ଏବେ ଆଉ ମିଳିବ ନାହିଁ ସୁଯୋଗ, T20 ଫର୍ମାଟରୁ ଏହି ୪ ଜଣ ଭାରତୀୟ ଖେଳାଳିଙ୍କୁ ସନ୍ୟାସ ନେଇଯିବା ଉଚିତ

  1. Home
  2. Cric Special

ଏବେ ଆଉ ମିଳିବ ନାହିଁ ସୁଯୋଗ, T20 ଫର୍ମାଟରୁ ଏହି ୪ ଜଣ ଭାରତୀୟ ଖେଳାଳିଙ୍କୁ ସନ୍ୟାସ ନେଇଯିବା ଉଚିତ

kartik


କ୍ରିକେଟ୍ ଖବର : କ୍ରିକେଟର ହେବାକୁ ସବୁ ଯୁବପିଢୀଙ୍କ ଲକ୍ଷ୍ୟ ରହିଥାଏ ଏବଂ ସେମାନେ ନିଜର କଠିନ ପରିଶ୍ରମ ବଳରେ ଏହାକୁ ପୂରା କରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। କିନ୍ତୁ କେତେକ ସମୟରେ ଏହା ଦେଖିବାକୁ ମିଳିଛି ଯେ, କେତେକ ପୁରୁଣା ଖେଳାଳିଙ୍କୁ କେତେକ ସିରିଜରେ ଟିମରେ ଖେଳିବାକୁ ସୁଯୋଗ ମିଳୁନାହିଁ । ତାଙ୍କ ସ୍ଥାନରେ ଯୁବଖେଳାଳୀମାନଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଉଛି । 

ଦୀର୍ଘ ସମୟ ଧରି ଭାରତୀୟ ଟିମର ପୁରୁଣା ଖେଳାଳିଙ୍କୁ ନିଜର ଶାନଦାର ପ୍ରଦର୍ଶନ ସତ୍ତ୍ୱେ ଟି-୨୦ରେ ଖେଳିବାର ସୁଯୋଗ ମିଳିନାହିଁ । ଯାହାକୁ ନେଇ ଦର୍ଶକମାନେ ଏବେ ପ୍ରଶ୍ନ ଉଠାଉଛନ୍ତି ଯେ ସେମାନଙ୍କୂୁ ଟି-୨୦ରୁ ସନ୍ୟାସ ନେଇଯିବା ଦରକାର । ତେବେ ଆସନ୍ତୁ ଏହି ତାଲିକାରେ ଥିବା ଖେଳାଳିଙ୍କ ଉପରେ ନଜର ପକାଇବା..

ଅଜିଙ୍କେ ରାହାଣେ:

ajinkey rahane

ଅଜିଙ୍କେ ରାହାଣେ ଗତ ଦୀର୍ଘ ସମୟ ଧରି ଦିନିକିଆ ଓ ଟି୨୦ରେ ଭାରତୀୟ ଟିମ ପକ୍ଷରୁ ଖେଳିବାର ସୁଯୋଗ ପାଇନାହାନ୍ତି । ତାଙ୍କୁ କୌଣସି ପ୍ଲେଇଂ ଇଲେଭେନରେ ମଧ୍ୟ ଜାଗା ମିଳିପାରିନାହିଁ । ତାଙ୍କର ପୁରୁଣା ରେକର୍ଡ ଦେଖିବାକୁ ଗଲେ ଟି୨୦, ଦିନିକିଆ ଓ ଟେଷ୍ଟ କ୍ରିକେଟରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନାହିଁ । 

କେଦାର ଯାଦବ:

Kedar yadav

ଭାରତୀୟ ଟିମର ଧମାକାଦାର ଅଲରାଉଣ୍ଡର କୁହାଯାଉଥିବା କେଦାର ଯାଦବ ଜଣେ ଦକ୍ଷ ଖେଳାଳୀ ଅଟନ୍ତି । ସେ ବର୍ତ୍ତମାନ ଘରୋଇ କ୍ରିକେଟ ଖେଳୁଥିବା ନଜର ରହିଛି । କିନ୍ତୁ ବହୁତ ସମୟ ଧରି ଭାରତୀୟ ଟିମରେ ଖେଳୁଥିବା ନଜର ଆସିନାହାନ୍ତି । କେଦାର ଯାଦବ ଲମ୍ବା ଲମ୍ବା ଶର୍ଟରେ ନିଜର ଆକ୍ରମଣାତ୍ମକ ବୋଲିଂରେ ବ୍ୟାଟସମ୍ୟାନଙ୍କୁ ଚକମା ଦେଇ ଆଉଟ କରିବାରେ ମାହିର ଅଛନ୍ତି । ଏହା ପରେ ବି ତାଙ୍କୁ ଟି ୨୦ ଟିମର ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରିନାହିଁ ।

ଉମେଶ ଯାଦବ:

Umesh Yadav

ଉମେଶ ଯାଦବ ବିଦର୍ଭ ଏକ୍ସପ୍ରେସ ନାମରେ ପରିଚିତ । ସେ ଲମ୍ବା ସମୟ ଧରି ଟି୨୦ ଟିମରେ ସାମିଲ ହୋଇନାହାନ୍ତି । ଉମେଶଙ୍କ ଶେଷ ଟି୨୦ ମୂୁକାବିଲା ସେପ୍ଟେମ୍ବର ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ରହିଥିଲା । ଯାହାପରେ ସେ ଆଉ କୌଣସି ଟି୨୦ ମ୍ୟାଚ ଖେଳିନାହାନ୍ତି ।

ଦୀନେଶ କାର୍ତ୍ତିକ:

Dinesh kartik

ଯୁବ ୱିକେଟ୍ କିପର ରିଷଭ ପନ୍ତ ଭାରତୀୟ ଦଳରେ ଯୋଗଦେବା ପରଠାରୁ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ଭାରତୀୟ ଦଳରେ କମ୍ ଦେଖାଯାଉଛି।  ଦୀନେଶ କାର୍ତ୍ତିକ ଜଣେ ଶ୍ରେଷ୍ଠ କ୍ରିକେଟର, ତଥାପି ତାଙ୍କୁ ତାଙ୍କ ପ୍ରଦର୍ଶନ ଦେଖାଇବାକୁ ବହୁତ କମ୍ ସୁଯୋଗ ମିଳିଛି।

ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦୀନେଶ କାର୍ତ୍ତିକଙ୍କୁ ଅନେକ ଥର ଖେଳିବାର ସୁଯୋଗ ମିଳିଥିଲା ​​ଯେଉଁଥିରେ ସେ ନିଜର ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ସେ ଦୀର୍ଘ ସମୟ ଧରି ଭାରତୀୟ ଦଳରେ ଯୋଗ ଦେଇ ପାରିନାହାନ୍ତି। ଏବେ IPL ରେ ସେ ଭଲ ଖେଳୁଛନ୍ତି, ଯଦି ଏ ଥର ତାଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଗଲା ନାହିଁ, ତେବେ ତାଙ୍କ କେରିଅର ର ଅନ୍ତ ନିଶ୍ଚିତ ।