ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ରେ କାହିଁକି ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା!? ବଢିପାରେ ଭାରତର ସମସ୍ୟା, ପଢନ୍ତୁ ରିପୋର୍ଟ

  1. Home
  2. Cricket News

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ରେ କାହିଁକି ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା!? ବଢିପାରେ ଭାରତର ସମସ୍ୟା, ପଢନ୍ତୁ ରିପୋର୍ଟ

ind vs aus 3rd odi


ବିଶ୍ୱକପ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 3 ଟି ODI ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଦୁଇଟି ଦିନିକିଆ ଜିତି ଭାରତୀୟ ଦଳ ଏହି ସିରିଜରେ 2-0 ଅଗ୍ରଣୀ ହାସଲ କରିଛି । ODI ସିରିଜରେ ଅଷ୍ଟ୍ରେଲିଆକୁ ସମ୍ପୂର୍ଣ ଭାବେ ପରାସ୍ତ କରିବାର ସୁଯୋଗ ରହିଛି । କିନ୍ତୁ ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ରୁ ଏକ ବଡ଼ ଖବର ଆସୁଛି ।

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେନି ମ୍ୟାଚ !

ଅଷ୍ଟ୍ରେଲିଆ ସହ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳ ରେ ହାର୍ଦିକ ପାଣ୍ଡ୍ୟା ସାମିଲ ହେବେ କି ନାହିଁ ପ୍ରଶ୍ନ ସୃଷ୍ଟି ହେଇଚି । ତୃତୀୟ ODI ରେ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

hardik pandya on akshar patel last over

ବାସ୍ତବରେ ସିରିଜ ଆରମ୍ଭରେ କୁହାଯାଇଥିଲା ଯେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବଙ୍କୁ ପ୍ରଥମ ଦୁଇଟି ଦିନିକିଆରେ ବିଶ୍ରାମ ଦିଆଯାଇଛି । ସମସ୍ତେ ତୃତୀୟ ଦିନିକିଆରେ ଦଳରେ ଯୋଗଦେବେ କିନ୍ତୁ ରୋହିତ ଏବଂ ବିରାଟ ତୃତୀୟ ଦିନିକିଆରେ ଦଳରେ ଯୋଗଦେବେ କିନ୍ତୁ ହାର୍ଦ୍ଦିକଙ୍କୁ ତୃତୀୟ ଦିନିକିଆରୁ ବିଶ୍ରାମ ଦିଆଯାଇଛି ।

କାହିଁକି ପାଣ୍ଡ୍ୟା ଙ୍କୁ ଆରାମ ଦିଆଗଲା?

ଟିମ୍ ଇଣ୍ଡିଆ ପାଇଁ ବର୍ତ୍ତମାନ ଏବଂ ବିଶ୍ୱକପ୍ 2023 ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଡାହାଣହାତୀ ଦ୍ରୁତ ବୋଲର ତଥା ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ନିଜର ଅଲରାଉଣ୍ଡ ଶୈଳୀ ରେ ଯେକୌଣସି ସମୟରେ ଭାରତ ସପକ୍ଷରେ ମ୍ୟାଚକୁ ବଦଳାଇବାର କ୍ଷମତା ରଖିଛନ୍ତି । ତେଣୁ ତାଙ୍କୁ ବିଶ୍ୱକପ ପୂର୍ବରୁ ଅଭ୍ୟାସ କରିବାର ସୁଯୋଗ ଦେବା ଜରୁରୀ ଥିଲା କିନ୍ତୁ ଏବେ ତାଙ୍କୁ ବିଶ୍ରାମ ଦିଆଯିବା ଖବର ପରେ ଲୋକେ ପ୍ରଶ୍ନ କରିଛନ୍ତି ।