ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ଟିମ୍ ରେ ଚାହିଦା ବଢ଼ିଲା ମହମ୍ମଦ ସିରାଜଙ୍କ, ଜାଣନ୍ତୁ ଏହାର କାରଣ...
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ : ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି । ହେଲେ ବୁମରାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଯଶପ୍ରୀତ ବୁମରା ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି।
ଅନ୍ୟପଟେ ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିନି। କିନ୍ତୁ ଏବେ ଦଳରେ ଯଶପ୍ରୀତ ବୁମରା ଙ୍କ ଅନୁପସ୍ଥିତିରେ ତାଙ୍କୁ ସୁଯୋଗ ଦେବାକୁ ଦାବି ଉଠିଲାଣି। ପୁଣି ଦୀର୍ଘ ୧୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ମହମ୍ମଦ ଶାମି ଭଲ ଫମ ରେ ନାହାନ୍ତି। ତେଣୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅତୁଲ ଓ୍ଵାସନ କହିଛନ୍ତି, ବୁମରାଙ୍କ ସ୍ଥାନରେ ଭାରତର ଚାମ୍ପିଅନ୍ସ ଟ୍ରଫି ଦଳରେ ମହମ୍ମଦ ସିରାଜଙ୍କୁ ଚୟନ କରନ୍ତୁ।
୧୯୯୦ରୁ ୧୯୯୧ ମଧ୍ୟରେ ପ୍ରାୟ ୧୨ଟି ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିଥିବା ଓ୍ଵାସନ କହିଛନ୍ତି, ଯଦି ବୁମରା ଦଳରେ ଅନୁପସ୍ଥିତ ରୁହନ୍ତି ତେବେ ଦଳକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଯଦି ବୁମରା ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଦଳରେ ସ୍ଥାନ ନ ପାଅନ୍ତି, ତେବେ ତାଙ୍କ ମତରେ ଭାରତ ମହମ୍ମଦ ସିରାଜଙ୍କ ନାଁ ଉପରେ ବିଚାର କରୁ। ୟୁଏଇରେ ପରିସ୍ଥିତି ଧିମା ହୋଇଥାଏ ଏବଂ କେବେ କେବେ ରାତିରେ କାକରର ପ୍ରଭାବ ରହିଥାଏ। ଏଥିପାଇଁ ଆପଣଙ୍କୁ ଅନୁଭବୀ ଖେଳାଳିଙ୍କ ଆବଶ୍ୟକତା ପଡ଼ିବ। ତେଣୁ ଏମିତି ସ୍ଥିତିରେ ମହମ୍ମଦ ସିରାଜଙ୍କୁ ଦଳରେ ସୁଯୋଗ ଦିଆଯିବା ଉଚିତ୍।