ଟି-୨୦ ନୁହେଁ ବରଂ ଟେଷ୍ଟ ଖେଳିବାକୁ ଚାହାଁନ୍ତି ସୂର୍ଯ୍ୟକୁମାର! କହିଦେଲେ ବଡ଼ କଥା….
ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ବୁଚି ବାବୁ ଟୁର୍ନାମେଣ୍ଟରେ ଖେଳୁଛନ୍ତି। ସେ ସରଫରାଜ ଖାନଙ୍କ ନେତୃତ୍ୱରେ ଥିବା ଦଳର ଏକ ଅଂଶ ଅଟନ୍ତି। ଟି-୨୦ କ୍ରିକେଟ୍ ରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଖେଳାଳି ଏକଦିବସିୟ ଏବଂ ଟେଷ୍ଟରେ କିଛି ବିଶେଷ ସଫଳତା ପାଇପାରି ନାହାଁନ୍ତି। ଟେଷ୍ଟ କ୍ରିକେଟରେ ସୂର୍ଯ୍ୟକୁମାର କେବଳ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି।
ତେବେ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ କ୍ରିକେଟରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ସେ ରେଡ୍ ବଲ୍ କ୍ରିକେଟ୍ ଖେଳିବାକୁ ଚାହୁଁଛନ୍ତି। ଟି-୨୦ ଫର୍ମାଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବଙ୍କ ଟେଷ୍ଟ ଏବଂ ଏକଦିବସିୟ କ୍ରିକେଟ୍ ରେକର୍ଡ ଆଦୌ ଭଲ ରହିନାହିଁ।
ସେ ଗତ ବର୍ଷ ଟେଷ୍ଟ ଡେବ୍ୟୁ କରିଥିଲେ। କିନ୍ତୁ ସେ ଏଥିରେ ବିଶେଷ କିଛି କରିପାରିନଥିଲେ। ଏହା ପରେ ସେ ଏହି ଫର୍ମାଟରେ ସୁଯୋଗ ପାଇପାରିନାହାଁନ୍ତି। ଯଶସ୍ବୀ ଜୟସ୍ୱାଲ୍, ଧ୍ରୁଭ ଜୁରେଲଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ଦିଆଯାଉଥିବାବେଳେ ସୂର୍ଯ୍ୟକୁମାର ଦଳକୁ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଆଇସିସି ସହିତ କଥାବାର୍ତ୍ତା କରି ସୂର୍ଯ୍ୟକୁମାର କହିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରେ ନିଜର ସ୍ଥାନ ଅର୍ଜନ କରିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଦଳରେ ସାମିଲ କରିବାକୁ ଦାବି କରିଛନ୍ତି। ଅନେକ ଖେଳାଳି ସେମାନଙ୍କର ସ୍ଥାନ ତିଆରି କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ମୁଁ ମଧ୍ୟ ସେହି ସ୍ଥାନକୁ ପୁନର୍ବାର ହାସଲ କରିବାକୁ ଚାହୁଁଛି।
ମୁଁ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଡେବ୍ୟୁ କରିଥିଲି ଏବେ ପୁଣି ଦଳକୁ ଫେରି ଭଲ ପ୍ରଦର୍ଶନ କରିବାକୁ ଚାହେଁ ବୋଲି କହିଛନ୍ତି ସୂର୍ଯ୍ୟକୁମାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟକୁମାର ଯାଦବ ୮୨ ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି। ଏ ଯେଉଁଥିରେ ସେ ୪୩.୬୨ର ଆଭରେଜ ସହିତ ୫୬୨୮ ରନ୍ ସ୍କୋର କରିଛନ୍ତି।