ସେନ୍ ୱାର୍ଣ୍ଣ ଚୟନ କରିଥିଲେ INDIA ALL TIME XI ମାତ୍ର କୋହଲି ଏବଂ ଧୋନିଙ୍କୁ ଦେଇନଥିଲେ ସ୍ଥାନ, ଦେଖନ୍ତୁ ଲିଷ୍ଟ

  1. Home
  2. Cric Special

ସେନ୍ ୱାର୍ଣ୍ଣ ଚୟନ କରିଥିଲେ INDIA ALL TIME XI ମାତ୍ର କୋହଲି ଏବଂ ଧୋନିଙ୍କୁ ଦେଇନଥିଲେ ସ୍ଥାନ, ଦେଖନ୍ତୁ ଲିଷ୍ଟ


କ୍ରିକେଟ ଖବର : ନିକଟରେ ଅଷ୍ଟ୍ରେଲିଆର ମହାନ ସ୍ପିନର ସେନ ୱାର୍ଣ୍ଣଙ୍କର ହୃଦଘାତ କାରଣରୁ ହଠାତ୍ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସମଗ୍ର କ୍ରିକେଟ୍ ଜଗତ ଚକିତ ହୋଇଯାଇଛି କାରଣ, ତାଙ୍କର ବୟସ ଥିଲା ମାତ୍ର ୫୨ ବର୍ଷ । ଏତେ କମ ବୟସରେ ୱାର୍ଣ୍ଣଙ୍କ ବିଦାୟ କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଛି। ତେବେ ସେ ମୃତ୍ୟୁ ପୂର୍ବରୁ  ଟିମ୍ ଇଣ୍ଡିଆ ପାଇଁ ସର୍ବୋତ୍ତମ ଏକାଦଶ ଚୟନ କରିଥିଲେ। ଯେଉଁଥିରେ ସେ ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲିଙ୍କ ଭଳି ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ସ୍ଥାନ ଦେଇନଥିଲେ।

Shane-Warne

ଯେତେବେଳେ ଏହି ଦୁଇ ଜଣ କିମ୍ବଦନ୍ତୀ ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିନଥିଲେ ସେନ ୱାର୍ଣ୍ଣ। ସେତେବେଳେ ତାଙ୍କୁ ଏହାର କାରଣ ପଚରାଯାଇଥିଲା। ଆଉ ଏହାର କାରଣ ସେ କହିଥିଲେ, ଯେଉଁ ଖେଳାଳି ସହିତ ସେ ଖେଳିଛନ୍ତି ସେମାନଙ୍କୁ ନେଇ ସେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି ।

ୱାର୍ଣ୍ଣଙ୍କର ଏକାଦଶରେ ଓପନିଂ ପାଇଁ ବିରେନ୍ଦ୍ର ସେହୱାଗ ଓ ନବଜୋତ ସିଂ ସିଦ୍ଧୁ ରହିଛନ୍ତି। ଏଥି ସହିତ ତୃତୀୟ ନମ୍ବର ପାଇଁ ରାହୁଲ ଦ୍ରାବିଡଙ୍କୁ ସେ ବାଛିଛନ୍ତି। ୱାର୍ଣ୍ଣ ମଧ୍ୟମ ଅର୍ଡର ପାଇଁ ସଚିନ ତେନ୍ଦୁଲକରଙ୍କୁ ଚୟନ କରିଥିବାବେଳେ ସେ ସୌରଭ ଗାଙ୍ଗୁଲିଙ୍କୁ ଅଧିନାୟକ ଭାବରେ ନାମିତ କରିଛନ୍ତି। ଏହା ବ୍ୟତୀତ ମହମ୍ମଦ ଅଜରୁଦ୍ଦିନ, କପିଲ ଦେବ ଏବଂ ନୟନ ମୋଙ୍ଗିଆଙ୍କୁ ମଧ୍ୟମ ଅର୍ଡର ପାଇଁ ସେ ଚୟନ କରିଥିଲେ।  ହରଭଜନ ସିଂଙ୍କ ସହ ସେ ଜାଭାଗଲ ଶ୍ରୀନଥ ଏବଂ ଅନିଲ କୁମ୍ବଲେଙ୍କୁ ବୋଲର ଭାବରେ ଚୟନ କରିଥିଲେ। 

ସେନ ୱାର୍ଣ୍ଣଙ୍କ ଶ୍ରେଷ୍ଠ ଭାରତୀୟ ଏକାଦଶ :

world-cup-harbhajan sachin

ସୌରଭ ଗାଙ୍ଗୁଲି (ଅଧିନାୟକ), ବିରେନ୍ଦ୍ର ସେହୱାଗ, ନବଜୋତ ସିଂ ସିଦ୍ଧୁ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ମହମ୍ମଦ ଆଜହରୁଦ୍ଦିନ, କପିଲ ଦେବ, ନୟନ ମୋଙ୍ଗିଆ (ୱିକେଟ୍ କିପର୍), ହରଭଜନ ସିଂ, ଜାଭାଗଲ ଶ୍ରୀନଥ, ଅନିଲ କୁମ୍ବଲେ।