ସୁନୀଲ ଗାଭାସ୍କରଙ୍କ ବଡ଼ ବୟାନ, କହିଲେ ଏହି କାରଣରୁ ଡରିଯାଇ ଅଧିନାୟକ ପଦରୁ ଇସ୍ତପା ଦେଲେ କୋହଲି

  1. Home
  2. Cricket News

ସୁନୀଲ ଗାଭାସ୍କରଙ୍କ ବଡ଼ ବୟାନ, କହିଲେ ଏହି କାରଣରୁ ଡରିଯାଇ ଅଧିନାୟକ ପଦରୁ ଇସ୍ତପା ଦେଲେ କୋହଲି

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟେଷ୍ଟ ଦଳର ଅଧିନାୟକତ୍ୱରୁ ବିରାଟ କୋହଲିଙ୍କ ଇସ୍ତଫା ପଛର କାରଣ ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି। ବିରାଟ ଇସ୍ତଫା ଦେବାର କାରଣ କ’ଣ ହୋଇପାରେ ତାହା ମଧ୍ୟ ସେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଗାଭାସ୍କରଙ୍କ ମତରେ କାହିଁକି ବିରାଟ କୋହଲି …


ସୁନୀଲ ଗାଭାସ୍କରଙ୍କ ବଡ଼ ବୟାନ, କହିଲେ ଏହି କାରଣରୁ ଡରିଯାଇ ଅଧିନାୟକ ପଦରୁ ଇସ୍ତପା ଦେଲେ କୋହଲି

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟେଷ୍ଟ ଦଳର ଅଧିନାୟକତ୍ୱରୁ ବିରାଟ କୋହଲିଙ୍କ ଇସ୍ତଫା ପଛର କାରଣ ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି। ବିରାଟ ଇସ୍ତଫା ଦେବାର କାରଣ କ’ଣ ହୋଇପାରେ ତାହା ମଧ୍ୟ ସେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଗାଭାସ୍କରଙ୍କ ମତରେ କାହିଁକି ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି।

ସୁନୀଲ ଗାଭାସ୍କରଙ୍କ ବଡ଼ ବୟାନ, କହିଲେ ଏହି କାରଣରୁ ଡରିଯାଇ ଅଧିନାୟକ ପଦରୁ ଇସ୍ତପା ଦେଲେ କୋହଲି

ବିରାଟ କୋହଲିଙ୍କ ଟେଷ୍ଟ ଦଳରୁ ଅଧିନାୟକ ପଦ ହଠାତ୍ ଛାଡିବା ପରେ ସମଗ୍ର କ୍ରିକେଟ୍ ଜଗତ ଚକିତ ହୋଇଯାଇଛି। ଟି-୨୦ ଏବଂ ଦିନିକିଆର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବିରାଟ କୋହଲି ଦୀର୍ଘ ଦିନ ଧରି ଟେଷ୍ଟ ଦଳର ଅଧିନାୟକ ହୋଇ ରହିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଭାରତ ହାରିଯିବା ପରେ ବିରାଟ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ବିରାଟ କୋହଲିଙ୍କ ହଠାତ୍ ଇସ୍ତଫା ଦେବାର କାରଣ କଣ ହୋଇପାରେ ତାହା ସୁନୀଲ ଗାଭାସ୍କର ସ୍ପଷ୍ଟ କରିଛନ୍ତି।

ଗାଭାସ୍କରଙ୍କ କହିବାନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପରାଜୟ ହେତୁ ବିରାଟ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ସୁନୀଲ ଗାଭାସ୍କର ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅଧିନାୟକ ଭାବରେ ବିଦେଶରେ ସିରିଜ୍ ହାରିବା ପରେ ବୋର୍ଡ ଏବଂ କ୍ରିକେଟ୍ ପ୍ରେମୀମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥାନ୍ତେ।

ସୁନୀଲ ଗାଭାସ୍କରଙ୍କ ବଡ଼ ବୟାନ, କହିଲେ ଏହି କାରଣରୁ ଡରିଯାଇ ଅଧିନାୟକ ପଦରୁ ଇସ୍ତପା ଦେଲେ କୋହଲି

ତେବେ ଯଦି ବିରାଟ ନିଜେ ଇସ୍ତଫା ଦେଇ ନଥାନ୍ତେ, ତାହା ହେଲେ ବିରାଟ ଟେଷ୍ଟ ସିରିଜ ହାରିବା କାରଣରୁ ବିସିସିଆଇ ଦ୍ୱାରା ଟେଷ୍ଟ ଅଧିନାୟକତ୍ୱରୁ ବହିଷ୍କୃତ ହୋଇଥାନ୍ତେ। ବୋଧହୁଏ ଏହି କାରଣ ଯୋଗୁ ବିରାଟ ନିଜେ ଟେଷ୍ଟ କ୍ରିକେଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଅନୁମାନ କରି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର।