68 ରନ୍ ର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କଲା ପରେ ମଧ୍ୟ ଏହି କାରଣରୁ ଭୁଲ ମାଗିଲେ ରିଙ୍କୁ ସିଂହ

  1. Home
  2. Cricket News

68 ରନ୍ ର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କଲା ପରେ ମଧ୍ୟ ଏହି କାରଣରୁ ଭୁଲ ମାଗିଲେ ରିଙ୍କୁ ସିଂହ


T 20 ଫାର୍ମେଟ ରେ ଟିମ୍ ଇଣ୍ଡିଆରେ ଜଣେ ଯୁବ ତାରକା ଭାବେ ଉଭା ହୋଇଥିବା ରିଙ୍କୁ ସିଂହ ଭୁଲ ମାଗିଛନ୍ତି । IPL ରେ ପ୍ରଥମେ ଏବଂ ପରେ ଟି ଟ୍ବେଣ୍ଟି ଅନ୍ତର୍ଜାତୀୟ ଫର୍ମାଟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିଙ୍କୁ ।

ଗତ କିଛି ମ୍ୟାଚ୍‌ରେ ସେ ଦମଦାର ବ୍ୟାଟିଂ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଆଉ ଦଳରେ ଶ୍ରେଷ୍ଠ ଫିନିସର ଭାବେ ଉଭା ହୋଇଛନ୍ତି ରିଙ୍କୁ ସିଂହ । କେବଳ ନିଜେ ଭଲ ଖେଳି ନାହାନ୍ତି ବରଂ ଦଳକୁ ସଙ୍କଟରୁ ଉଦ୍ଧାର ବି କରିଛନ୍ତି ।

ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ସିରିଜରେ କମାଲ୍ କରୁଛନ୍ତି ରିଙ୍କୁ ସିଂହ । ଅବଶ୍ୟ ଦଳ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି କିନ୍ତୁ ରିଙ୍କୁ ସିଂହ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଭରପୂର ମନୋରଞ୍ଜନ ଦେଇଥିଲା । ଆଉ ମ୍ୟାଚ୍‌ ମଝିରେ ରିଙ୍କୁ ଏଭଳି କାରନାମ୍‌ କରିଥିଲେ ଯେ, ପରବର୍ତ୍ତୀ ସମୟରେ ତାଙ୍କୁ ଭୁଲ ମାଗିବାକୁ ପଡିଛି ।

କାହିଁକି ଭୁଲ ମାଗିଲେ ରିଙ୍କୁ?

ନିଜ ଅର୍ଦ୍ଧଶତକୀୟ ଇନିଂସରେ ଦୁଇଟି ବିଶାଳ ଛକା ମାରିଥିଲେ ରିଙ୍କୁ ସିଂହ । ମାତ୍ର 39 ବଲ ଖେଳି 9ଟି ଚୌକା ଏବଂ ଦୁଇଟି ଛକା ସହାୟତାରେ 68 ରନ୍ କରି ଆଉଟ ହୋଇଥିଲେ ସେ । ତେବେ ରିଙ୍କୁଙ୍କ ବ୍ୟାଟରୁ ଆସିଥିବା ଏକ ବିଶାଳ ଛକା ସିଧା ଯାଇ ଷ୍ଟାଡିୟମର ମିଡିଆ ବକ୍ସର କାଚରେ ବାଜିଥିଲା ।

rinku singh

ବଲ୍ ବାଜିବା ପରେ କାଚ ଭାଙ୍ଗିଯାଇଥିଲା । ଯାହା ଫଳରେ ସାଉଥ ଆଫ୍ରିକା କ୍ରିକେଟ୍‌ର କ୍ଷତି ହୋଇଥିଲା । ତେବେ ମ୍ୟାଚ୍‌ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ରିଙ୍କୁ । ବଲ ମାରି କାଚ ଭାଙ୍ଗି ଦେଇଥିବାରୁ କ୍ଷମା ବି ମାଗିଥିଲେ ସେ।

ଏଡେନ୍ ମାର୍କରମ୍‌ଙ୍କ 19 ତମ ଓଭରରେ ଲଗାତାର ଦୁଇଟି ବିଶାଳ ଛକା ମାରିଥିଲେ ରିଙ୍କୁ ସିଂହ । ଆଉ 2ୟ ଛକାଟି ଏତେ ବିଶାଳ ଥିଲା ଯେ, ସିଧା ଯାଇ ବକ୍ସର କାଚରେ ବାଜିଥିଲା । ସେତେବେଳେ ସେ ବି ଜାଣିପାରିନଥିଲେ । ମ୍ୟାଚ୍‌ ପରେ ଏ ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ‘ମୋତ ଜଣାନଥିଲା କାଚ ଭାଙ୍ଗିଛି ବୋଲି । କିନ୍ତୁ ଯଦି ଏଭଳି କିଛି ହୋଇଛି ତେବେ ସେଥିପାଇଁ ସରି ।