ଭାରତର ଏହି ଘାତକ ଖେଳାଳିଙ୍କୁ ଟାର୍ଗେଟ କଲେ ନାସିର ହୁସେନ୍‌, କହିଲେ "ଭାରତରେ ଯିଏ ହେରା, ସେ ପ୍ରକୃତ ରେ ଜିରୋ ଏବଂ..."

  1. Home
  2. Cricket News

ଭାରତର ଏହି ଘାତକ ଖେଳାଳିଙ୍କୁ ଟାର୍ଗେଟ କଲେ ନାସିର ହୁସେନ୍‌, କହିଲେ "ଭାରତରେ ଯିଏ ହେରା, ସେ ପ୍ରକୃତ ରେ ଜିରୋ ଏବଂ..."


ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ବିଶ୍ୱାସ କରନ୍ତି ଯେ ଭାରତର ଜଣେ ଖେଳାଳି, ଯାହାକୁ ଲୋକେ ହିରୋ ଭାବନ୍ତି ସେ ପ୍ରକୃତ ରେ ODI ଫାର୍ମେଟ ରେ ଜିରୋ ଅଟନ୍ତି । ଆମେ ଆପଣଙ୍କୁ ଭାରତର 360 ଖେଳାଳି ବିଷୟରେ କହୁଛୁ ।

ସୂର୍ଯ୍ୟକୁମାର ଯାଦବ 50 ଓଭର କ୍ରିକେଟରେ କିଛି ଖାସ କରିପାରିନାହାନ୍ତି କିନ୍ତୁ ସେ ଟି -20 ରେ ଚମତ୍କାର ଖେଳନ୍ତି ଏବଂ ଚଳିତ ବର୍ଷ ହେବାକୁ ଥିବା ଟି -20 ବିଶ୍ୱକପରେ ତାଙ୍କ ଉପରେ ନଜର ରହିବ । 2021 ମସିହାରେ ଭାରତ ପାଇଁ ଟି -20 କ୍ରିକେଟ୍ ରେ ଡେବ୍ୟୁ କରିଥିବା ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ 60 ଟି ଟି -20 ମ୍ୟାଚରେ ଚାରି ଶତକ ଏବଂ 17 ଅର୍ଦ୍ଧଶତକ ହାସଲ କରିଛନ୍ତି ।

ନାସିର ହୁସେନ୍‌ଙ୍କ ଏହି ମନ୍ତବ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ବିରକ୍ତ କରିବ:

2022 ମସିହାରେ ଆଇସିସି ଟି -20 ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଏକ ନମ୍ବର ସ୍ଥାନ ହାସଲ କରିଥିଲେ । ODI ରେ ସମାନ ପ୍ରଭାବ ଛାଡିବାକୁ ସୂର୍ଯ୍ୟକୁମାର ଯାଦବ ବିଫଳ ହୋଇଛନ୍ତି।

surya 111 run

ନାସିର ହୁସେନ୍‌ ଏକ ଆଇସିସି ଇଭେଣ୍ଟ ରେ କହିଲେ 'ଏହି ସମୟରେ ଟି -20 କ୍ରିକେଟରେ ଦୁନିଆର ଆଖି ସୂର୍ଯ୍ୟକୁମାରଙ୍କ ଉପରେ ରହିଛି । ସେ ଚମତ୍କାର ଖେଳନ୍ତି । ସେ ମିସ୍ଟର 360 କାରଣ ସେ ଚାରିଆଡ଼େ ଭଲ ଖେଳନ୍ତି । ତେବେ ସେ ପଚାଶ ଓଭର କ୍ରିକେଟରେ ଏହାର ପୁନରାବୃତ୍ତି କରିବାକୁ ସକ୍ଷମ ନୁହଁନ୍ତି ।

T20 ଫର୍ମ ବିଷୟରେ ଏପରି କଥା କହିଥିଲେ:

ନାସିର ହୁସେନ୍ କହିଛନ୍ତି, 'ପ୍ରତ୍ୟେକ ଥର ସେ ଟି -20 କ୍ରିକେଟ୍ ରେ କଣ କରିବେ ଜାଣନ୍ତି। ଟି -20 ମଜାଳିଆ କ୍ରିକେଟ୍ ଏବଂ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖିବା ଆହୁରି ମଜାଦାର ଅଟେ। ’ଜୁନ୍ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଟି -20 ବିଶ୍ୱକପ ଅନୁଷ୍ଠିତ ହେବ ଏବଂ ହୁସେନ୍ କହିଛନ୍ତି ଯେ ଟି 20 କ୍ରିକେଟ ଦେଖିବାକୁ ମଜା ଲାଗିବ ।