Asia Cup 2022 ର କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ଲାଇଭ୍ ଷ୍ଟ୍ରିମିଂ ପର୍ଯ୍ୟନ୍ତ, ଗୋଟିଏ ରିପୋର୍ଟରେ ପଢ଼ନ୍ତୁ ସବୁକିଛି

  1. Home
  2. Cric Special

Asia Cup 2022 ର କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ଲାଇଭ୍ ଷ୍ଟ୍ରିମିଂ ପର୍ଯ୍ୟନ୍ତ, ଗୋଟିଏ ରିପୋର୍ଟରେ ପଢ଼ନ୍ତୁ ସବୁକିଛି


କ୍ରିକେଟ ଖବର : ଏସିଆ କପ୍ 2022 ର କାର୍ଯ୍ୟସୂଚୀ ଘୋଷଣା ହୋଇ ସାରିଛି। ଅଗଷ୍ଟ 27 ରେ, ଏସିଆ କପ୍ 2022 ର ପ୍ରଥମ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନର ଦଳ ଅଗଷ୍ଟ 28 ରେ ଦୁବାଇ ପଡ଼ିଆରେ ମୁହାଁମୁହିଁ ହେବେ।

ବାସ୍ତବରେ ଏହି ସୂଚନା ବିସିସିଆଇ ସଚିବ ଜୟ ଶାହା ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି।  ଯେଉଁଥିରେ ସେ ଏସିଆ କପ୍ 2022 ର କାର୍ଯ୍ୟସୂଚୀ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ବିସିସିଆଇ ସଚିବ ଲେଖିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ବ୍ୟତୀତ ଏହି ଟୁର୍ନାମେଣ୍ଟରେ ଆଉ 6ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆଉ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦଳରେ ରଖାଯାଇଛି।

ଏହି ଚ୍ୟାନେଲରେ ହେବ ଏସିଆ କପ୍ ର ଲାଇଭ୍ ଷ୍ଟ୍ରିମିଂ :

ଅଗଷ୍ଟ 27 ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ 2022 ର ପ୍ରଥମ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡିକ ଦୁଇଟି ଦଳରେ ବିଭକ୍ତ ହୋଇଛନ୍ତି। ଏସିଆ କପ୍ 2022 ର ବିଶେଷ କଥା ହେଉଛି ଏଥର ଏହା ଟି -20 ଫର୍ମାଟରେ ଖେଳାଯିବ। ଯେଉଁଥିରେ ଉଭୟ ଗୋଷ୍ଠୀର ବିଜେତା ଏବଂ ରନର୍ ଅପ୍ ଟପ୍ -4 ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେପ୍ଟେମ୍ବର 11 ରେ ଏହି ଟୁର୍ନାମେଣ୍ଟର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଆପଣଙ୍କ ସୂଚନା ପାଇଁ କହିବୁ ଯେ, ଶେଷ ଥର ପାଇଁ 2018 ମସିହାରେ ଏସିଆ କପ୍ ଆୟୋଜିତ ହୋଇଥିଲା। 2018 ରେ ଖେଳାଯାଇଥିବା ଏସିଆ କପ୍ ରେ ଭାରତୀୟ ଦଳ ଚାମ୍ପିଅନ୍ ହୋଇଥିଲା। ତେବେ ଏସିଆ କପ୍ 2022 ର ଲାଇଭ୍ ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ କରାଯିବ। ଏହା ବ୍ୟତୀତ ହଟଷ୍ଟାର ଆପରେ ଆପଣ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ପାଇବେ। 

ଏହିଭଳି ରହିଛି କାର୍ଯ୍ୟସୂଚୀ :

ଯଦି ଆମେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଉପରେ ନଜର ଦେବା ତେବେ, ପ୍ରଥମ ମ୍ୟାଚ୍ 27 ଅଗଷ୍ଟରେ ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ ଟକ୍କର ହେବ। ଆଉ ଦ୍ଵିତୀୟ ମ୍ୟାଚ, 28 ଅଗଷ୍ଟରେ ହେବ। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚୀର ପ୍ରତିଦ୍ୱନ୍ଦୀ ଭାରତ - ପାକିସ୍ତାନ। ସେହିଭଳି ତୃତୀୟ ମ୍ୟାଚ୍ 30 ଅଗଷ୍ଟରେ ବାଙ୍ଗାଲାଦେଶ - ଆଫଗାନିସ୍ତାନ ମଧ୍ୟରେ ହେବ। ଚତୁର୍ଥ ମ୍ୟାଚ୍ ଟିମ୍ ଇଣ୍ଡିଆ ସହିତ କ୍ୱାଲିଫାୟରକୁ ଯାଇଥିବା ଦଳ ଖେଳିବ। ଏହି ମ୍ୟାଚ୍ 31 ଅଗଷ୍ଟରେ ହେବ। 

ASIA-Cup-2022-Schedule-ind-pak-match

ଏହାପରେ 1 ସେପ୍ଟେମ୍ବରରେ ଶ୍ରୀଲଙ୍କା ସହିତ ବାଙ୍ଗାଲାଦେଶ ଦଳ ଦୁବାଇ ପଡ଼ିଆରେ ଧମାଲ ସୃଷ୍ଟି କରିବେ। ସେହିପରି 2 ସେପ୍ଟେମ୍ବରରେ ପାକିସ୍ତାନ ସହିତ କ୍ୱାଲିଫାୟର ଦଳ ଖେଳିବ । ତେବେ 3 ସେପ୍ଟେମ୍ବରରୁ ସୁପର 4 ରାଉଣ୍ଡ ହେବ। ଏଥିରେ 4ଟି ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। ଏହି 4ଟି ଦଳକୁ ଦୁଇଟି ବିଭାଗ ଯଥା A ଆଉ B ରେ ଭାଗ କରାଯାଇଛି। 

ସୁପର 4 ରାଉଣ୍ଡ ବିଷୟରେ :

ସୁପର 4 ର ପ୍ରଥମ ମ୍ୟାଚ୍ B ବିଭାଗର ଦୁଇ ଦଳ ମଧ୍ୟରେ ହେବ। ସେହିଭଳି ଦ୍ଵିତୀୟ ମ୍ୟାଚ୍ A ବିଭାଗର ଦୁଇଟି ଦଳ ମଧ୍ୟରେ ହେବ। ତୃତୀୟ ମ୍ୟାଚ୍ A ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ଆଉ B ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ମଧ୍ୟରେ ହେବ। ଚତୁର୍ଥ ମ୍ୟାଚ୍ A ବିଭାଗର ଦ୍ଵିତୀୟ ଦଳ ଆଉ B ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। 

ସେହିପରି ପଞ୍ଚମ ମ୍ୟାଚ୍ A ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ଆଉ B ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। ସୁପର 4 ରାଉଣ୍ଡର ଷଷ୍ଠ ମ୍ୟାଚ୍ B ବିଭାଗର ପ୍ରଥମ ସ୍ଥାନରେ ଥିବା ଦଳ ବନାମ A ବିଭାଗର ଦ୍ଵିତୀୟ ଦଳ ମଧ୍ୟରେ ହେବ। ପରିଶେଷରେ ସୁପର 4 ରାଉଣ୍ଡର ପ୍ରଥମ ସ୍ଥାନରେ ଥିବା ଦଳ ଆଉ ଦ୍ଵିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ 11 ସେପ୍ଟେମ୍ବରରେ ଟ୍ରଫି ପାଇଁ ଫାଇନାଲ୍  ଲଢେଇ ହେବ। 

ଏସିଆ କପ୍ 2022 ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା ( ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୁ, କୁମାର ଅର୍ଶଦୀପ ସିଂ, ଆବେଶ ଖାନ।