ଶେଷ ତିନୋଟି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ଯଶପ୍ରୀତ ବୁମ୍ରା! ଏହି ଭେଟେରାନ ଖେଳାଳିଙ୍କୁ ମିଳିବ ମଉକା…..

  1. Home
  2. Cricket News

ଶେଷ ତିନୋଟି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ଯଶପ୍ରୀତ ବୁମ୍ରା! ଏହି ଭେଟେରାନ ଖେଳାଳିଙ୍କୁ ମିଳିବ ମଉକା…..


୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ ଟି ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଛି। ଯେଉଁଥିରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଏହି ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ ରାଜକୋଟରେ ଖେଳାଯିବ। ତେବେ ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ। 

India

ଆଗାମୀ ତିନୋଟି ଟେଷ୍ଟ ପାଇଁ ଭାରତୀୟ ଦଳ କଣ ରହିବ ସେଥିନେଇ ଏବେଠାରୁ କଳ୍ପନା ଜଳ୍ପନା ଆରମ୍ଭ ହେଉଥିବା ବେଳେ ଭାରତ ପାଇଁ ଏକ ଖରାପ ଖବର ରହିଛି। ପ୍ରକୃତରେ ଆଗାମୀ ତିନୋଟି ମ୍ୟାଚ ପାଇଁ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଦଳରେ ସାମିଲ ରହିବେ ନାହିଁ ବୋଲି ଖବର ସାମ୍ନାକୁ ଆସୁଛି। ଏଥିନେଇ ଅବଶ୍ୟ ବିସିସିଆଇ ପକ୍ଷରୁ ଅଧିକାରୀକ କୌଣସି ସୂଚନା ଦିଆଯାଇନାହିଁ।

Bumrah

ଗୋଟିଏ ପଟେ ବିରାଟ କୋହଲିଙ୍କର ଦଳକୁ ଫେରିବା ନେଇ ସନ୍ଦେହ ରହିଥିବା ବେଳେ ଏବେ ଯଦି ବୁମ୍ରା ମଧ୍ୟ ନ ଖେଳନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ବୁମ୍ରା ବିଗତ କିଛି ଦିନ ହେବ ଲଗାତାର କ୍ରିକେଟ ଖେଳି ଆସୁଥିବା ବେଳେ ତାଙ୍କର କାର୍ଯ୍ୟଭାର କମାଇବା ପାଇଁ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇପାରେ।

ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଖେଳିଥିବା ମହମ୍ମଦ ସିରାଜଙ୍କୁ ମଧ୍ୟ ଦ୍ଵିତୀୟ ଟେଷ୍ଟରେ ବିଶ୍ରାମ ଦେଇଥିଲା। ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଖେଳିବାକୁ ମିଳିଥିଲା। ସେହିପରି ଭାବରେ ଯଦି ବୁମ୍ରା ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ସାମିଲ କରିବ ଭାରତ? ବୁମ୍ରାଙ୍କ ସ୍ଥାନରେ ଭେଟେରାନ ପେସର ଇଶାନ୍ତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇପାରେ।

Ishant

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦ୍ଵିତୀୟ ଟେଷ୍ଟରେ ବୁମ୍ରା ୯ ୱିକେଟ ନେଇ ଇଂଲଣ୍ଡକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ଇଶାନ୍ତ ଶର୍ମା ମଧ୍ୟ ଦୀର୍ଘଦିନ ଧରି ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ସୁଦ୍ଧା ୧୦୦ ଟେଷ୍ଟ ମ୍ୟାଚ ଖେଳି ୩୧୧ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି।