T20 ବିଶ୍ୱକପ ୨୦୨୪:- ଚମତ୍କାର ପ୍ରଦର୍ଶନ ସହିତ ନିଜ ସ୍ଥାନ ପକ୍କା କରିଛନ୍ତି ଏହି ଖେଳାଳି….

  1. Home
  2. Cricket News

T20 ବିଶ୍ୱକପ ୨୦୨୪:- ଚମତ୍କାର ପ୍ରଦର୍ଶନ ସହିତ ନିଜ ସ୍ଥାନ ପକ୍କା କରିଛନ୍ତି ଏହି ଖେଳାଳି….


ଦେଶରେ ବର୍ତ୍ତମାନ ଜାରି ରହିଛି IPL। ପ୍ରତିଯୋଗିତାର ପ୍ରାୟ ସମସ୍ତ ମ୍ୟାଚ ବେସ୍ ରୋମାଞ୍ଚକର ସାବ୍ୟସ୍ତ ହେଉଥିବା ବେଳେ ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି IPL ସରିବାର ମାତ୍ର କେଇ ଦିନ ମଧ୍ୟରେ ହିଁ ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯିବ। ତେଣୁ, IPL ପ୍ରଦର୍ଶନ ଆଧାରରେ ହିଁ ଭାରତୀୟ ଦଳର ଚୟନ କରାଯିବା ଏକ ପ୍ରକାର ନିଶ୍ଚିତ ଅଟେ।

Team india

ଏଥିନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସ୍ପଷ୍ଟ କରିଛନ୍ତି। ତେବେ, ଚଳିତ ଆଇପିଏଲରେ ଏଭଳି ମଧ୍ୟ କିଛି ଖେଳାଳି ରହିଛନ୍ତି ଯେଉଁମାନେ ପ୍ରଦର୍ଶନ ଆଧାରରେ ନିଜର ସ୍ଥାନ ଏକପ୍ରକାର ପକ୍କା କରି ଦେଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ:-

Rohit sharma

୧. ରୋହିତ ଶର୍ମା:- ଏହି ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ଅଧିନାୟକ ରୋହିତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ ୮ ଟି ମ୍ୟାଚରେ ଗୋଟିଏ ଶତକ ସହିତ ୩୦୩ ରନ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ ଅଟେ।

Virat

୨. ବିରାଟ କୋହଲି:- ଚଳିତ IPL ରେ ବିରାଟ କୋହଲି ୮ ଟି ମ୍ୟାଚରେ ୩୭୯ ରନ ସ୍କୋର କରି ଅରେଞ୍ଜ କ୍ୟାପ୍ ହୋଲ୍ଡର ରହିଛନ୍ତି। ତେଣୁ ତାଙ୍କୁ ବିଶ୍ୱକପ ପାଇଁ ଭାରତୀୟ ଜର୍ସିରେ ଦେଖିବା ଏକପ୍ରକାର ନିଶ୍ଚିତ ଅଟେ।

Jaiswal

୩. ଯଶସ୍ବୀ ଜୟସ୍ବାଲ:- ଭାରତର ଏକ ଉଦିୟମାନ ତାରକା ବ୍ୟାଟର ଦେଶ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ମୁମ୍ବାଇ ବିପକ୍ଷରେ ଶତକ ମାରି ସେ ନିଜର ସ୍ଥାନ ଏକପ୍ରକାର ପକ୍କା କରି ଦେଇଛନ୍ତି।

RP

୪. ଋଷବ ପନ୍ତ:- ନିଜ ଦିନରେ ଏକାକୀ ମ୍ୟାଚ ଜିତାଇବାର ଦକ୍ଷତା ରହିଥିବା ଋଷବ ପନ୍ତ ଦୁର୍ଘଟଣା ପରଠୁ କ୍ରିକେଟକୁ ଫେରିଛନ୍ତି। ଚଳିତ IPL ରେ ମଧ୍ୟ ସେ ଚମତ୍କାର ଫର୍ମ ଦେଖାଇଛନ୍ତି। ତେଣୁ ଭାରତ ପାଇଁ ପ୍ରଥମ ୱିକେଟରକ୍ଷକ ସେ ହିଁ ହେବେ ବୋଲି ଆଶା କରାଯାଉଛି।

Jaddu dube

୫. ରବୀନ୍ଦ୍ର ଜାଡେଜା ଓ ଶିବମ ଦୁବେ:- ବ୍ୟାଟ, ବଲ୍ ଏବଂ ଫିଲଡିଂ ସହିତ ରବୀନ୍ଦ୍ର ଜାଡେଜା ଭଲ ଫର୍ମରେ ଅଛନ୍ତି। ତେଣୁ, ତାଙ୍କୁ ଏବଂ ଶିବମ ଦୁବେଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ଅଟେ।

Surya rinku

୬. ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂ:- ସେହିପରି ଭାବରେ ଭଲ ପ୍ରଦର୍ଶନ କରି ଆସୁଥିବା ରିଙ୍କୁ ସିଂ ଏବଂ ଟି-୨୦ ନମ୍ବର ୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କର ଭାରତୀୟ ଦଳରେ ସାମିଲ ହେବା ପକ୍କା ଅଟେ।

Bumrah

୭. ଯଶପ୍ରୀତ୍ ବୁମ୍ରା:- ଭାରତର ବୋଲିଂ ବିଭାଗରେ ମୁଖ୍ୟ ଅସ୍ତ୍ର ସାଯିବେ ବୁମ୍ରା। ଚମତ୍କାର ବୋଲିଂ କରି ସେ ବିପକ୍ଷ ଦଳରେ ଭୟ ସଞ୍ଚାର କରିବାର ଦକ୍ଷତା ରଖନ୍ତି।

Kuldeep

୮. କୁଲଦୀପ୍ ଯାଦବ:- ସେହିପରି ଭାବରେ କୁଲଦୀପ୍ ଯାଦବ ମଧ୍ୟ ଭାରତୀୟ ସ୍ପିନ୍ ବିଭାଗରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ତାଙ୍କୁ ଆସନ୍ତା ବିଶ୍ୱକପରେ ଭାରତର ସ୍ପିନ୍ ବିଭାଗ ସମ୍ଭାଳୁଥିବାର ଦେଖିବାକୁ ମିଳିବ।