ବିରାଟଙ୍କର ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଭୁଲରେ ମଧ୍ୟ ଟେଷ୍ଟ ଅଧିନାୟକ କରିବାକୁ ମନା କଲେ ଯୁବରାଜ, ଜାଣନ୍ତୁ କଣ କହିଲେ

  1. Home
  2. Cricket News

ବିରାଟଙ୍କର ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଭୁଲରେ ମଧ୍ୟ ଟେଷ୍ଟ ଅଧିନାୟକ କରିବାକୁ ମନା କଲେ ଯୁବରାଜ, ଜାଣନ୍ତୁ କଣ କହିଲେ

କ୍ରିକେଟ ଖବର : ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକତ୍ୱ ପଦ ଛାଡିବା ପରେ ପୂର୍ବତନ ଭାରତୀୟ ଦଳର ଅଲରାଉଣ୍ଡର ଯୁବରାଜ ସିଂ ନୂଆ ଅଧିନାୟକ କିଏ ହେବ ତାକୁ ନେଇ ଜଣେ ଖେଳାଳିଙ୍କର ନାମ ଦେଇଛନ୍ତି। ଆଉ ୟୁଭି ଦେଇଥିବା ନାଁ ଶୁଣି ସମସ୍ତ କ୍ରିକେଟ ପ୍ରସଂଶକ ଆଉ କ୍ରିକେଟ ବିଶେଷଜ୍ଞ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। …


ବିରାଟଙ୍କର ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଭୁଲରେ ମଧ୍ୟ ଟେଷ୍ଟ ଅଧିନାୟକ କରିବାକୁ ମନା କଲେ ଯୁବରାଜ, ଜାଣନ୍ତୁ କଣ କହିଲେ

କ୍ରିକେଟ ଖବର : ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକତ୍ୱ ପଦ ଛାଡିବା ପରେ ପୂର୍ବତନ ଭାରତୀୟ ଦଳର ଅଲରାଉଣ୍ଡର ଯୁବରାଜ ସିଂ ନୂଆ ଅଧିନାୟକ କିଏ ହେବ ତାକୁ ନେଇ ଜଣେ ଖେଳାଳିଙ୍କର ନାମ ଦେଇଛନ୍ତି। ଆଉ ୟୁଭି ଦେଇଥିବା ନାଁ ଶୁଣି ସମସ୍ତ କ୍ରିକେଟ ପ୍ରସଂଶକ ଆଉ କ୍ରିକେଟ ବିଶେଷଜ୍ଞ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଗୋଟିଏ ପଟେ ବିସିସିଆଇ ଟେଷ୍ଟ ଦଳର ନୂଆ ଅଧିନାୟକ କାହାକୁ କରାଯିବ କିଛି ଘୋଷଣା କରିନଥିବା ବେଳେ, ସେପଟେ କିନ୍ତୁ ପୂର୍ବତନ କ୍ରିକେଟର ତଥା କ୍ରିକେଟ୍ ବିଶେଷଜ୍ଞମାନେ ନିଜ ପସନ୍ଦର ଖେଳାଳିଙ୍କ ନାମ ଘୋଷଣା କରିସାରିଛନ୍ତି ଟେଷ୍ଟ ଦଳର ନୂଆ ଅଧିନାୟକ ପଦ ପାଇଁ। ତେଣୁ ଯୁବରାଜ ସିଂ ମଧ୍ୟ ଏକ ନାମ ରଖିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ଭାରତ ହାରିବା ପରେ କିଙ୍ଗ କୋହଲି ହଠାତ୍ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବିରାଟଙ୍କର ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠିଛି ଯେ ପରବର୍ତ୍ତୀ ଅଧିନାୟକ କିଏ ହେବେ ?

ବିରାଟଙ୍କର ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଭୁଲରେ ମଧ୍ୟ ଟେଷ୍ଟ ଅଧିନାୟକ କରିବାକୁ ମନା କଲେ ଯୁବରାଜ, ଜାଣନ୍ତୁ କଣ କହିଲେ

ତେବେ ୟୁଭି ବର୍ତ୍ତମାନର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ନାମ ଟେଷ୍ଟର ଅଧିନାୟକ ଭାବରେ କହିଛନ୍ତି। ସେପଟେ ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଛନ୍ତି। ଯୁବରାଜ ସିଂ କହିଛନ୍ତି ଯେ ରିଷଭ ପନ୍ତ ଜଣେ ୱିକେଟ୍ କିପର ଏବଂ ୱିକେଟ୍ ପଛରୁ ସେ ଖେଳର ସ୍ଥିତିକୁ ଭଲ ଭାବରେ ବୁଝିପାରନ୍ତି। ତେଣୁ ଟେଷ୍ଟ ଦଳର ନୂଆ ଅଧିନାୟକ ଦାୟିତ୍ୱ ପନ୍ତଙ୍କୁ ହସ୍ତାନ୍ତର କଲେ ଭଲ ହେବ।

ତେବେ ଅଧିକାଂଶ ଲୋକଙ୍କ ପସନ୍ଦ ହେଉଛି ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ। କିନ୍ତୁ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏହି ଦୁଇ ଖେଳାଳିଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦେବାକୁ ସଫା ସଫା ମନା କରିଦେଇଛନ୍ତି।

ବିରାଟଙ୍କର ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ଭୁଲରେ ମଧ୍ୟ ଟେଷ୍ଟ ଅଧିନାୟକ କରିବାକୁ ମନା କଲେ ଯୁବରାଜ, ଜାଣନ୍ତୁ କଣ କହିଲେ

ବାସ୍ତବରେ ଯେତେବେଳେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ଥିଲେ, ସେତେବେଳେ ରୋହିତ ଶର୍ମା ଟେଷ୍ଟ ଦଳର ଉପ ଅଧିନାୟକ ( ଭାଇସ କ୍ୟାପଟେନ) ଥିଲେ। ଏହା ବ୍ୟତୀତ ବର୍ତ୍ତମାନ ରୋହିତ ମଧ୍ୟ ଦିନିକିଆର ଅଧିନାୟକ ଅଟନ୍ତି। ତାଙ୍କୁ ସପୋର୍ଟ କରିବା ପାଇଁ ରାହୁଲ ତାଙ୍କ ପଛରେ ଅଛନ୍ତି। ଯଦି ରୋହିତ ଆଉ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବି ଟେଷ୍ଟ ଦଳର ଅଧିନାୟକ ପଦ ଦିଆଯାଏ, ତେବେ ବୋଧହୁଏ ତାଙ୍କ ଉପରେ କାର୍ଯ୍ୟ ଭାର ବହୁତ ବୃଦ୍ଧି ପାଇବ। ସେଥିପାଇଁ ଯୁବରାଜ ସିଂ ରିଷଭ ପନ୍ତଙ୍କୁ ବିରାଟଙ୍କ ପରେ ଟେଷ୍ଟ ଦଳର ଅଧିନାୟକ ହେବାର ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି।