ୱେଷ୍ଟଇଣ୍ଡିଜ୍ ରୁ ଫେରିବା ମାତ୍ରେ ପାଣ୍ଡ୍ୟା ସୁଯୋଗ ଦେଇଥିବା ଏହି ଖେଳାଳିଙ୍କୁ ପ୍ରଥମେ ବାହାର କରିବେ ରୋହିତ ଶର୍ମା
ସଞ୍ଜୁ ସାମସନଙ୍କ ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କ ପ୍ରଶଂସକମାନେ ଆଗାମୀ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ କି ନାହିଁ ଭାବି ଚିନ୍ତାରେ ପଡିଯାଇଛନ୍ତି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ନିଜକୁ ପ୍ରମାଣ କରିବାକୁ ଭାରତୀୟ ଚୟନକର୍ତ୍ତାମାନେ 28 ବର୍ଷୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ସିରିଜର ପ୍ରଥମ ଦ୍ୱିତୀୟ ଏବଂ ତ୍ରୖତୁୟ ମ୍ୟାଚ୍ ପାଇଁ ଖେଳୁଥିବା ଏକାଦଶରେ ଅନ୍ତର୍ଭୁକ୍ତ କରିଥିଲେ ।
ସଞ୍ଜୁ ସାମସନଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି:
ଏହି ସମୟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । ଉଭୟ ମ୍ୟାଚ୍ରେ ଖବର ଖେଳି ସେ ଆଉଟ ହୋଇଥିଲେ । ସଞ୍ଜୁ ସାମସନଙ୍କ ବ୍ୟାଟିଂ ଭାରତୀୟ ପ୍ରଶଂସକଙ୍କୁ ଅତ୍ୟନ୍ତ ନିରାଶ କରିଥିଲା ।
ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଙ୍କ ବ୍ୟତୀତ କୌଣସି ଖେଳାଳି ଭଲ ବ୍ୟାଟିଂର ପ୍ରଦର୍ଶନ କରିନଥିଲେ । ଏହି ସମୟରେ ସଞ୍ଜୁ ସାମସନ୍ ମଧ୍ୟ ଫ୍ଲପ୍ ହୋଇଥିଲେ | ଯେତେବେଳେ ଦଳ 60 ରନ୍ ସ୍କୋରରେ ତିନୋଟି ୱିକେଟ୍ ହରାଇଥିଲା, ସେତେବେଳେ ସଞ୍ଜୁ ସାମସନ୍ ସାତୋଟି ବଲରେ ସାତୋଟି ରନ୍ ସ୍କୋର କରି ପାଭିଲିୟନକୁ ଫେରିଥିଲେ। ତାଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଭଲ ପାଉଥିବା ପ୍ରଶଂସକମାନଙ୍କ ମନରେ ବହୁତ ଆଘାତ ଦେଇଥିଲା ।