ଦେଖନ୍ତୁ ଭିଡିଓ: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମ୍ୟାଚ୍ ଜିତିଲା ପାକିସ୍ତାନ, ଦୁଇ ଦୁଇଟି ଭୁଲ ଯୋଗୁଁ ହାରିଲା ଭାରତ, ହେଲା ବଡ଼ ବିବାଦ

କଲମ୍ବୋସ୍ଥିତ ପ୍ରେମାଡାସା ଷ୍ଟାଡିୟମରେ ପାକିସ୍ତାନ ଏବଂ ଭାରତୀୟ ଦଳ ମଧ୍ୟରେ Emerging Asia Cup 2023 ଫାଇନାଲ ର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଠାରେ ଅମ୍ପାୟାର ଓପନର୍ ସାଇ ସୁଦର୍ଶନ ଏବଂ ନିକିନ ଜୋସେଙ୍କ ନଟ ଆଉଟ କୁ ଆଉଟ୍ କରି ଭାରତୀୟ ଦଳକୁ ବଡ଼ ଝଟକା ଦେଇଥିଲେ ।
ଏଥି ସହିତ, ଖରାପ ଅମ୍ପାୟାରିଂ ପରେ ସୋସିଆଲ ମିଡିଆରେ ବିବାଦ ବନ୍ଦ ହେବାର ନାମ ନେଉନାହିଁ । ପ୍ରଥମ ନୋ ବଲ୍ କୁ ଅଣଦେଖା କରା ଯାଇଥିବା ବେଳେ, ପରେ ଥାଇ ପ୍ୟାଡରେ ବଲ୍ ହିଟ୍ ହୋଇଥିବା ପରେ ମଧ୍ୟ ତାକୁ ଆଉଟ ଘୋଷଣା କରିବା ବଡ଼ ପ୍ରଶ୍ନ ଉଠାଉଛି ।
ଭାରତ କୁ ହରାଇଲା ପାକିସ୍ତାନ:
Emerging Asia Cup 2023 ଏସିଆ କପ୍ 2023 ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା ଯେଉଁଠାରେ ଭାରତ ଏ ଟସ୍ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ପାକିସ୍ତାନ ଦଳ ସମ୍ପୂର୍ଣ 50 ଓଭରରେ ଆଠଟି ୱିକେଟ୍ ହରାଇ 352 ରନ୍ ସଂଗ୍ରହ କରିଥିଲା । ଯେଉଁଠାରେ ପାକିସ୍ତାନ ଦଳରୁ ତାଇୟାବ ତହିର 12 ଟି ଚଉକା ଓ 4 ଟି ଛକା ସହାୟତାରେ 71 ବଲ୍ ରେ 108 ରନ ଖେଳିଥିବା ବେଳେ ଫରହାନ 6 ରନ ସ୍କୋର କରିଥିଲେ ।
ବିଜୟ ପାଇଁ 353 ରନ୍ ଭଳି ବଡ଼ ସ୍କୋର ର ପିଛା କରି ଭାରତୀୟ ଏ ଦଳ 224 ରନ୍ ରେ ଆଲ ଆଉଟ ହୋଇଯାଇଥିଲେ । ଯେଉଁଠାରେ ଓପନର୍ ସାଇ ସୁଦର୍ଶନ 29 ରନ୍ ରେ ଅର୍ଶଦ ଇକବାଲଙ୍କ ବଲ ରେ ଆଉଟ ହୋଇଥିଲେ, ତାପରେ ନିକିନ ଜୋସ ମଧ୍ୟ 11 ରନ କରି ଆଉଟ ହୋଇଥିଲେ ।
ଅମ୍ପାୟାରଙ୍କ ଭୁଲ ନିଷ୍ପତି ଯୋଗୁଁ ମ୍ୟାଚ ହାରିଲା ଭାରତ:
ମ୍ୟାଚ ରେ ଖରାପ ଅମ୍ପାୟାରିଂ ଭାରତ ପାଇଁ କାଳ ସାଜିଥିଲା, 13 ତମ ଓଭରରେ ମହମ୍ମଦ ୱାସିମ ଜ୍ରୁଙ୍କ ବଲ୍ ନିକିନ ଜୋସଙ୍କ ଜଙ୍ଘ ପ୍ୟାଡକୁ ବାଜି କିପର ହାତକୁ ଯାଇଥିଲା, ଯାହା କୁଅମ୍ପାୟାର ଆଉଟ ଦେଇଥିଲେ । ଯେଉଁଠାରେ ନିକିନ ଅମ୍ପାୟାରଙ୍କ ସହ କଥା ହୋଇଥିଲେ କିନ୍ତୁ ଅମ୍ପାୟାର ତାଙ୍କ କଥା ଶୁଣିଲେ ନାହିଁ । ପରେ ନୋ ବଲ କୁ ମଧ୍ୟ ଅମ୍ପାୟାର ଅଣଦେଖା କରିଥିଲେ, ଯାହାର ଭିଡ଼ିଓ ଏବେ ଭାଇରଲ ହେଉଛି ।
ଦେଖନ୍ତୁ ଭିଡିଓ:
Wicket on a no ball,Wicket for no edge,what sort of umpiring is this??#EmergingAsiaCup2023 #INDAvPAKA #EmergingAsiaCup pic.twitter.com/d2HUsZWI2K
— Cinematicgoogly (@cinematicgoogly) July 23, 2023