ସୁର୍ଯ୍ୟକୁମାର ODI ବିଶ୍ୱକପରେ ଖେଳିବେ କି ନାହିଁ ? ରୋହିତଙ୍କ ଉତ୍ତରରୁ ହେଲା ସ୍ପଷ୍ଟ, ଜାଣନ୍ତୁ କଣ କହିଲେ ଅଧିନାୟକ

  1. Home
  2. Cricket News

ସୁର୍ଯ୍ୟକୁମାର ODI ବିଶ୍ୱକପରେ ଖେଳିବେ କି ନାହିଁ ? ରୋହିତଙ୍କ ଉତ୍ତରରୁ ହେଲା ସ୍ପଷ୍ଟ, ଜାଣନ୍ତୁ କଣ କହିଲେ ଅଧିନାୟକ


ଭାରତୀୟ କ୍ରିକେଟ୍ ଦଳର ଟି -20 ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟ ODI ଫରମେଟ କୁ ନେଇ ଆଲୋଚନା ହେଉଛି । ସମସ୍ତେ ସମାନ ପ୍ରଶ୍ନ ପଚାରିଛନ୍ତି ଯେ ଏହି ଖେଳାଳି ODI ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଂଶ ହେବେ କି?

ଟି -20 ରେ କ୍ରମାଗତ ଭାବେ ବିସ୍ଫୋରଣ ବ୍ୟାଟିଂ କରୁଥିବା ସୁର୍ଯ୍ୟକୁମାର ଯାଦବଙ୍କ ଅବସ୍ଥା ODI ଫର୍ମାଟରେ ଆସିବା ମାତ୍ରେ ଖରାପ ହୋଇଯାଏ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିଶ୍ୱକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବିଷୟରେ ଏପରି ବିବୃତ୍ତି ଦେଇଛନ୍ତି, ଯାହା ତାଙ୍କ ଖେଳିବା କିମ୍ବା ନ ଖେଳିବା ବିଷୟରେ ଅନେକ କିଛି ସ୍ପଷ୍ଟ କରିଛି ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକଦିବସୀୟ କ୍ରିକେଟରେ ଫର୍ମ ଫେରି ପାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ସମର୍ଥନ କରିଥିଲେ । ରୋହିତ କହିଛନ୍ତି, ସେ ପ୍ରକୃତରେ କଠିନ ପରିଶ୍ରମ କରୁଛନ୍ତି ଏବଂ ସେ ଅନେକ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି, ଯେଉଁମାନେ କି ODI କ୍ରିକେଟ୍ ଖେଳିଛନ୍ତି, କେଉଁ ପ୍ରକାରର ମନୋଭାବ ଏବଂ ମାନସିକତା ଆବଶ୍ୟକ ତାହା ଜାଣିବା ପାଇଁ ।

surya 111 run

T20 ରେ ସୂର୍ଯ୍ୟକୁମାର ଯାଦବ ବହୁତ ପ୍ରଭାବଶାଳୀ ବ୍ୟାଟିଂ ଦେଖାଯାଉଛନ୍ତି କିନ୍ତୁ ODI ଫର୍ମାଟରେ ତାଙ୍କ ଅବସ୍ଥା ଖରାପ ହୋଇଛି । ଏହି ଫର୍ମାଟରେ ଶେଷ 10 ଇନିଂସରେ ସେ ଏପର୍ଯ୍ୟନ୍ତ ଗୋଟିଏ ବି ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ODI ସିରିଜରେ ସେ ଲଗାତାର ତିନିଟି ମ୍ୟାଚରେ ଶୂନ ରେ ଆଉଟ ହୋଇଥିଲେ ।

ଭାରତୀୟ ଅଧିନାୟକ କହିଛନ୍ତି, “ତାଙ୍କ ଭଳି ଜଣେ ବ୍ୟାଟ୍ସମ୍ୟାନ୍ ଙ୍କୁ ଅତିରିକ୍ତ ମ୍ୟାଚ୍ ଦେବା ଜରୁରୀ, ଯାହାଫଳରେ ସେ ଆତ୍ମବିଶ୍ୱାସ ଲାଭ କରିପାରିବେ । ଚଳିତ ବର୍ଷ ସେ ଯେଉଁଭଳି ଭାବରେ ଆଇପିଏଲ୍ ଆରମ୍ଭ କରିଥିଲେ, ପ୍ରଥମ ଚାରି-ପାଞ୍ଚ ମ୍ୟାଚ୍‌ରେ ତାଙ୍କର ରନ୍ ନଥିଲା କିନ୍ତୁ ଏହା ପରେ ସେ ଭଲ ଖେଳିଥିଲେ । ”