ଥରିଲା ଇଂଲଣ୍ଡ ଦଳ, T20 ସିରିଜ ପାଇଁ BCCI ଚୟନ କଲା ଭାରତୀୟ ଦଳ, ଫେରିଲେ ମହମ୍ମଦ ଶାମି
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଚୟନ କମିଟି ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଏହି ଟି-୨୦ ସିରିଜ ପାଇଁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ କରାଯାଇଛି।
ସେପଟେ ଦୀର୍ଘଦିନର ବ୍ୟବଧାନ ପରେ ଟିମ୍ ଦଳକୁ ଫେରିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ଶେଷ ଥର ପାଇଁ ଶାମୀ 19 ନଭେମ୍ବର 2023 ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ଏହାପରେ ଆଘାତ ଯୋଗୁ ଶାମି କ୍ରିକେଟରୁ ଦୂରରେ ଥିଲେ। କିନ୍ତୁ ସେ ଘରୋଇ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ କରିଛନ୍ତି।
ତେବେ ୱିକେଟ କିପରଓ ବ୍ୟାଟର ଭୂମିକାର ଧଳ ଋଷବ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଓ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିଛି। ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହ ମଧ୍ୟ ଟିମ୍ ଇଣ୍ଡିଆର ସାମିଲ୍ ହୋଇଛନ୍ତି।
ଟିମ୍ ଇଣ୍ଡିଆ- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ , ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ୱିକେଟକିପର)।