ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ, କହିଲେ "ଏଇ ଥର ପାକିସ୍ତାନ ନୁହଁ ଏହି 3 ଟି ଦଳ ମଧ୍ୟରୁ ଜଣେ ଜିତିବ ଟି-20 ବିଶ୍ୱକପ"

  1. Home
  2. Cric Special

ରିକି ପଣ୍ଟିଂ କଲେ ଭବିଷ୍ୟବାଣୀ, କହିଲେ "ଏଇ ଥର ପାକିସ୍ତାନ ନୁହଁ ଏହି 3 ଟି ଦଳ ମଧ୍ୟରୁ ଜଣେ ଜିତିବ ଟି-20 ବିଶ୍ୱକପ"

ricky ponting predict t20 world cup 2022 winner


କ୍ରିକେଟ୍ ଖବର : ଟି -20 ବିଶ୍ୱକପ 2022 ପାଇଁ ସମୟ ପାଖେଇ ଆସୁଛି। ଏଥର ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଟି-20 ବିଶ୍ୱକପ ଅନୁଷ୍ଠିତ କରିବାକୁ ଯାଉଛି। ତେବେ ଅଷ୍ଟ୍ରେଲିଆରେ କ୍ରିକେଟ୍ ଖେଳିବା ସବୁ ଦଳ ପାଇଁ ଏକ ଭିନ୍ନ ଆହ୍ୱାନ। କାରଣ ଅଷ୍ଟ୍ରେଲିଆର ଷ୍ଟାଡିୟମ ଗୁଡିକ ବଡ଼ ବଡ଼ ବାଉଣ୍ଡରୀ ବିଶିଷ୍ଟ। ଏଠାରେ ଛକା ମାରିବା ବହୁତ କାଠିକର ପାଠ। 

bhuvi out from t20 wc 2022

2021 ବିଶ୍ୱକପ୍ ଭାରତ ଆୟୋଜନ କରିଥିଲା।  କିନ୍ତୁ, କୋଭିଡ ହେତୁ ବିଶ୍ୱକପ୍‌ର ସ୍ଥାନ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଦୁବାଇ ଷ୍ଟାଡିୟମ ସହିତ ପ୍ରସଙ୍ଗ ହେଉଛି ଯେ ଯେଉଁ ଦଳ ଟସ୍ ଜିତିଲା ସେହି ଦଳ ମ୍ୟାଚ୍ ବିଜୟ ହୋଇଥିବା ଦୃଶ୍ୟ ଦେଖାଯାଇଥିଲା। ଆଉ ପ୍ରଥମେ ବ୍ୟାଟିଂ କରୁଥିବା ଦଳ 100 ପ୍ରତିଶତ ମ୍ୟାଚ ହାରିଥିଲା। ସୁପର 12 ରୁ ଫାଇନାଲ୍ ପର୍ଯ୍ୟନ୍ତ ଏହା ଘଟିଥିଲା। ପ୍ରଥମେ ବ୍ୟାଟିଂ କରିବା ବହୁତ କଷ୍ଟସାଧ୍ୟ ଥିଲା, କିନ୍ତୁ ଦ୍ୱିତୀୟ ବ୍ୟାଟିଂ (ଇନିଂସ)  ବହୁତ ସହଜ ଥିଲା।

ଏଭଳି ପରିସ୍ଥିତିରେ ଆଇସିସିର ସମୀକ୍ଷାରେ କଥାବାର୍ତ୍ତା କରୁଥିବାବେଳେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଙ୍ଗ କହିଛନ୍ତି ଯେ କେଉଁ ଦଳ ଫାଇନାଲରେ ପହଂଚିବ । ଫାଇନାଲରେ ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଖେଳୁଥିବାର ସେ ଦେଖିବାକୁ ଚାହାନ୍ତି।

କଣ କହିଲେ ପଣ୍ଟିଂ :

ମୁଁ ଭାବୁଛି ଟି-20 ବିଶ୍ୱକପର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ପହଁଚିବେ। ଆଉ ଫାଇନାଲରେ ଅଷ୍ଟ୍ରେଲିଆ ଦଳ ଟିମ୍ ଇଣ୍ଡିଆକୁ ପରାସ୍ତ କରିବ।  ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସମୀକ୍ଷା ବୈଠକରେ ପଣ୍ଟିଂ ଏହା କହିଛନ୍ତି। 

IND-vs-AUS

ସେ ଆହୁରି ବି କହିଛନ୍ତି ଯେ, ମୁଁ ପ୍ରକୃତରେ ଭାବୁଛି ଇଂଲଣ୍ଡ ଏକ ଉତ୍ତମ ଧଳା-ବଲ୍ ଦଳ ଏବଂ ତାଙ୍କର ଏକ ଉତ୍ତମ ଖେଳ ପ୍ରଦର୍ଶନ ରହିଛି। ସେମାନେ ଧଳା ବଲରେ ଭଲ ଖେଳନ୍ତି। ମୁଁ ଭାବୁଛି ତିନିଟି ଦଳ ଏହି ଟି-20 ବିଶ୍ଵକପରେ ସର୍ବାଧିକ ମ୍ୟାଚ୍ ବିଜୟ ହେବେ, ସେମାନେ ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ।

ପାକିସ୍ତାନ ବିଷୟରେ କଣ କହିଲେ ପଣ୍ଟିଂ :

ତେବେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ ଅନୁଭବ କରୁଛନ୍ତି ଯେ ବାବର ଆଜାମ ପାକିସ୍ତାନର ଭାଗ୍ୟ ସ୍ଥିର କରିବେ।  ପଣ୍ଟିଂ କହିଛନ୍ତି ଯେ ଯଦି ବାବର ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳନ୍ତି, ତେବେ ତାଙ୍କ ଦଳ ଅଧିକାଂଶ ମ୍ୟାଚ ଜିତିପାରେ। କିନ୍ତୁ ଏହା ହେବ ନାହିଁ। 

asia cup sl vs pak

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଆଇସିସି 2021 ଟି -20 ଫାଇନାଲରେ ପହଁଚିଥିଲେ। ଇଂଲଣ୍ଡକୁ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପ୍ରବେଶ କରିଥିଲା, ଠିକ୍ ସେହିପରି ପାକିସ୍ତାନକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଫାଇନାଲକୁ ଆସିଥିଲା। ଆଉ ଯେତେବେଳେ ଅଷ୍ଟ୍ରେଲିଆ ଫାଇନାଲକୁ ଗଲା, ସେଠାରେ ପାକିସ୍ତାନର ଗର୍ବ ଭାଙ୍ଗିଗଲା।