ଶୁଭମନ ଗିଲ ଉପ-ଅଧିନାୟକ ହେବା ପରେ ରାଗିଲେ କ୍ରିକେଟର, କହିଲେ ‘ତାଙ୍କ ପାଖରେ ଏମିତି କ'ଣ..."
Champions Trophy: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆର ସ୍କ୍ୱାର୍ଡ । ଏହି ICC ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ହେଲେ ଭାରତୀୟ ଦଳରେ ୨୫ ବର୍ଷୀୟ ଯୁବ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କିଛି ଲୋକ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଅନେକ ତାଙ୍କୁ ଉପ-ଅଧିନାୟକ କରିବା ବିପକ୍ଷରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏବଂ ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଂଶ କୃଷ୍ଣମାଚାରୀ ଶ୍ରୀକାନ୍ତ ମଧ୍ୟ ଏହି ନିଷ୍ପତ୍ତି ର ଵିପକଯରେ ଅଛନ୍ତି । ସେ ଗିଲ୍ଙ୍କ ଉପ-ଅଧିନାୟକ ହେବା ଉପରେ ପ୍ରଶ୍ନ ଉଠାଇଛନ୍ତି ।
କୃଷ୍ଣମାଚାରୀ ଶ୍ରୀକାନ୍ତ ନିଷ୍ପତ୍ତିକୁ ନେଇ ଉଠାଇଥିବା ପ୍ରଶ୍ନ:
ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା ପରେ, ଗିଲଙ୍କୁ ନେଇ ସଭିଏଁ ତାଟକା । ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ଅଣଦେଖା କରି ଚୟନକର୍ତ୍ତାମାନେ ଗିଲଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଥିଲେ। ଯାହାକୁ ନେଇ ଭଡକିଥିଲେ କୃଷ୍ଣମାଚାରୀ ଶ୍ରୀକାନ୍ତ । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ 'ତାଙ୍କ ପାଖରେ କଣ ଏମିତି ଅଛି କି ଖାସ୍ ?'
ସେ ଗତ ଗୋଟିଏ ବର୍ଷ ମଧ୍ୟରେ କିଛି ବିଶେଷ କାମ କରିନାହାଁନ୍ତି । ଯଦି ଆମେ ତାଙ୍କର ଶେଷ ୧୦ଟି ODI ଇନିଂସକୁ ଦେଖିବା, ତେବେ ସେଥିରେ କିଛି ବିଶେଷ ଫର୍ମ ନାହିଁ। ତାଙ୍କ ବିଷୟରେ ଏପରି କ’ଣ ବିଶେଷ ଅଛି ଯେ ତାଙ୍କୁ ଉପ-ଅଧିନାୟକ କରାଯିବା ଉଚିତ? ମୁଁ ଆଶ୍ଚର୍ଯ୍ୟ ହେଉଛି।
ଏହା ପ୍ରଥମ ଥର ନୁହେଁ ଯେ ଶ୍ରୀକାନ୍ତ ଗିଲଙ୍କ ଉପରେ ଏପରି ରାଗିଛନ୍ତି । ପୂର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଗିଲଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗିଲଙ୍କ ପ୍ରଦର୍ଶନ ନିରାଶାଜନକ ଥିଲା । ତା'ପରେ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, 'ଶୁଭମନ ଗିଲ୍ ଏବେ ଦଳରେ ଅଛନ୍ତି କାରଣ ତାଙ୍କୁ ୧୦ଟି ସୁଯୋଗ ମିଳେ ଏବଂ ଏହା ପୂର୍ବରୁ ସେ ୯ଟିରେ ବିଫଳ ହୁଅନ୍ତି ଏବଂ ୧୦ମରେ ରନ୍ କରନ୍ତି ।' ସେହି ଗୋଟିଏ ଇନିଂସ ଯୋଗୁଁ, ସେ ରନ କରିବା ପାଇଁ ଆଉ ୧୦ଟି ସୁଯୋଗ ପାଆନ୍ତି।