Asia Cup 2023 ରେ ବୁମ୍ରା ଙ୍କ ହେବ ଏଣ୍ଟ୍ରି ତ ଏହି 2 ଜଣ ଘାତକ ଖେଳାଳି ହେବେ ଦଳରୁ ବାହାର

  1. Home
  2. Cricket News

Asia Cup 2023 ରେ ବୁମ୍ରା ଙ୍କ ହେବ ଏଣ୍ଟ୍ରି ତ ଏହି 2 ଜଣ ଘାତକ ଖେଳାଳି ହେବେ ଦଳରୁ ବାହାର


ଭାରତୀୟ ଦଳ 30 ଅଗଷ୍ଟରୁ ଏସିଆ କପ୍ ଖେଳିବାକୁ ଯାଉଛନ୍ତି । ଏହି ଟୁର୍ନାମେଣ୍ଟ ଟି ହେଉଛି ଏସିଆ କପ୍ ର ସବୁଠାରୁ ବଡ ଟୁର୍ନାମେଣ୍ଟ | ବିସିସିଆଇ ଏବଂ ପିସିବି ମଧ୍ୟରେ ଦୀର୍ଘ ସମୟ ଧରି ବହୁ ଘାତ ପ୍ରତିଘାତ ପରେ ଏହା ଅନୁଷ୍ଠିତ ହେବାକୁ ଯାଉଛି। 

ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଏହାର ଆୟୋଜନ କରିବେ ବୋଲି ନିଷ୍ପତି ନେଇଛନ୍ତି। ପାକିସ୍ତାନରେ 4 ଟି ମ୍ୟାଚ୍ ଖେଳାଯିବାକୁ ନିଷ୍ପତି ନିଆଯାଇଥିଲେ ହେଁ ଶ୍ରୀଲଙ୍କାରେ 9 ଟି ମ୍ୟାଚ୍ ଖେଳାଯିବ ବୋଲି ନିଷ୍ପତି ନିଆଯାଇଛି। 

ଜସପ୍ରୀତ ବୁମ୍ରା ଦଳକୁ ଫେରିବା ପରେ କଣ ମହମ୍ମଦ ସାମୀ ଏବଂ ଚହଲ ଦଳରୁ ବାହାର ହେବେ ?

ବିଶ୍ୱକପ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏସିଆ କପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଟିମ ମ୍ୟାନେଜମେଣ୍ଟ ତରଫରୁ ସୂଚନା ମିଳିଛି । ଏହାକୁ ଆଖି ଆଗରେ ରଖି 15 ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି । ବହୁତ ଦିନ ପରେ ଜସପ୍ରୀତ ବୁମ୍ରା ଭାରତୀୟ ଦଳକୁ ଫେରିଛନ୍ତି।

Bumrah

30 ସେପ୍ଟେମ୍ବରରୁ ଏସିଆ କପ  ଆରମ୍ଭ ହେବାକୁ ଯାଉଛି | ଏହି ଟୁର୍ଣ୍ଣାମେଣ୍ଟରେ ଯେତେବେଳେ ଭାରତ ଏବଂ ପାକିସ୍ତାନ ଖେଳାଳି ମୁହାଁମୁହିଁ ହେବେ ମ୍ୟାଚଟି ବହୁତ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ଏସିଆ କପ୍  ପ୍ରଥମ ମ୍ୟାଚ୍ 30 ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ | ଏଥି ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ 2 ସେପ୍ଟେମ୍ବରରେ ଖେଳାଯିବାକୁ ନିଷ୍ପତି ନିଆଯାଇଛି ।