ଟି -20 ବିଶ୍ୱକପ ଫାଇନାଲରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ କିଏ ହେବ ଚାମ୍ପିଅନ ? ଜାଣନ୍ତୁ ICC ର ନିୟମ କଣ କହୁଛି

  1. Home
  2. Cricket News

ଟି -20 ବିଶ୍ୱକପ ଫାଇନାଲରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ କିଏ ହେବ ଚାମ୍ପିଅନ ? ଜାଣନ୍ତୁ ICC ର ନିୟମ କଣ କହୁଛି


ଟି -20 ବିଶ୍ୱକପ ଫାଇନାଲ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଏହି ବଡ ମ୍ୟାଚ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମ୍ୟାଚ ଉପରେ ବର୍ଷାର ଛାୟା ମଧ୍ୟ ଆସୁଛି । ବାବେଡୋସରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍ ବର୍ଷା ହେତୁ ସମ୍ପୂର୍ଣ୍ଣ ଧୋଇ ହୋଇପାରେ । ଏବଂ ଯଦି ଏହା ଘଟେ, ତେବେ କ’ଣ ହେବ? ଚାଲ ଦେଖିବା ।

ବାର୍ବାଡୋସ୍ ସ୍ଥିତ କେନସିଂଟନ୍ ଓଭାଲ୍ ଷ୍ଟାଡିୟମରେ ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ୍ ଖେଳାଯିବ । ଏବେ ଖବର ସାମ୍ନାକୁ ଆସୁଛି ଯେ ଜୁନ୍ ୨୯ରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଫାଇନାଲ୍ ମ୍ୟାଚ୍ ଦିନ ବାର୍ବାଡୋସରେ ୭୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ ୨୯ରେ ବର୍ଷା ହେଲେ ଜୁନ୍ ୩୦କୁ ଫାଇନାଲ ମ୍ୟାଚ୍ ପାଇଁ ରିଜର୍ଭ ଡେ ଭାବେ ରଖାଯାଇଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ୨୯ରେ ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ, ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ । ଉଭୟ ଦଳ ଅତି କମରେ ୧୦-୧୦ ଓଭର ଖେଳିଲେ ହିଁ ମ୍ୟାଚ୍ ର ଫଳାଫଳ ପ୍ରକାଶ ପାଇବ। ଯଦି କୌଣସି ଦଳ ୧୦-୧୦ ଓଭର ଖେଳି ପାରିବେ ନାହିଁ ତେବେ ମ୍ୟାଚ୍ କୁ ରିଜର୍ଭ ଡେ’କୁ ଅର୍ଥାତ ୩୦ ତାରିଖକୁ ସ୍ଥାନାନ୍ତର କରାଯିବ ।

ଆଇସିସି ନିୟମ ଅନୁଯାୟୀ, ଫାଇନାଲ ମ୍ୟାଚ୍ କିମ୍ବା ଟାଇ ହେଲେ ସୁପର ଓଭର ଖେଳାଯିବ । ଯଦି ରିଜର୍ଭ ଡେ’ରେ ମଧ୍ୟ କୌଣସି ଦଳ ବିଜେତା ହୋଇପାରିବେ ନାହିଁ ଏବଂ ସୁପର ଓଭର ସମ୍ଭବ ନୁହେଁ, ତେବେ ଫାଇନାଲ ମ୍ୟାଚର ଫଳାଫଳକୁ ‘ନୋ-ରେଜଲ୍ଟ’ କୁହାଯିବ। ସୁପର ଓଭର ନଥିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଯୁଗ୍ମ ବିଜେତା ଘୋଷଣା ହେବେ ।