ଦେଖନ୍ତୁ ଭିଡ଼ିଓ: କୋହଲିଙ୍କୁ ଦେଖି ହରିସ୍ କଲେ ଆଲିଙ୍ଗନ, ତା’ପରେ ବାବର-ରିଜୱାନ ସହ ବିଶେଷ ସାକ୍ଷାତ କଲେ ରୋହିତ

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: କୋହଲିଙ୍କୁ ଦେଖି ହରିସ୍ କଲେ ଆଲିଙ୍ଗନ, ତା’ପରେ ବାବର-ରିଜୱାନ ସହ ବିଶେଷ ସାକ୍ଷାତ କଲେ ରୋହିତ


ଏସିଆ କପରେ ହେବାକୁ ଥିବା ବଡ ମ୍ୟାଚ୍ ପାଇଁ ଭାରତ ଏବଂ ପାକିସ୍ଥାନର ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅଳ୍ପ ସମୟ ମଧ୍ୟରେ ଶ୍ରୀଲଙ୍କାର ପାଲଲେକେ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ।

ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ ଅଭ୍ୟାସରେ ନିୟୋଜିତ ଅଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଟିମ୍ ଇଣ୍ଡିଆର ଖେଳାଳିମାନେ ପାକିସ୍ତାନର ଖେଳାଳିଙ୍କୁ ଭେଟୁଛନ୍ତି।

IND vs PAK ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ଖେଳାଳି ପରସ୍ପରକୁ ଭେଟିଥିଲେ:

kohli fauf

ବାସ୍ତବରେ ଭାରତ-ପାକିସ୍ଥାନ ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସ କରିବାକୁ ପଡ଼ିଆରେ ଏକାଠି ହୋଇଥିଲେ । ଏଥି ସହିତ ଉଭୟ ଦଳର ଖେଳାଳି ମଧ୍ୟ ପଡ଼ିଆରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ରୋହିତ ଶର୍ମା ବାବର ଆଜାମ ଏବଂ ଇମାମ-ଉଲ-ହକଙ୍କୁ ଭେଟି ପରସ୍ପର ସହ ବାର୍ତ୍ତାଳାପ କରିଥିଲେ।

ଦେଖନ୍ତୁ ଭିଡ଼ିଓ:

ସେହିଭଳି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ପାକିସ୍ତାନର ବୋଲର ହରିସ ରାଉଫଙ୍କୁ ଭେଟିଥିଲେ । ଏହି ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପାକିସ୍ତାନର ଶାଦବ ଖାନ ଏବଂ ଶାହିନ୍ ଆଫ୍ରିଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତ ଖେଳାଳି ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା।