭାରତର ଭରସା ପାଲଟିଥିଲେ। ତେବେ ଭାରତର ଇନିଂସର ୪୩ ତମ ଓଭରରେ ସଚିନ୍ ନଅ ରନ୍ କରି ଆଉଟ୍ ହୋଇଥିଲେ।  ସେ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବଲରେ ରନ ନେବାକୁ ଦୌଡୁ ଥିବା ବେଳେ ରନ ଆଉଟ୍ ହୋଇଥିଲେ। ସଚିନ ରନ ନେବାକୁ ଚାହୁଁଥିବା ବେଳେ ଶୋଏବ ଅଖତର ସଚିନଙ୍କ ସମ୍ମୁଖକୁ ଆସିଯାଇଥିଲେ ।  ସଚିନ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିପାଇଁ ସେ ରନ୍ ନେଇ ପାରି ନ ଥିଲେ, ଆଉ ଆଉଟ୍ ହୋଇଥିଲେ। 

Sachin

ତେବେ ଅମ୍ପାୟାର ବି ସଚିନଙ୍କୁ ରନ୍ ଆଉଟ୍ ବୋଲି ଘୋଷଣା କରିଥିଲେ।  ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ, ଯେତେବେଳେ ସଚିନ ରିପ୍ଲେରେ ଦେଖିଲେ, ସ୍ପଷ୍ଟ ଭାବେ ଜଣା ପଡିଥିଲା ​​ଯେ ସେ ଶୋଏବଙ୍କ ସହ ଧକ୍କା ହେବାରୁ ସେ ରନ ନ ନେଇପାରି ଆଉଟ୍ ହୋଇ ଯାଇଥିଲେ ଏବଂ ଶୋଏବ ଜାଣିଶୁଣି ସଚିନ ଦୌଡୁଥିବା ବେଳେ କ୍ରିଜ ଉପରେ ଠିଆ ହୋଇଥିଲେ। ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଏହି ଖବର ଜାଣିବା ପରେ ଉତ୍ୟକ୍ତ ହୋଇଥିଲେ। ଏହା ସହିତ ପଡ଼ିଆରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରି ଦେଇଥିଲେ। ଦର୍ଶକ ଅନୁଭବ କରିଥିଲେ ଯେ ସଚିନ୍ ଭାରତ ପାଇଁ ମ୍ୟାଚ୍ ଜିତାଇଥାନ୍ତେ। କିନ୍ତୁ ଶୋଏବ ତାଙ୍କୁ ଜାଣିଶୁଣି ଆଉଟ୍ କରିଦେଲେ। ଏଭଳି ପରିସ୍ଥିତିରେ ଦର୍ଶକମାନେ ବିରୋଧ କରି ଏକ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିବା ଆରମ୍ଭ କରିଦେଲେ। ପଡିଆ ମଧ୍ୟକୁ ପାଣି ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିବା ଆରମ୍ଭ କରିଥିଲେ ଭାରତୀୟ ପ୍ରସଂଶକ । 

Sachin

କିଛି ସମୟ ପରେ, ଯେତେବେଳେ ଏହି ମାମଲା ଅଧିକ ତୀବ୍ର ହେଲା, ସେତେବେଳେ ବିସିସିଆଇ ସଭାପତି ଜଗମୋହନ ଡାଲମିଆ ଏବଂ ନିଜେ ସଚିନ ତେନ୍ଦୁଲକର ଦର୍ଶକଙ୍କୁ ଶାନ୍ତ କରିବା ପାଇଁ ପଡିଆକୁ ଆସିଥିଲେ।  ଅବଶ୍ୟ, ଦର୍ଶକମାନେ ଏହା ପରେ ମଧ୍ୟ କୋଳାହଳ ପରିସ୍ଥିତି ସୃଷ୍ଟି କରିବା ବନ୍ଦ କରିନଥିଲେ, ତା’ପରେ ପୁରା ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଉ କ୍ରିକେଟ୍ ଖେଳକୁ ଆଗକୁ ବଢାଯାଇଥିଲା। ଆଉ ଭାରତ ଏହି ମ୍ୟାଚ ହାରିଥିଲା। ଏହିପରି ଭାବେ ଏହା ଭାରତର କ୍ରିକେଟ୍ ଇତିହାସରେ ଏକ ସ୍ମରଣୀୟ ଘଟଣା ହୋଇ ରହିଛି।