ଅଧିନାୟକ ରୋହିତଙ୍କ ପରେ, ଜାଡେଜା ମଧ୍ୟ 'ଅବସର' ଉପରେ କଲେ ସ୍ପଷ୍ଟ, ଦିନିକିଆ ମ୍ୟାଚରୁ ଅବସର କୁ ନେଇ ଭାଙ୍ଗିଲେ ନୀରବତା...
Ravindra Jadeja's Retirement: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଦିନିକିଆ ମ୍ୟାଚରୁ ଅବସର ନେବା ନେଇ ଆଲୋଚନା ହେଉଥିଲା ।
ରୋହିତ ଶର୍ମା ଗତ ବର୍ଷ ହିଁ ଟି-୨୦ କ୍ୟାରିଅରରୁ ନେଇ ସାରିଥିଲେ । କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଥିଲେ, "ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ଦିନିକିଆ ଫର୍ମାଟରୁ ଅବସର ନେଉନାହିଁ । ଦୟାକରି ମିଥ୍ୟା ଗୁଜବ ଆଉ ପ୍ରଚାର କରନ୍ତୁ ନାହିଁ ।"
ସେହିପରି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନିଜର ସ୍ପେଲ ସାରିବା ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ, ସେତେବେଳେ ଜାଡେଜାଙ୍କ ଅବସର ନେଇ ଗୁଜବ ଆହୁରି ଜୋର ଧରିଥିଲା । ଏବେ ଜାଡେଜା ନିଜେ ତାଙ୍କ ଅବସର ଖବରକୁ ନେଇ ନୀରବତା ଭାଙ୍ଗିଛନ୍ତି ।
ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅବସର ଗୁଜବକୁ ବେକାର କଥା ବୋଲି କହିଛନ୍ତି । ସେ କହିଛନ୍ତି, "ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ, ଧନ୍ୟବାଦ ।" ଯେ ଗତ ବର୍ଷ ଭାରତର T-20 ବିଶ୍ୱକପ୍ ବିଜୟ ପରେ ଜାଡେଜା T-20 ଫର୍ମାଟକୁ ଅଲବିଦା କହିଥିଲେ । ଏବେ ଲାଗୁଛି ୩୬ ବର୍ଷୀୟ ଜାଡେଜା ୨୦୨୭ ଦିନିକିଆ ବିଶ୍ୱକପକୁ ଲକ୍ଷ୍ୟ କରିଛନ୍ତି । ବିଶ୍ୱକପ୍ ଆୟୋଜନ ହେବାକୁ ଆହୁରି ଦୁଇ ବର୍ଷ ବାକି ଅଛି ଏବଂ ସେତେବେଳକୁ ଜାଡେଜା ୩୮ ବର୍ଷ ବୟସ୍କ ହୋଇଥିବେ ।
ନିକଟରେ, ଆଉ ଏକ ଖବର ମଧ୍ୟ ଆସିଛି ଯେ, ବିରାଟ କୋହଲି ଅତି କମରେ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ । ତେବେ ଏ ବିଷୟରେ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କେହି ଦେଇ ନାହାନ୍ତି ।