ନେପାଳ ବିପକ୍ଷ ମ୍ୟାଚ ରେ ପୁଣି ବର୍ଷା ଆଶଙ୍କା, ଏମିତି ହେଲେ ମ୍ୟାଚ ନଖେଳି ସୁପର୍-4 ରୁ ବାହାର ହେବ ଭାରତ

  1. Home
  2. Cricket News

ନେପାଳ ବିପକ୍ଷ ମ୍ୟାଚ ରେ ପୁଣି ବର୍ଷା ଆଶଙ୍କା, ଏମିତି ହେଲେ ମ୍ୟାଚ ନଖେଳି ସୁପର୍-4 ରୁ ବାହାର ହେବ ଭାରତ


କଲି ହୋଇଥିବା ଏସିଆ କପ ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଏହି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଉଭୟ ଦଳକୁ 1-1 ପଏଣ୍ଟ ମିଳିଛି । ମ୍ୟାଚ୍ ବାତିଲ ଯୋଗୁଁ ପାକିସ୍ତାନ ସହଜରେ ସୁପର୍-4 ରେ ପହଞ୍ଚି ଯାଇଛି । କିନ୍ତୁ ଏବେ ବଡ଼ ପ୍ରଶ୍ନ ସୁପର୍-4 ରେ କେମିତି ପହଞ୍ଚିବ ଭାରତ ?

କଣ ସୁପର୍-4 ରୁ ବାହାର ହେବ ଭାରତ?

ଗ୍ରୁପ୍ ଷ୍ଟେଜରେ ଭାରତ ଆଗାମୀ ମ୍ୟାଚରେ ନେପାଳକୁ ଭେଟିବ । ସୋମବାର ସେପ୍ଟେମ୍ବର 4 ରେ ଭାରତ, ନେପାଳ ବିପକ୍ଷରେ ଖେଳିବ । ଭାରତକୁ ସୁପର୍-୪ କ୍ୱାଲିଫାଏ କରିବା ଲାଗି ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ । ଆଉ ଏବେ ଏହି ମ୍ୟାଚ୍ ଉପରେ ମଧ୍ୟ ବର୍ଷା ର ବିପଦ ଦେଖା ଯାଉଛି ।

ind vs apk rain

ଯଦି ପାକିସ୍ତାନ ଭଳି ନେପାଳ ବିପକ୍ଷ ମ୍ୟାଚ୍ ବର୍ଷା ପାଇଁ ରଦ୍ଦ ହୋଇଯାଏ ତାହେଲେ ଉଭୟ ଟିମକୁ 1-1 ପଏଣ୍ଟ ମିଳିବ । ଭାରତ ସର୍ବମୋଟ 2 ପଏଣ୍ଟ ପାଇବ । ପ୍ରଥମ ମ୍ୟାଚରେ ନେପାଳ, ପାକିସ୍ତାନ ଠାରୁ ହାରିଥିବାରୁ ଦଳ 1 ପଏଣ୍ଟରେ ସନ୍ତୁଷ୍ଟ ରହିବ । ଏହି ହିସାବେର ନେପାଳ ବିପକ୍ଷ ମ୍ୟାଚ୍ ରଦ୍ଦ ହେଲେ ଭାରତ ସୁପର୍-4 ରେ ପହଞ୍ଚି ଯିବ ।

କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ । ଯଦି ଭାରତ ବିରୋଧରେ ନେପାଳ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିନିଏ ତ ଭାରତ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଷ୍ଟେଜରୁ ବାହାରି ଯିବ । ନେପାଳକୁ ସୁପର୍-4 ରେ ସ୍ଥାନ ମିଳିବ । ରିପୋର୍ଟ ଅନୁସାରେ, ଭାରତ-ନେପାଳ ମ୍ୟାଚରେ ବର୍ଷା ହେବାର 88 ପ୍ରତିଶତ ସମ୍ଭାବନା ରହିଛି ।