Legends League: ପୁଣି ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବେ ସୌରଭ ଗାଙ୍ଗୁଲି, ଦେଖନ୍ତୁ ପ୍ଲେଇଂ XI

  1. Home
  2. Cric Special

Legends League: ପୁଣି ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବେ ସୌରଭ ଗାଙ୍ଗୁଲି, ଦେଖନ୍ତୁ ପ୍ଲେଇଂ XI


କ୍ରିକେଟ୍ ଖବର : ଭାରତ ଚଳିତ ବର୍ଷ ସ୍ୱାଧୀନତାର 75 ବର୍ଷ ପୂରଣ କରୁଛି। ଏହି ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ଦେଶରେ ଅମୃତ ମହୋତ୍ସବ ଆୟୋଜିତ ହେଉଛି। ଏହି ଅବସରରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏକ ସ୍ୱତନ୍ତ୍ର କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହେବ। ଲେଜେଣ୍ଡ କ୍ରିକେଟ୍ ଲିଗ୍ ଅଧୀନରେ ଏହି ମ୍ୟାଚ୍ ଖେଳାଯିବ। ଏହି ଲିଗ୍ 16 ସେପ୍ଟେମ୍ବରରୁ ଆରମ୍ଭ ହେବ। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର 15 ରେ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଇଣ୍ଡିଆ ମହାରାଜା ଏବଂ ୱାର୍ଲ୍ଡ ଜଏଣ୍ଟସ୍ ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ଭାରତୀୟ ସ୍ୱାଧୀନତାର 75 ତମ ବର୍ଷ ସହ ଜଡିତ ଉତ୍ସବ ପାଇଁ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।ଆୟୋଜକ ମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। 

ଏଲଏଲସି ର ଡେପୁଟି କମିଶନର ରବି ଶାସ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି, "ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ଯେ ଆମେ ଆମର ସ୍ୱାଧୀନତାର 75 ତମ ବର୍ଷ ପାଳନ କରୁଛୁ। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଚଳିତ ବର୍ଷର ଏହି ଲିଗ୍ ମ୍ୟାଚକୁ ସ୍ୱାଧୀନତାର 75 ତମ ବାର୍ଷିକୀ ଉତ୍ସବରର କରୁଚୁ।

legends league

ଇଣ୍ଡିଆ ମହାରାଜା ଦଳ ପାଇଁ ଭାରତର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଥିବାବେଳେ ୱାର୍ଲ୍ଡ ଜଏଣ୍ଟସ୍ ଇଂଲଣ୍ଡର 2019 ବିଶ୍ୱକପ୍ ବିଜେତା ଅଧିନାୟକ ଇଏନ୍ ମୋର୍ଗାନଙ୍କ ନେତୃତ୍ୱ ନେବେ।  ଏହି ନିର୍ଦ୍ଦିଷ୍ଟ ମ୍ୟାଚ୍ ର ପରଦିନ ସେପ୍ଟେମ୍ବର 16 ରେ LLC ର ଦ୍ୱିତୀୟ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟରେ ଚାରୋଟି ଦଳ ଅଂଶଗ୍ରହଣ କରିବେ ଯାହା 22 ଦିନ ମଧ୍ୟରେ 15 ଟି ମ୍ୟାଚ୍ ଖେଳିବ। 

ଇଣ୍ଡିଆ ମହାରାଜା ଦଳ:

ସୌରଭ ଗାଙ୍ଗୁଲି (କ୍ୟାପଟେନ), ବିରେନ୍ଦ୍ର ସେହୱାଗ, ୟୁସୁଫ ପଠାନ, ମହମ୍ମଦ କୈଫ୍, ଏସ ବଦ୍ରିନାଥ, ଇରଫାନ୍ ପଠାନ୍, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନି, ଏସ.ଶ୍ରୀସନ୍ତ, ହରଭଜନ ସିଂ, ନମନ୍ ଓଝା, ଅଶୋକ ଦିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆରପି ସିଂ, ଯୋଗୀନ୍ଦର ଶର୍ମା, ରିତେନ୍ଦ୍ର ସିଂ ସୋଡି।