ଖେଳାଳି ଭୁଲ କଲେ ଦଣ୍ଡ ମିଳେ କିନ୍ତୁ ଯେତେବେଳେ ଅମ୍ପାୟାର ଭୁଲ୍ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କ ସହିତ କଣ କରାଯାଏ?

  1. Home
  2. Cric Special

ଖେଳାଳି ଭୁଲ କଲେ ଦଣ୍ଡ ମିଳେ କିନ୍ତୁ ଯେତେବେଳେ ଅମ୍ପାୟାର ଭୁଲ୍ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କ ସହିତ କଣ କରାଯାଏ?

when umpire do wrong


କ୍ରିକେଟ ଖବର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର ୩୪ ତମ ମ୍ୟାଚ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଅମ୍ପାୟାରର୍ସଙ୍କ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ପୁଣି ଅମ୍ପାୟାରିଂକୁ ନେଇ ଏକ ଅଲଗା ଯୁକ୍ତି ଆରମ୍ଭ ହୋଇଯାଇଥିଲା । ଏହା ସମସ୍ତେ ଜାଣନ୍ତି ଯେ ପ୍ଲେୟାର୍ସ ଦ୍ୱାରା ଅମ୍ପେୟାର୍ସଙ୍କ ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ ପାଇବା ପରେ ତାଙ୍କୁ କିଛି ମ୍ୟାଚ ପାଇଁ ପ୍ରତିବନ୍ଧକ ଲଗାଯାଇଥାଏ ନଚେତ ଜରିମାନା ଆଦାୟ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଯଦି ଅମ୍ପେୟାର ଭୁଲ ନିଷ୍ପତ୍ତି ପ୍ରଦାନ କରନ୍ତି ତେବେ ତାଙ୍କ ସହିତ କଣ ହୁଏ ?

ଉଲ୍ଲେଖ୍ୟଯୋଗ୍ୟ ଯେ, ରାଜସ୍ଥାନ ରୟାଲର୍ସ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ହୋଇଥିବା ମ୍ୟାଚରେ ଦିଲ୍ଲୀର ହାଇହିଟର ରୋୱମେନ ପାୱେଲ ମ୍ୟାଚକୁ ଦିଲ୍ଲୀ ପକ୍ଷରେ କରିବା ପାଇଁ ଜୋରଜବରଦସ୍ତ ଚେଷ୍ଟା କରୁଥିଲେ । ସେ ଶେଷ ୨ ଓଭରର ୩ଟି ବଲର ୩ଟି ଛକା ବି ମାରି ଥିଲେ।ତୃତୀୟ ବଲରେ ପାଖାପାଖି ବେଷ୍ଟ ହାଇ ଫୁଲ ଟସ ଭଳି ପ୍ରତୀତ ହେଉଥିଲା । କିନ୍ତୁ ଅନଫିଲ୍ଡ ଅମ୍ପେୟାର ପୂର୍ବରୁ ଏହାକୁ ଲିଗାଲ ଡେଲିଭରୀ ବୋଲି କହୁଥିଲେ ।

pant ipl declared

ଏହାର ଯାଞ୍ଚ କରିବା ପାଇଁ ଥାର୍ଡ ଅମ୍ପେୟାରକୁ ରେଫର କରିନଥିଲେ । ଏହାକୁ କ୍ୟାପ୍ଟେନ ରୁଷଭ ବିରୋଧ କରିଥିଲେ । ଏହାପରେ ରିଷଭ ପନ୍ତଙ୍କ ବିରୋଧରେ ମ୍ୟାଚ ଫିସର ୧୦୦ପ୍ରତିଶତ ଜରିମାନା ଲଗାଯାଇଥିଲା।ତେବେ ପଡ଼ିଆରେ ପ୍ରବେଶ କରିବା କାରଣରୁ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାରଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ଅମ୍ପାୟାର ଭୁଲ ନିଷ୍ପତ୍ତି ନେବା ପରେ ତାଙ୍କୁ କଣ ଦଣ୍ଡ ଦିଆଯାଏ ବୋଲି ଏକ ଟ୍ୱିଟର ବ୍ୟବହାରକାରୀ ସ୍ପଷ୍ଟ କରିଛନ୍ତି। 

ଅମ୍ପାୟାର ଭୁଲ ନିଷ୍ପତ୍ତି ନେବା ପରେ ତାଙ୍କୁ କଣ ଦଣ୍ଡ ଦିଆଯାଏ?

ବାସ୍ତବରେ, ଅମ୍ପାୟାରମାନେ ଭୁଲ ନିଷ୍ପତ୍ତି ନେବା ଏକ ସାଧାରଣ କଥା। ଅବଶ୍ୟ, କ୍ରିକେଟ୍ ର ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି ନିୟମ ନିର୍ମାତାମାନେ ଟେକ୍ନୋଲୋଜି ବ୍ୟବହାର କରିବା ଏବଂ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ସହିତ ଆଗକୁ ବଢିବା ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ପଡିବ।

ଏହା ଏକ ସତ୍ୟ ଯେ କୌଣସି ଅମ୍ପାୟାର ଜାଣିଶୁଣି ଭୁଲ ନିଷ୍ପତ୍ତି ଦିଅନ୍ତି ନାହିଁ। କିନ୍ତୁ, ଯଦି ବାକି ନିଷ୍ପତ୍ତିଗୁଡିକ ଅନ୍ୟ ନିଷ୍ପତ୍ତି ପରି ଟେକ୍ନୋଲୋଜିର ପରିପ୍ରେକ୍ଷୀରେ ରଖାଯାଏ, ତେବେ ଏହା ନିଶ୍ଚିତ ଭାବରେ କ୍ରିକେଟ୍ ଏବଂ ପ୍ରଶଂସକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଯଦି କୌଣସି ଅମ୍ପାୟାର ବାରମ୍ବାର ଭୁଲ ନିର୍ଣ୍ଣୟ ଦିଅନ୍ତି ତେବେ ICC ଚାହିଁଲେ ସେହି ଅମ୍ପାୟାରଙ୍କୁ ବରଖାସ୍ତ କରି ପାରିବ । ତେବେ ଆଗରୁ ମଧ୍ୟ ବହୁତ ଥର ଅମ୍ପାୟାରଙ୍କୁ ପରିବର୍ତନ କରା ଯାଇଛି ।