ଟିମ୍ ଇଣ୍ଡିଆ ଜର୍ସିରୁ ପାକିସ୍ତାନ ନାଁ ଗାୟବ, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନୂଆ ବିବାଦ ତେଜିଲା

  1. Home
  2. Cricket News

ଟିମ୍ ଇଣ୍ଡିଆ ଜର୍ସିରୁ ପାକିସ୍ତାନ ନାଁ ଗାୟବ, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନୂଆ ବିବାଦ ତେଜିଲା


ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ : ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନୂଆ ବିବାଦ ତେଜିଛି । ୧୯ ଫେବୃଆରୀରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟ ପାକିସ୍ତାନର ତିନୋଟି ସହର (ରାୱଲପିଣ୍ଡି, କରାଚୀ ଏବଂ ଲାହୋର) ଓ ଦୁବାଇରେ ଖେଳାଯିବ। 

ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ହେଉଛି ପାକିସ୍ତାନ । ତଥାପି ଏଥର ଭାରତୀୟ କ୍ରିକେଟ ଦଳର ଜର୍ସିରେ ପାକ୍ ନାମ ରହି ନାହିଁ । ତେବେ ଜର୍ସିରେ ପାକିସ୍ତାନ (ଆୟୋଜକ ଦେଶର ନାମ) ନଥିବାକୁ ନେଇ ଆପତ୍ତି ଉଠିଛି । ଯଦିଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଆୟୋଜକ ରହିଛି । ତେବେ ମଧ୍ୟ ଭାରତ ଏହି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପାକିସ୍ଥାନ ରେ ନ ଖେଳି ଦୁବାଇରେ ଖେଳିବାକୁ ପ୍ରସ୍ତୁତ । 

ପିସିବିର ଅନେକ ବୁଝାଇବା ସତ୍ତ୍ୱେ, ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିବା ନେଇ ନିଜର ମତ ବଦଳାଇ ନଥିଲା । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନକୁ ଦଳ ପଠାଇବାକୁ ମନା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ହାଇବ୍ରିଡ୍-ମଡେଲ୍ ପାଇଁ ରାଜି ହୋଇଥିଲେ । କିନ୍ତୁ ଜର୍ସିରେ ହୋଷ୍ଟ ନାମ ନଥିବାରୁ ନୂଆ ବିବାଦ ସୃଷ୍ଟି ହୋଇଛି। 

ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ ତା'ର ଦଳ ଘୋଷଣା କରିନାହିଁ। ଭାରତୀୟ ଦଳ ଘୋଷଣା କରାଯାଇଛି।

ଏହି ମାମଲାରେ ପିସିବିର ଜଣେ ଅଧିକାରୀ କହିଛନ୍ତି- ଟିମ୍ ଇଣ୍ଡିଆର ଜର୍ସିରେ ପାକିସ୍ତାନର ନାମ ନଛାପି ବିସିସିଆଇ 'କ୍ରିକେଟରେ ରାଜନୀତି' କରୁଛି। ପୂର୍ବରୁ, ଭାରତୀୟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ଅଧିନାୟକଙ୍କ ବୈଠକରେ ଅଧିନାୟକ ରୋହିତ ଶର୍ମାଙ୍କୁ ପାକିସ୍ତାନ ପଠାଇବାକୁ ମଧ୍ୟ ମନା କରିଦେଇଥିବା ଜଣାପଡ଼ିଛି। 

ସେ ଆହୁରି କହିଛନ୍ତି କି, ବିସିସିଆଇ ଯାହା କରୁଛି ତାହା ଖେଳ ପାଇଁ ଆଦୌ ଭଲ ନୁହେଁ। ଉଦଘାଟନୀ ସମାରୋହ ପାଇଁ ସେମାନଙ୍କର ଅଧିନାୟକଙ୍କୁ ପାକିସ୍ତାନ ପଠାଇବାକୁ ଚାହୁଁନାହାଁନ୍ତି, ଏବେ ଏପରି ରିପୋର୍ଟ ଆସିଛି ଯେ ସେମାନେ ନିଜ ଜର୍ସିରେ ଆୟୋଜକ ଦେଶ (ପାକିସ୍ତାନ)ର ନାମ ଛାପିବାକୁ ଚାହୁଁନାହାଁନ୍ତି। ଆମେ ବିଶ୍ୱାସ କରୁଛୁ ଯେ ICC ଏହାକୁ ହେବାକୁ ଦେବ ନାହିଁ ଏବଂ ପାକିସ୍ତାନକୁ ସମର୍ଥନ କରିବ।