ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପୁଣି ଟିମ୍ ଇଣ୍ଡିଆକୁ ମିଳିଲା ଶକ୍ତ ଝଟକା, ଖେଳିବେନି ଯୁବ ଷ୍ଟାର ବ୍ଯାଟର

  1. Home
  2. Cricket News

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପୁଣି ଟିମ୍ ଇଣ୍ଡିଆକୁ ମିଳିଲା ଶକ୍ତ ଝଟକା, ଖେଳିବେନି ଯୁବ ଷ୍ଟାର ବ୍ଯାଟର


Champions Trophy 2025: ଚାମ୍ପିୟନ୍ସ ଟ୍ରଫି ଆଉ ମାତ୍ର କିଛି ଦିନ ବାକି ରହିଲା । ଟିମ୍ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଲାଣି । ମାତ୍ର ଅନେକ ଖେଳାଳି ଏବେ ବି ପହଞ୍ଚି ନାହାନ୍ତି ।

ଟିମ୍ ଇଣ୍ଡିଆର ଯୁବ ଷ୍ଟାର ବ୍ଯାଟର ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଦଳରେ ସାମିଲ ଥିଲେ । ଯଶସ୍ୱୀ ଏବେ ଆହତ ହୋଇଛନ୍ତି । ତେଣୁ ତାଙ୍କୁ ପରେ ଅତିରିକ୍ତ ଖେଳାଳି ଭାବରେ ଟିମ୍ ରେ ସାମିଲ କରାଯାଇଛି ।

ରଣଜୀ ଟ୍ରଫି ୨୦୨୫ ରେ ଏହି ଷ୍ଟାର ମୁମ୍ୱାଇ ପକ୍ଷରୁ ସେମିଫାଇନାଲ ଖେଳିବାର ଥିଲା । ମାତ୍ର ଏକ ରିପୋର୍ଟ ଅନୁସାରେ, ଯଶସ୍ୱୀ ଏବେ ଏ ମୁକାବିଲାରୁ ମଧ୍ଯ ବାଦ୍ ପଡିଛନ୍ତି । ରିପୋର୍ଟ ଅନୁଯାଇ, ମୁମ୍ୱାଇ ଓ ବିଦର୍ଭ ମଧ୍ୟରେ ୧୭ ଫେବୃଆରୀରେ ଏ ମ୍ଯାଚ୍ ଖେଳାଯିବ । ମାତ୍ର ଆହତ କାରଣରୁ ଜୟସ୍ୱାଲ ଏହି ମ୍ଯାଚ ଖେଳିବେ ନାହିଁ । ସେ ଟିମ୍ ଇଣ୍ଡିଆ ସହିତ ଦୁବାଇ ମଧ୍ୟ ଯାଇ ନାହାନ୍ତି । 

ଜୟସ୍ୱାଲଙ୍କୁ ରିଜର୍ଭ ପ୍ଲେୟାର ଭାବରେ ଦଳରେ ସାମିଲ କରାଯାଇଥିଲା । ମାତ୍ର ତାଙ୍କର ଏ ସ୍ଥାନ ଏବେ କିଏ ନେବେ ତାହା ଟିମ୍ ଇଣ୍ଡିଆର ମୁଣ୍ଡବିନ୍ଧାର କାରଣ ପାଲଟିଛି। 

ରଣଜୀରେ ଜମ୍ମୁ-କଶ୍ମୀର ବିପକ୍ଷରେ ଯଶସ୍ୱୀଙ୍କ ଜଲୱା ଦେଖିବାକୁ ମିଳି ନ ଥିଲା । ସେ ପ୍ରଥମ ଓ ଦ୍ୱିତୀୟ ପାରିରେ ଯଥାକ୍ରମେ ୪ ଓ ୨୬ ରନ କରି ଆଉଟ ହୋଇଥିଲେ ।

ଚାମ୍ପିୟନ ଟ୍ରଫି ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ଯ ଏକାଦଶ:.

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଓ ମହମ୍ମଦ ସାମି ।

ଚାମ୍ପିୟନ ଟ୍ରଫିରେ ଭାରତର ଅଭିଯାନ:

୧. ଭାରତ ବନାମ ବାଂଲାଦେଶ- ୨୦ ଫେବୃଆରୀ
୨. ଭାରତ ବନାମ ପାକିସ୍ତାନ-୨୩ ଫେବୃଆରୀ
୩. ଭାରତ ବନାମ ନ୍ୟୁଜିଲାଣ୍ଡ- ୨ ମାର୍ଚ୍ଚ ।