ଏହି 3 ଜଣ ଖେଳାଳି ଭାରତୀୟ ଦଳକୁ ଫେରିବା ଅତ୍ୟନ୍ତ କଷ୍ଟକର, ଏହି ଭିତରୁ ଜଣେ ତ ମ୍ୟାଜିକ୍ ବୋଲର୍

  1. Home
  2. Cric Special

ଏହି 3 ଜଣ ଖେଳାଳି ଭାରତୀୟ ଦଳକୁ ଫେରିବା ଅତ୍ୟନ୍ତ କଷ୍ଟକର, ଏହି ଭିତରୁ ଜଣେ ତ ମ୍ୟାଜିକ୍ ବୋଲର୍

3 bowlers


କ୍ରିକେଟ୍ ଖବର : ଚଳିତବର୍ଷର ଶେଷ ସମୟରେ ଆଇସିସି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ। ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ସମସ୍ତ ଦେଶର କ୍ରିକେଟ୍ ବୋର୍ଡ ଆଉ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ଦେଶରେ ଆଇପିଏଲ୍ ମାହୋଲ ଚାଲିଥିବାରୁ ସବୁ ଖେଳାଳି ଜୋସରେ ଅଛନ୍ତି। ଚଳିତବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ସବୁ ଯୁବ ଖେଳାଳି ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। 

ମାତ୍ର ଆଜିର ଏହି ଆର୍ଟିକାଲରେ ଆମେ ୩ ଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କି ଚଳିତବର୍ଷର ଆଇପିଏଲରେ କିଛି ବି ଭଲ ଖେଳ ପ୍ରଦର୍ଶନ କରିପାରୁନାହାନ୍ତି। ଯାହା ଜଣାପଡୁଛି ସେମାନଙ୍କର ଆଉ ଟିମ୍ ଇଣ୍ଡିଆରେ ସିଲେକସନ ହୋଇ ପାରିବ ନାହିଁ। 

୧) ମନୀଷ ପାଣ୍ଡେ :

Manish Pandey

ଚଳିତବର୍ଷର ଆଇପିଏଲ ସିଜନ ପାଇଁ ମନୀଷ ପାଣ୍ଡେଙ୍କୁ ନୂଆ ଦଳ ଲକ୍ଷ୍ନୌ ୪.୬୦ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ କିଛି ଆଖି ଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି। ମନୀଷ କେବଳ ୬ ଟି ମ୍ୟାଚରେ ୮୮ ରନ ସଂଗ୍ରହ କରିଛନ୍ତି। ଏମିତିରେ ସେ ଆଉ ଭାରତୀୟ ଦଳରେ ସାମିଲ ହେବା ଆଶା କ୍ଷୀଣ ହୋଇଛି।

୨) ଭେଙ୍କେଟଶ ଆୟର୍ :

Venketesh catch

ଏହି ବାମହାତୀ ବିସ୍ଫୋରକ ଖେଳାଳି ବର୍ତ୍ତମାନ ଚୁପ ହୋଇଯାଇଛନ୍ତି। ସେ ନିଜର ବ୍ୟାଟିଂ ଯାଦୁ ଆଉ ପଡ଼ିଆରେ ଦେଖାଇପାରୁ ନାହାନ୍ତି। ଚଳିତବର୍ଷର ଆଇପିଏଲରେ ସେ ୯ ଟି ମ୍ୟାଚ ଖେଳି ମାତ୍ର ୧୩୨ ରନ କରିଛନ୍ତି। ଯାହା କେବେ ତାଙ୍କ ଠାରୁ ଆଶା କରାଯାଇନଥିଲା। ତେବେ ଆଇପିଏଲରେ ଏଭଳି ଖରାପ ପ୍ରଦର୍ଶନ କରିବା ହେତୁ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ନ ମିଳିବା ଭଳି ଅନୁଭୂତ ହେଉଛି। 

୩) ବରୁଣ ଚକ୍ରବର୍ତ୍ତୀ :

varun-chakravarthy

କୋଲକାତା ଦଳର ମିଷ୍ଟ୍ରି ବୋଲର୍ ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଚଳିତବର୍ଷର ଆଇପିଏଲରେ ସମ୍ପୂର୍ଣ୍ଣ ପ୍ଲଫ୍ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ୮ ଟି ମ୍ୟାଚ ଖେଳି ମାତ୍ର ୪ ଟି ୱିକେଟ୍ ନେଇଛନ୍ତି । ଅନ୍ୟପଟେ ଚହଲ ଆଉ କୂଳଦୀପ ବର୍ତ୍ତମାନ ଆଇପିଏଲରେ ରାଜ୍ କରୁଛନ୍ତି। ଏଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଯଥାକ୍ରମେ ୧୭ଟି ଆଉ ୧୮ଟି ୱିକେଟ୍ ନେଇଛନ୍ତି। ତେଣୁ ଏମାନେ ଥାଉ ଥାଉ ବରୁଣଙ୍କୁ ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ମିଳିବ ନାହିଁ। ଯାହା ସଫାସଫା ଜଣାପଡୁଛି।