ଧୋନିଙ୍କ କ୍ରେଜ୍! ପିଲାମାନଙ୍କ ସ୍କୁଲ୍ ଫି ବନ୍ଦ କରି, CSK ମ୍ୟାଚ୍ ଟିକେଟ କିଣିଲେ ଏହି ବ୍ୟକ୍ତି….

  1. Home
  2. Cricket News

ଧୋନିଙ୍କ କ୍ରେଜ୍! ପିଲାମାନଙ୍କ ସ୍କୁଲ୍ ଫି ବନ୍ଦ କରି, CSK ମ୍ୟାଚ୍ ଟିକେଟ କିଣିଲେ ଏହି ବ୍ୟକ୍ତି….


କ୍ରିକେଟ ଜଗତରେ ବର୍ତ୍ତମାନ ସମୟରେ ମହେନ୍ଦ୍ର ସିଂ ଧୋନୀ ହୁଏତ ସବୁଠାରୁ ଲୋକପ୍ରିୟ କ୍ରିକେଟ ଖେଳାଳି ଅଟନ୍ତି। ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ବେଳେ ଏବେ କେବଳ ଆଇପିଏଲ୍ ରେ ହିଁ ତାଙ୍କୁ ଦେଖିବାକୁ ମିଳିଥାଏ। ଏହା ସତ୍ତ୍ୱେ ବର୍ଷକୁ ଥରେ ତାଙ୍କୁ ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ କହିଲେ ନ ସରେ।

Dhoni

ଏବେ ଏଭଳି ହିଁ ଜଣେ ପ୍ରଶଂସକଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ଧୋନିଙ୍କର ବଡ଼ ପ୍ରଶଂସକ ହୋଇଥିବା ବେଳେ ସେ ତାଙ୍କୁ ଲାଇଭ୍ ଦେଖିବା ପାଇଁ ୬୪ ହଜ଼ାର ଟଙ୍କା ଖର୍ଚ୍ଚ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ବ୍ୟକ୍ତି ଜଣକ ଏହି ପଇସା ନିଜ ଝିଅମାନଙ୍କର ସ୍କୁଲ ଫି ଦେବାକୁ ରଖିଥିଲେ।

Fan

କିନ୍ତୁ, ପିଲାମାନଙ୍କର ସ୍କୁଲ ଫି ନ ଦେଇ ସେ ଚେନ୍ନାଇ ବିପକ୍ଷ କେକେଆର୍ ମ୍ୟାଚ ପାଇଁ ତିନୋଟି ଟିକେଟ କିଣି ଦେଇଥିଲେ। ବ୍ୟକ୍ତି ଜଣକ ନିଜର ଦୁଇ ଝିଅଙ୍କ ସହିତ ମ୍ୟାଚ ଦେଖିବା ପାଇଁ ଆସିଥିଲେ। କିନ୍ତୁ, ସେଠାରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ବ୍ଲାକରେ ଟିକେଟ କିଣିଥିଲେ। ଯାହାର ମୂଲ୍ୟ ତାଙ୍କୁ ୬୪ ହଜ଼ାର ଟଙ୍କା ପଡିଥିଲା। 

Dhoni

ଝିଅର ସ୍କୁଲ ଫି ଦିଆଯାଇନାହିଁ ସେଥିପ୍ରତି ବ୍ୟକ୍ତିଙ୍କର ଦୁଃଖ ନାହିଁ। ବରଂ ସେମାନେ ଧୋନିଙ୍କୁ ଲାଇଭ ଖେଳୁଥିବାର ଦେଖିବାକୁ ପାଇଲେ ସେଥିନେଇ ସମସ୍ତେ ଖୁସି ଅଛନ୍ତି। ଏପରିକି କୁନି ଝିଅ ଗୁଡିକ ମଧ୍ୟ କହିଛନ୍ତି ଯେ ବାପା ବହୁତ କଷ୍ଟରେ ଟିକେଟ ଯୋଗାଡ଼ କରିଛନ୍ତି। ଧୋନିଙ୍କୁ ଦେଖି ଆମେ ସମସ୍ତେ ବହୁତ ଖୁସି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ସୁଦ୍ଧା ଚେନ୍ନାଇ ଦଳ ୫ଟି ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ ତିନୋଟିରେ ବିଜୟ ଲାଭ କରିଛି।