ସଚିନ ନା ବିରାଟ ? ପ୍ୟାଟ କମିନ୍ସ ଏହି ଦୁଇ ଜଣ ମଧ୍ୟରୁ ଜଣେ ଖେଳାଳିଙ୍କୁ ବାଛିଲେ, କହିଲେ ଏହି ଖେଳାଳି ଅଟେ ସର୍ବଶ୍ରେଷ୍ଠ

  1. Home
  2. Cric Special

ସଚିନ ନା ବିରାଟ ? ପ୍ୟାଟ କମିନ୍ସ ଏହି ଦୁଇ ଜଣ ମଧ୍ୟରୁ ଜଣେ ଖେଳାଳିଙ୍କୁ ବାଛିଲେ, କହିଲେ ଏହି ଖେଳାଳି ଅଟେ ସର୍ବଶ୍ରେଷ୍ଠ

pet commins on sachin and kohli


କ୍ରିକେଟ୍ ଖବର: ଅଷ୍ଟ୍ରେଲିଆର ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ତାଙ୍କର ପ୍ରିୟ ଖେଳାଳି ଚୟନ କରିଛନ୍ତି। ତାଙ୍କ ସାଥୀ ଖେଳାଳି ଉସମାନ ଖାୱାଜା ତାଙ୍କୁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଜଣଙ୍କୁ କାହାକୁ ନିଜର ପସନ୍ଦଯୋଗ୍ୟ ଖେଳାଳି ବାଛିବାକୁ କହିଥିଲେ। ତେବେ କମିନ୍ସ ବିରାଟ କୋହଲିଙ୍କୁ ନିଜର ପସନ୍ଦଯୋଗ୍ୟ ଖେଳାଳି ବୋଲି କହିଥିଲେ। 

ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ପ୍ୟାନ୍ସମାନଙ୍କ ମଧ୍ୟରେ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ODI ରେ ଶତକ ଦୃଷ୍ଟିରୁ କୋହଲି ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କ ସହ ଅତି ନିକଟତର ହୋଇଛନ୍ତି। ତେନ୍ଦୁଲକର ODI ରେ 49ଟି ଶତକ ହାସଲ କରିଥିଲେ ଏବଂ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ 46ଟି ଶତକ ହାସଲ କରି ସାରିଛନ୍ତି। 

ବର୍ତ୍ତମାନ ଯଦି ବିରାଟ ଆଉ ଚାରିଟି ଶତକ ହାସଲ କରନ୍ତି, ତେବେ ସେ ସଚିନ ତେନ୍ଦୁଲକରଙ୍କ ODI ରେ ଅଧିକାଂଶ ଶତକର ରେକର୍ଡ ଭାଙ୍ଗିବେ। ତେବେ ଟେଷ୍ଟ ମ୍ୟାଚରେ କୋହଲି ମାଷ୍ଟର-ବ୍ଲାଷ୍ଟରଙ୍କ ଶତକଠାରୁ ବହୁ ପଛରେ ଅଛନ୍ତି।

pet commins on sachin and kohli

ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଖେଳାଳି କହିଲେ ପ୍ୟାଟ୍ କମିନ୍ସ :

ବୋର୍ଡ଼ର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଖୁବ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ତେବେ ଉସମାନ ଖାୱାଜା ପ୍ରାଇମ ଭିଡିଓ ପାଇଁ ଏକ ଟିଜର ସମୟରେ ତେନ୍ଦୁଲକର ଏବଂ କୋହଲିଙ୍କ ବିଷୟରେ କମିନ୍ସଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ୟାଚ୍ କମିନ୍ସ କହିଛନ୍ତି ଯେ, ବହୁ ବର୍ଷ ପୂର୍ବେ ଏକ ଟି -20 ମ୍ୟାଚ୍ ରେ ସେ ସଚିନଙ୍କ ବିପକ୍ଷରେ ଖେଳିଥିଲେ। ତେଣୁ ସେ ବିରାଟ କୋହଲିଙ୍କୁ ସର୍ବଶ୍ରେଷ୍ଠ ଖେଳାଳି କହିଛନ୍ତି। 

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାୟୀ ଅଧିନାୟକ ହେବା ମାତ୍ରେ ଏହି 3 ଜଣ ଖେଳାଳିଙ୍କ କ୍ୟାରିୟର ହେବ ସମାପ୍ତ! ଜଣେ ତ ପାଣ୍ଡ୍ୟାଙ୍କ ଘନିଷ୍ଟ ବନ୍ଧୁ