ବିଶ୍ୱକପ୍ 2023: ସମସ୍ତ ଦଳ ଖେଳିବେ ଅଭ୍ୟାସ ମ୍ୟାଚ୍, କ୍ଲିକ କରି ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ଏହି ଦିନ ଅଛି ଭାରତର ମ୍ୟାଚ

  1. Home
  2. Cricket News

ବିଶ୍ୱକପ୍ 2023: ସମସ୍ତ ଦଳ ଖେଳିବେ ଅଭ୍ୟାସ ମ୍ୟାଚ୍, କ୍ଲିକ କରି ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ଏହି ଦିନ ଅଛି ଭାରତର ମ୍ୟାଚ


ଆଇସିସି ବିଶ୍ୱକପ 2023 ବର୍ତ୍ତମାନ ନିକଟତର ହେବାକୁ ଯାଉଛି । ଅକ୍ଟୋବର 5 ହେଉଛି ତାରିଖ ଯେତେବେଳେ ଏହି ବର୍ଷର ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳାଯିବ । ସେହି ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମୁହାଁମୁହିଁ ହେବେ।

ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ହୋଇସାରିଛି । ତେବେ ଅକ୍ଟୋବର 5 ପୂର୍ବରୁ ସମସ୍ତ ଦଳ ନିଜ ନିଜ ଅଭ୍ୟାସ ମ୍ୟାଚ୍ ଖେଳିବେ । ଏଥିପାଇଁ ଆଇସିସି ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ସମସ୍ତ ଦଳ ଗୋଟିଏରୁ ଦୁଇଟି ଅଭ୍ୟାସ ମ୍ୟାଚ୍ ପାଇବେ ।

ଅକ୍ଟୋବର 8 ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ, କିନ୍ତୁ ଏହାପୂର୍ବରୁ ଦଳ ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡ ସହିତ ଅଭ୍ୟାସ ମ୍ୟାଚ୍ ଖେଳିବ । 30 ସେପ୍ଟେମ୍ବରରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ ।

rohit asia cup

ଏହା ପୂର୍ବରୁ 29 ସେପ୍ଟେମ୍ବରରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ହେବ । ସେହି ଦିନ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ମୁହାଁମୁହିଁ ହେବେ । ଏହି ଦିନ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ମଧ୍ୟ ଖେଳାଯିବ ।

ଆଇସିସି ବିଶ୍ୱକପ୍ 2023 ଅଭ୍ୟାସ ମ୍ୟାଚ୍ କାର୍ଯ୍ୟସୂଚୀ:

29 ସେପ୍ଟେମ୍ବର 2023:

ବାଙ୍ଗଲାଦେଶ ବନାମ ଶ୍ରୀ ଲଙ୍କା
ପାକିସ୍ତାନ  ବନାମ ନିଉଜିଲାଣ୍ଡ
ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ

30 ସେପ୍ଟେମ୍ବର 2023

ଭାରତ ବନାମ ଇଂଲଣ୍ଡ
ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ

2 ଅକ୍ଟୋବର 2023:

ନ୍ୟୁଜିଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା
ଇଂଲଣ୍ଡ ବନାମ ବାଂଲାଦେଶ

3 ଅକ୍ଟୋବର 2023

ଇଣ୍ଡିଆ ବନାମ ନେଦରଲ୍ୟାଣ୍ଡସ୍
ଇଂଲଣ୍ଡ ବନାମ ବାଂଲାଦେଶ
ଆଫଗାନିସ୍ତାନ ବନାମ ଶ୍ରୀ ଲଙ୍କା