କୌଣସି ଭାରତୀୟ ଖେଳାଳି ପାଖରେ ରହିବ ନାହିଁ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାହା ପାଖରେ ରହିବ

  1. Home
  2. Cricket News

କୌଣସି ଭାରତୀୟ ଖେଳାଳି ପାଖରେ ରହିବ ନାହିଁ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାହା ପାଖରେ ରହିବ


ଭାରତୀୟ ଦଳ ଦୀର୍ଘ 17 ବର୍ଷ ପରେ  ଟି-୨୦ବିଶ୍ବକପ ଟାଇଟଲ ହାସଲ କରିଛି । ଫାଇନାଲ ମ୍ୟାଚରେ ବିଜୟ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ୱକପ ଟ୍ରଫି ଦିଆଯାଇଛି। ରୁପାରେ ନିର୍ମିତ ଏହି ଟ୍ରଫି ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ଏହି ସମୟରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଏହି ବିଶ୍ୱକପ୍ ଟ୍ରଫି କାହା ପାଖରେ ରହିବ?

ଟି-୨୦ ବିଶ୍ୱକପ୍‌ର ଟ୍ରଫି ବିଶ୍ୱକପଠାରୁ ଭିନ୍ନ। ଏକଦିବସୀୟ ବିଶ୍ୱକପ୍ ଟ୍ରଫି ସ୍ୱର୍ଣ୍ଣରେ ନିର୍ମିତ। ଯେତେବେଳେ କି ଟି -20 ବିଶ୍ୱକପ ଟ୍ରଫି ରୁପାରେ ନିର୍ମିତ। 2007 ରେ ଟି-20 ବିଶ୍ୱକପ୍ ର ପ୍ରଥମ ସଂସ୍କରଣରେ, ଏହି ଟ୍ରଫି ଅଷ୍ଟ୍ରେଲିଆର ମିନଲେ ବ୍ରାଇସ୍ ଡିଜାଇନ୍ ଷ୍ଟ୍ରାଟେଜୀ ଦ୍ୱାରା ଡିଜାଇନ୍ କରାଯାଇଥିଲା ଏବଂ ଏହା ଅମିତ ପାବୁୱାଲଙ୍କ ଦ୍ବାରା ଭାରତରେ ନିର୍ମିତ ହୋଇଥିଲା।

ଏହା ପରେ ଲଣ୍ଡନର ଲିଙ୍କ୍ ଦ୍ୱାରା ଏହାର ନିର୍ମାଣ କରାଯାଇଥିଲା। 2021 ମସିହାରେ, ଥୋମାସ୍ ଏହି ଟ୍ରଫିର ଅଫିସିଆଲ୍ ନିର୍ମାତା ହୋଇଥିଲେ । ଏହି ଟ୍ରଫି ସମ୍ପୂର୍ଣ୍ଣ ରୂପେ ରୁପା ଏବଂ ରୋଡିୟମରେ ନିର୍ମିତ। ଏହାର ଓଜନ ପ୍ରାୟ 12 କିଲୋଗ୍ରାମ । ଏହାର ଉଚ୍ଚତା 57 ସେମି । ଏହାର ମୋଟେଇ 16.5 ସେମି। ମିଡିଆ ରିପୋର୍ଟ ଅନୁଯାୟୀ ଏହାର ମୂଲ୍ୟ 15 ରୁ 20 ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ଖେଳାଳି ପାଖରେ ରହିବ ନାହିଁ ବିଶ୍ୱକପ ଟ୍ରଫି:

ବିଜେତା ଦଳ ଦ୍ୱାରା ପ୍ରାପ୍ତ ପ୍ରତିକୃତି ଟ୍ରଫି କ କୌଣସି ଖେଳାଳି, ଅଧିନାୟକ କିମ୍ବା ପ୍ରଶିକ୍ଷକଙ୍କୁ ଦିଆଯାଇ ନ ଥାଏ। କ୍ରିକେଟ୍ ବୋର୍ଡ ଏହାକୁ ନିଜ କ୍ୟାବିନେଟରେ ରଖିଥାଏ। ଏହାପୂର୍ବରୁ ଭାରତ 3 ଟି ବିଶ୍ୱକପ ଜିତିଛି। ଏଥି ମଧ୍ୟରେ 2007 ଟି -୨୦ ବିଶ୍ୱକପ ଏବଂ 1983 ଏବଂ 2011 ଏକଦିବସୀୟ ବିଶ୍ୱକପ ଅନ୍ତର୍ଭୁକ୍ତ । ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ଏହି ତିନୋଟି ବିଶ୍ୱକପକୁ ନିଜ କ୍ୟାବିନେଟରେ ରଖିଛି। ପ୍ରତ୍ୟେକ କ୍ରିକେଟ୍ ବୋର୍ଡ ମଧ୍ୟ ଏହା କରିଥାଏ।