ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି, କୋହଲିଙ୍କୁ ନେଇ କହିଲେ ଏମିତି…

କ୍ରିକେଟ ଖବର : ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଲେ ବିରାଟ କୋହଲି। ଆଉ ତାଙ୍କ ନିଷ୍ପତ୍ତି ବର୍ତ୍ତମାନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିରାଟ କୋହଲି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଭାରତୀୟ ଦଳର ଟେଷ୍ଟ ଅଧିନାୟକତ୍ୱ ଛାଡିବା ବିଷୟରେ ଉଲେଖ୍ୟ କରିଥିଲେ। ଏହି ଖବର ସାମାଜିକ ଗଣମାଧ୍ୟମରେ ଆସିବା ପରେ ବିରାଟଙ୍କ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଯାଇଛନ୍ତି। ଏଥି ସହିତ ବିରାଟଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ କ୍ରିକେଟ୍ ଜଗତକୁ ଚକିତ କରିଛି। ବିରାଟଙ୍କ ଏହି ନିଷ୍ପତ୍ତି ଉପରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ ବିରାଟ କୋହଲିଙ୍କୁ ତାଙ୍କର ଅନନ୍ୟ ଶୈଳୀରେ ପ୍ରଶଂସା କରିଛନ୍ତି।

୧୫ ଜାନୁଆରୀ ଶନିବାର ସନ୍ଧ୍ୟାରେ ଟିମ୍ ଇଣ୍ଡିଆର ଟେଷ୍ଟ ଫର୍ମାଟରୁ ଇସ୍ତଫା ଦେଇ ବିରାଟ କୋହଲି ସମଗ୍ର ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କ ନିଷ୍ପତ୍ତି ଉପରେ, ବର୍ତ୍ତମାନ ସାରା ବିଶ୍ୱରୁ ଲୋକଙ୍କ ପ୍ରତିକ୍ରିୟା ଆସୁଛି। ଯେଉଁଥିରେ ସେମାନେ ସେମାନଙ୍କର ମତ ପ୍ରକାଶ କରୁଛନ୍ତି। ଏହିକ୍ରମରେ କିଛି ଦିନ ପୂର୍ବରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲିଙ୍କ ମଧ୍ୟରେ ମତଭେଦ ଖବର ଖୁବ ଚର୍ଚ୍ଚାରେ ଥିଲା। କିନ୍ତୁ ବର୍ତ୍ତମାନ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ ପୁଣି ଥରେ ସୌରଭ ଗାଙ୍ଗୁଲି , ବିରାଟଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୌରଭ ଗାଙ୍ଗୁଲି ଟ୍ୱିଟ୍ କରି ଲେଖିଛନ୍ତି ଯେ, ” ବିରାଟଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଖେଳର ସମସ୍ତ ଫର୍ମାଟ ଦ୍ରୁତ ଅଗ୍ରଗତି କରିଛି। ତାଙ୍କର ଏହି ନିଷ୍ପତ୍ତି ବ୍ୟକ୍ତିଗତ ଏବଂ ବିସିସିଆଇ ଏହାକୁ ବହୁତ ସମ୍ମାନ କରେ। ଭବିଷ୍ୟତରେ ଏହି ଦଳକୁ ନୂତନ ଉଚ୍ଚତାକୁ ନେବା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ ବୋଲି ମୋର ବିଶ୍ୱାସ । ସତରେ ସେ ଜଣେ ମହାନ୍ ଖେଳାଳୀ। ଆଉ ଜଣେ ଉଜ୍ଜ୍ୱଳ ତାରକା କ୍ରିକେଟ ଖେଳାଳି ବି। “
ଅନ୍ୟପଟେ ବିସିସିଆଇ ସଚିବ ଜୟ ଶାହା ବିରାଟ କୋହଲିଙ୍କ ଅଧିନାୟକତ୍ୱ ଛାଡିବା ଟ୍ୱିଟରେ ବିରାଟ କୋହଲିଙ୍କୁ ରିଟ୍ୱିଟ କରି କିଙ୍ଗ କୋହଲିଙ୍କୁ ପ୍ରଶଂସା କରିଛନ୍ତି।
ଜୟ ଶାହା ଲେଖିଛନ୍ତି ଯେ, ବିରାଟଙ୍କୁ ଶୁଭେଚ୍ଛା। ସେ ଟିମ୍ ଇଣ୍ଡିଆ ଅଧିନାୟକ ଭାବରେ ଅନେକ ଚମତ୍କାର କାର୍ଯ୍ୟ କରିଛନ୍ତି। ବିରାଟ ଭାରତୀୟ ଦଳକୁ ଅତ୍ୟନ୍ତ ଉଚ୍ଚକୁ ନେଇଛନ୍ତି। ଯାହା ଉଭୟ ଭାରତ ତଥା ଭାରତ ବାହାରେ ପ୍ରଶଂସନୀୟ।