ଚହଲ ବ୍ୟାଟିଂ ପାଇଁ ଆସିବା ପରେ ହଠାତ ଗ୍ରାଉଣ୍ଡ ବାହାରକୁ ଯିବି କହିଲେ ମାତ୍ର ଅମ୍ପାୟାର କଲେ ମନା, ICC ର ନିୟମ କଣ ?

  1. Home
  2. Cricket News

ଚହଲ ବ୍ୟାଟିଂ ପାଇଁ ଆସିବା ପରେ ହଠାତ ଗ୍ରାଉଣ୍ଡ ବାହାରକୁ ଯିବି କହିଲେ ମାତ୍ର ଅମ୍ପାୟାର କଲେ ମନା, ICC ର ନିୟମ କଣ ?


ଯେତେବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ଭାରତୀୟ ଦଳର ଅଷ୍ଟମ ୱିକେଟ୍ ପଡିଲା, ସେତେବେଳେ ୟୁଜବେନ୍ଦ୍ର ଚହଲ ଗ୍ରାଉଣ୍ଡକୁ ଆସିଥିଲେ । ସେ ଭୁଲରେ ଗ୍ରାଉଣ୍ଡ ମଧ୍ୟ କୁ ଆସିଥିଲେ । ମୁକେଶ କୁମାରଙ୍କୁ ବ୍ୟାଟିଂ କରିବାକୁ ଆସିବାର ଥିଲା ।

କିନ୍ତୁ ଗ୍ରାଉଣ୍ଡ କୁ ଆସିବା ପରେ ଚହଲ ବାହାରକୁ ଯିବାକୁ ଲାଗିଲେ ଏବଂ ସେ ସୀମା ରେଖା ନିକଟରେ ପହଞ୍ଚିଥିଲେ କିନ୍ତୁ ପରେ ଅମ୍ପାୟାର ତାଙ୍କୁ ବ୍ୟାଟିଂ କରିବାକୁ ଡାକିଥିଲେ । ଏହା ପରେ ସେ 10 ନମ୍ବରରେ ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ଭାରତୀୟ ଇନିଂସର ଶେଷ ଓଭରରେ ଘଟିଥିଲା ।

ICC ନିୟମ କ’ଣ କହୁଛି?

ଭାରତୀୟ ଦଳ ଚାହୁଁଥିଲା ମୁକେଶ ଦଶ ନମ୍ବରରେ ବ୍ୟାଟିଂ କରନ୍ତୁ ଏବଂ ଚାହଲ ଫ୍ୟାବେଲିଆନ ଭିତରକୁ କୁ ଫେରିବା ବେଳକୁ ମୁକେଶ ବ୍ୟାଟିଂ ଆସିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଅମ୍ପାୟାର ଚହଲଙ୍କୁ ଡାକିଲେ ।

chahal batting

ଏଠାରେ MCC ର ଆଇନ୍ 25.2 ପ୍ରଯୁଜ୍ୟ, ଯାହା ଜଣେ ବ୍ୟାଟ୍ସମ୍ୟାନ୍ ଇନିଂସ ଆରମ୍ଭ ସହିତ ଜଡିତ | ଏହି ନିୟମ ଅନୁଯାୟୀ - ଯେତେବେଳେ ଜଣେ ବ୍ୟାଟ୍ସମ୍ୟାନ୍ ପ୍ରଥମ ଥର ପଡ଼ିଆରେ ପାଦ ଦିଅନ୍ତି ସେତେବେଳେ ସେ ବ୍ୟାଟ୍ସମ୍ୟାନ୍ ବାହାରକୁ ଯାଇ ପାରିବେ ନାହିଁ ।

ଏହାର ଅର୍ଥ ତାଙ୍କ ଇନିଂସ ଆରମ୍ଭ ହୋଇଯାଇଥିଲା । ଏହି କାରଣରୁ ତାଙ୍କୁ କ୍ରିଜ କୁ ଯିବାକୁ ପଡିଲା | ଏହି ମ୍ୟାଚରେ ୟୁଜଭେନ୍ଦ୍ର ଚହଲ କେବଳ ଗୋଟିଏ ବଲର ସମ୍ମୁଖୀନ ହୋଇଥିଲେ। ସେ ଏଥିରେ ଗୋଟିଏ ରନ୍ ସ୍କୋର କରିଥିଲେ । ସମାନ ଓଭରରେ ଅର୍ଶଦୀପ ସିଂଙ୍କ ଆଉଟ ହେବା ପରେ ମୁକେଶ କୁମାର ମଧ୍ୟ ବ୍ୟାଟିଂ କରିବାକୁ ଆସିଥିଲେ ।