ବିଶ୍ୱକପ୍ 2023: ଯଦି ପାଣ୍ଡ୍ୟା ଫିଟ ହୋଇ ଫେରନ୍ତି, ତେବେ ଶାମି ଏବଂ ସୂର୍ଯ୍ୟକୁମାର ମଧ୍ୟରୁ କିଏ ହେବ ବାହାର ?

  1. Home
  2. Cricket News

ବିଶ୍ୱକପ୍ 2023: ଯଦି ପାଣ୍ଡ୍ୟା ଫିଟ ହୋଇ ଫେରନ୍ତି, ତେବେ ଶାମି ଏବଂ ସୂର୍ଯ୍ୟକୁମାର ମଧ୍ୟରୁ କିଏ ହେବ ବାହାର ?


ଇଂଲଣ୍ଡ ବିପକ୍ଷ ବିଶ୍ୱକପ 2023 ମ୍ୟାଚରେ କଠିନ ପରିସ୍ଥିତିରେ ଭଲ ବ୍ୟାଟିଂ କରିଥିବା ସୁର୍ଯ୍ୟକୁମାର ଯାଦବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପରେ କଣ ଟିମ୍ ଇଣ୍ଡିଆର ଏକାଦଶ ଖେଳିବାରେ ନିଜର ସ୍ଥାନ ବଜାୟ ରଖିପାରିବେ କି ? ଗତ କିଛି ମ୍ୟାଚ୍ ରେ ଶ୍ରେୟସ୍ ଆୟରଙ୍କ ପ୍ରଦର୍ଶନ ଅତି ଖରାପ ଅଛି ଏବଂ ସେ ଏବେ କିଛି ମ୍ୟାଚ ରୁ ଆଉଟ୍ ହୋଇପାରନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତିଭା ଏବଂ ଦୃଢ ମାନସିକତା ଉପରେ କେହି ସନ୍ଦେହ କରନ୍ତି ନାହିଁ, କିନ୍ତୁ ଟି -20 ଫର୍ମାଟରେ ବିସ୍ଫୋରକ ବ୍ୟାଟିଂ ସହ ନିଜର ପ୍ରାଧାନ୍ୟ ସ୍ଥାପନ କରିଥିବା ଏହି ବ୍ୟାଟ୍ସମ୍ୟାନ୍ ଦୀର୍ଘ ଦିନ ଧରି ODI ରେ ଖାସ ପ୍ରଭାବ ପକାଇ ପାରି ନାହାନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଏହି ଖେଳାଳିହେବେ ବାହାର:

ଯେତେବେଳେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଏକ କଠିନ ପରିସ୍ଥିତିରେ ଥିଲା, ସେତେବେଳେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଧର୍ଯ୍ୟ ର ସହ ବ୍ୟାଟିଂ କରି ନିଜର ପରିବର୍ତ୍ତିତ ମନୋଭାବ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟକୁମାର । ବ୍ୟାଟିଂ ପାଇଁ କଷ୍ଟସାଧ୍ୟ ଅବସ୍ଥାରେ 47 ଟି ବଲରେ 49 ରନ୍ ର ଭଲ ଇନିଂସ ଖେଳି ସୁର୍ଯ୍ୟକୁମାର ଯାଦବ ଖେଳ ଏକାଦଶରେ ନିଜର ସ୍ଥାନ ଦୃଢ କରିଥିଲେ ।

surya

ସୂର୍ଯ୍ୟକୁମାର ଯାଦବଙ୍କ ଏହି ଇନିଂସ ଶ୍ରେୟାସ ଆୟରଙ୍କ ପାଇଁ ବିପଦ ହୋଇପାରେ । ଗୋଡର ଆଘାତରୁ ସୁସ୍ଥ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପର ଶେଷ କିଛି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିପାରିବେ ।

ରାହୁଲ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିପାରିବେ:

ପୂର୍ବତନ ଚୟନକର୍ତ୍ତା କହିଛନ୍ତି, 'ଇଂଲଣ୍ଡ ବିପକ୍ଷରେ ସେ ବୋଲରମାନଙ୍କୁ ସାହସର ସହିତ ସାମ୍ନା କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିବା ପରେ ଲୋକେଶ ରାହୁଲ ଶ୍ରେୟାସଙ୍କ ସ୍ଥାନରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିପାରିବେ ।

ବଡ଼ ଶଟ ଖେଳିବାରେ ସୂର୍ଯ୍ୟକୁମାର ଯାଦବ ପାରଦର୍ଶୀ ଅଟନ୍ତି:

ସୁର୍ଯ୍ୟକୁମାର ଯାଦବ ପଡ଼ିଆରେ ସହଜରେ ବଡ଼ ସଟ ଖେଳିବା ପାଇଁ ଜଣାଶୁଣା । ପୂର୍ବତନ ଭାରତୀୟ ୱିକେଟ୍ କିପର ତଥା ସମୀକ୍ଷକ ଦୀପ ଦାସ ଗୁପ୍ତା କହିଛନ୍ତି ଯେ ସୁର୍ଯ୍ୟକୁମାର ଆକଳନ କରିବାରେ ସଫଳ ହୋଇଥିଲେ ଯେ ଏହି ପିଚରେ ପ୍ରାୟ 280 ସ୍କୋର କରିବା କଷ୍ଟକର ହେବ ଏବଂ ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଚ୍ୟାଲେଞ୍ଜ କରିବା ପାଇଁ 240 ରନ୍ ଯଥେଷ୍ଟ ହେବ । ଏହାକୁ ଧ୍ୟାନରେ ରଖି ସେ ନିଜ ଖେଳ ବଦଳାଇଲେ ।

ଦୀପ ଦାସ ଗୁପ୍ତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ହାର୍ଦ୍ଦିକଙ୍କ ଫେରିବା ପରେ ସୂର୍ଯ୍ୟକୁମାର ଦଳରେ ରହିବାକୁ ଏକ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ସେ କହିଥିଲେ ଶ୍ରେୟସ୍ ଲୟରେ ଥିବା ପରି ମନେ ହେଉନାହିଁ । ଯଦି ଆପଣ ନିର୍ଦ୍ଦିଷ୍ଟ ଭୂମିକାରେ ଅବତୀର୍ଣ୍ଣ ହେବା ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ମୁଁ ବିଶ୍ୱାସ କରେ ଯେ ପରିସ୍ଥିତି ଉପରେ ନିର୍ଭର କରି ସୂର୍ଯ୍ୟ କିମ୍ବା ହାର୍ଦ୍ଦିକଙ୍କୁ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ବ୍ୟବହାର କରାଯାଇପାରିବ ।