ବିଶ୍ୱକପ 2023: ଯଦି ସେମିଫାଇନାଲ ବର୍ଷା ହୋଇ ବାତିଲ ହୋଇଯିବ ତେବେ, କେଉଁ ଦଳ ଯିବ ଫାଇନାଲ ?

  1. Home
  2. Cricket News

ବିଶ୍ୱକପ 2023: ଯଦି ସେମିଫାଇନାଲ ବର୍ଷା ହୋଇ ବାତିଲ ହୋଇଯିବ ତେବେ, କେଉଁ ଦଳ ଯିବ ଫାଇନାଲ ?


ବିଶ୍ୱକପ 2023 ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ସହ ସେମିଫାଇନାଲ ମ୍ୟାଚ୍ 15 ନଭେମ୍ବରରେ ମୁମ୍ବାଇରେ ଖେଳିବାକୁ ଯାଉଛି । ଟିମ୍ ଇଣ୍ଡିଆ ବିଶ୍ୱକପ୍ 2023 ରେ କ୍ରମାଗତ 9ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି ।

ତେବେ ରୋହିତଙ୍କ ଟିମ ନେଦରଲ୍ୟାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଜିତି ଟେବୁଲରେ ଭାରତର ସ୍ଥିତିକୁ ଆହୁରି ଦୃଢ କରିଛନ୍ତି । ଟୁର୍ନାମେଣ୍ଟର ଫର୍ମାଟ୍ ଅନୁଯାୟୀ ଟେବୁଲ୍ ଟପ୍ ଦଳକୁ ସେମିଫାଇନାଲରେ ଚତୁର୍ଥ ସ୍ଥାନିତ ଦଳକୁ ସାମ୍ନା କରିବାକୁ ପଡିବ ।

ତେବେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୧୭ ନଭେମ୍ବରରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ସେମିଫାଇନାଲରେ ଭାରତ ସହ ନ୍ୟୁଜିଲ୍ୟାଣ୍ଡ ଦଳ ଖେଳିବ ତାହା ଏବେ ସ୍ଥିର ହୋଇଯାଇଛି । ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ଶ୍ରୀଲଙ୍କା କୁ ହରେଇଛି ।

ସେମିଫାଇନାଲ ମ୍ୟାଚ ଦିନ ଯଦି ବର୍ଷା ହୁଏ କିଏ ହେବ ବିଜେତା ?

ତେବେ ସେମିଫାଇନାଲ ମ୍ୟାଚ ଦିନ ଯଦି ବର୍ଷା ହେବ ତାହେଲେ କଣ ହେବ ଏହା ଆପଣ ଜାଣିଛନ୍ତି କି? ବାସ୍ତବରେ ବର୍ଷାକୁ ନଜରରେ ରଖି ଏକ ରିଜର୍ଭ ଦିନ ରଖାଯାଇଛି । ଯଦି ବର୍ଷା ହେତୁ ରିଜର୍ଭ ଦିନରେ ମ୍ୟାଚର ଫଳାଫଳ ନ ଆସେ ଏହି ପରିସ୍ଥିତିରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ଫାଇନାଲରେ ପହଞ୍ଚିବ ।

ind-vs-nz-semi-final-2023

ଏହି ନିୟମ ଅନୁଯାୟୀ ଯଦି ଭାରତର ସେମିଫାଇନାଲ ମ୍ୟାଚ୍ ବର୍ଷା ଦ୍ୱାରା ନ ବି ହୁଏ, ତେବେ ଟିମ୍ ଇଣ୍ଡିଆ ଫାଇନାଲରେ ପହଂଚିଯିବ । ତେବେ ଭାରତ ର ରେକର୍ଡ ସେମି ଫାଇନାଲ ମ୍ୟାଚ ରେ ନ୍ୟୁଜିଲ୍ୟାଣ୍ଡ ସହ ଖରାପ ଅଛି, ମାତ୍ର ଏଇ ଥର ଭାରତୀୟ ଦଳ ଭଲ ଫର୍ମ ରେ ଅଛି ଏବଂ ନ୍ୟୁଜିଲ୍ୟାଣ୍ଡ କୁ ସହଜରେ ପରାସ୍ତ କରିବା ବୋଲି ଆଶା ଅଛି ।