ଧୋନିଙ୍କୁ ରନ୍ ଆଉଟ୍ ଦେଇଥିବା ଅମ୍ପାୟାର ଙ୍କୁ ଫାଇନାଲ ରେ ମିଳିବ ସୁଯୋଗ ! ଟିମ୍ ଇଣ୍ଡିଆ ପାଇଁ ‘Unlucky Umpire’ ଜାଣନ୍ତୁ କେମିତି

  1. Home
  2. Cricket News

ଧୋନିଙ୍କୁ ରନ୍ ଆଉଟ୍ ଦେଇଥିବା ଅମ୍ପାୟାର ଙ୍କୁ ଫାଇନାଲ ରେ ମିଳିବ ସୁଯୋଗ ! ଟିମ୍ ଇଣ୍ଡିଆ ପାଇଁ ‘Unlucky Umpire’ ଜାଣନ୍ତୁ କେମିତି


ଟିମ୍ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ୍ ଜିତି ବିଶ୍ୱକପ୍ 2023 ର ଫାଇନାଲରେ ପ୍ରବେଶ କରିଛି । ଯେଉଁଠାରେ ସେମାନେ ନଭେମ୍ବର 19 ରେ 5 ଥର ଚାମ୍ପିୟନ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଅଫିସିଆଲ ଥିବା ଅମ୍ପାୟାରଙ୍କ ନାମ ପ୍ରକାଶ ପାଇଛି। ଯାହା ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ବିଶ୍ୱକପ ଫାଇନାଲ ରବିବାର ଖେଳାଯିବ । ଦୁଇ ଟିମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି ।

ସେହିପରି କଙ୍ଗାରୁ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଅହମ୍ମଦାବାଦ ପହଞ୍ଚିଛି । ଏହାରି ଭିତରେ ଫାଇନାଲ୍ ପାଇଁ ଅମ୍ପାୟର୍ସଙ୍କ ନାଁ ଘୋଷଣା କରାଯାଇଛି । କିନ୍ତୁ ଏହି ସୂଚୀରେ ରିଚର୍ଡ କେଟଲବୋରୋଙ୍କ ନାଁ ଦେଖି ସବୁ ଭାରତୀୟ ପ୍ରଂଶସକଙ୍କୁ ଝଟକା ଲାଗିଛି । ଏହା ଏଥିପାଇଁ କାରଣ ଯେବେ ବି ରିଚର୍ଡ ଭାରତର ଆଇସିସି ଇଭେଣ୍ଟ ନକ୍‌ଆଉଟ୍‌ରେ ଅମ୍ପାୟରିଂ କରିଛନ୍ତି ଭାରତକୁ ପରାଜୟ ଦେଖିବାକୁ ମିଳିଛି ।

ଇଂଲଣ୍ଡର ରିଚର୍ଡ ଇଲିଙ୍ଗୱାର୍ଥ ଓ ରିଚର୍ଡ କେଟଲବୋରୋ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲରେ ଗ୍ରାଉଣ୍ଡ ଅମ୍ପାୟର ରହିବେ । କେଟଲବୋରୋ 2015 ବିଶ୍ୱକପ ଫାଇନାଲରେ ମଧ୍ୟ ଅମ୍ପାୟରିଂ କରିସାରିଛନ୍ତି । ସେତେବେଳେ ତାଙ୍କ ସହ ଶ୍ରୀଲଙ୍କାର କୁମାର ଧର୍ମସେନା ଅମ୍ପାୟରିଂ କରିଥିଲେ ।

record

ରିଚର୍ଡ କେଟଲବୋରୋ ଗତ ଏକ ଦଶନ୍ଧିରେ ସବୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତର ପରାଜୟର ଅଂଶ ରହିଛନ୍ତି । ଏହାର ଆରମ୍ଭ ୨୦୧୪ରେ ହୋଇଥିଲା । ଭାରତ ଓ ଶ୍ରୀଲଙ୍କା ଟି-20 ବିଶ୍ୱକପ ଫାଇନାଲରେ ଇୟାନ ଗୋଲ୍ଡଙ୍କ ସହ ରିଚର୍ଡ କେଟଲବୋରୋ ଅମ୍ପାୟରିଂ କରିଥିଲେ । ଏଥିରେ ଭାରତ ପରାଜିତ ହୋଇଥିଲା ।

2015 ରେ ଭାରତ ବମାନ ଅଷ୍ଟ୍ରେଲିଆ ସେମି ଫାଇନାଲରେ କୁମାର ଧର୍ମସେନାଙ୍କ ସହ ରିଚର୍ଡ କେଟଲବୋରୋ ଅମ୍ପାୟର ଥିଲେ ଓ ଭାରତ ମ୍ୟାଚ୍ ହାରିଥିଲା । 2016 ଟି-20 ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ, ଭାରତକୁ ହରାଇଥିଲା । ଏହି ମ୍ୟାଚରେ ଇୟାନ ଗୋଲ୍ଡଙ୍କ ସହ ଅମ୍ପାୟର ଥିଲେ ରିଚର୍ଡ କେଟଲବୋରୋ ।

dhoni run out

2017 ଚାମ୍ପିୟନ ଟ୍ରଫି ଫାଇନାଲରେ ଭାରତକୁ ହରାଇଥିଲା ପାକିସ୍ତାନ । ଏହି ମ୍ୟାଚରେ ମରାଇସ୍ ଓ ରିଚର୍ଡ ଅମ୍ପାୟର ଥିଲେ । 2019 ବିଶ୍ୱକପ୍ ସେମି ଫାଇନାଲରେ ଇୟନ ଇଲିଙ୍ଗୱାର୍ଥ ଓ ରିଚର୍ଡ କେଟଲବୋରୋ ଅମ୍ପାୟରିଂ କରିଥିଲେ ଓ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।