ଦୀର୍ଘ ଦିନ ହେବ ଫର୍ମରେ ନାହାଁନ୍ତି ଏହି ଖେଳାଳି! କିନ୍ତୁ, ଗମ୍ଭୀରଙ୍କ ସୁପାରିସ୍ ରେ ଚାଲିଛି କ୍ୟାରିଅର….

  1. Home
  2. Cricket News

ଦୀର୍ଘ ଦିନ ହେବ ଫର୍ମରେ ନାହାଁନ୍ତି ଏହି ଖେଳାଳି! କିନ୍ତୁ, ଗମ୍ଭୀରଙ୍କ ସୁପାରିସ୍ ରେ ଚାଲିଛି କ୍ୟାରିଅର….


ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଅନେକ ଖେଳାଳିଙ୍କ ଆଶା ବଢିଛି। ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଖେଳାଳି ସୁଯୋଗ ପାଇ ପାରିନଥିଲେ। କିନ୍ତୁ, ଗମ୍ଭୀର ସମୟ ସମୟରେ ଦଳର ଯୋଗ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ବିଷୟରେ ସବୁବେଳେ କଥା ହୋଇଆସୁଛନ୍ତି। କିନ୍ତୁ, ସେ ଜଣେ ଖେଳାଳିଙ୍କୁ ସମର୍ଥନ କରୁଛନ୍ତି ଯିଏ କିଛି କ୍ଷଣ ମଧ୍ୟରେ ଦଳରୁ ବିଦା ହେବା ଉଚିତ, କିନ୍ତୁ ସେହି ଖେଳାଳି ଗମ୍ଭୀରଙ୍କ ଯୋଗୁଁ ଭାରତୀୟ ଦଳରେ ସୁଯୋଗ ପାଉଛନ୍ତି।

Kl rahul

ଆସନ୍ତୁ ଜାଣିବା ସେହି ଖେଳାଳୀଙ୍କ ବିଷୟରେ…

ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଇପିଏଲ୍ ୨୦୨୪ ପରଠାରୁ ଟିମ୍ ଇଣ୍ଡିଆର ଅଂଶ ରହି ନାହାଁନ୍ତି। ଏଥିସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଟି-୨୦ ବିଶ୍ୱକପରେ ଭାଗ  ନେଇପାରି ନଥିଲେ। ଏହା ପରେ କେ.ଏଲ୍ ରାହୁଲ ନିରାଶ ହୋଇଥିଲେ। କିନ୍ତୁ ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପ୍ରାୟ ୮ ମାସ ପରେ କେ.ଏଲ୍ ରାହୁଲ୍ ଶ୍ରୀଲଙ୍କା ବିପକ୍ଷରେ ଏକଦିବସିୟରେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲେ।

Gambhir

ଗୌତମ ଗମ୍ଭୀରଙ୍କ କୋଚିଂରେ କେ.ଏଲ୍ ରାହୁଲ ଶ୍ରୀଲଙ୍କା ବିପକ୍ଷ ୩ଟି ଏକଦିବସିୟ ସିରିଜରୁ ୨ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ। କିନ୍ତୁ, ରାହୁଲ ଅଧିନାୟକ ତଥା ମୁଖ୍ୟ ପ୍ରଶିକ୍ଷକଙ୍କ ଆଶା ପୂରଣ କରିପାରି ନଥିଲେ। ସେ ପ୍ରଥମ ମ୍ୟାଚରେ ୩୧ ରନ୍ ସ୍କୋର କରିଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ଖାତା ଖୋଲି ପାରିନଥିଲେ। ଭାରତ ବନାମ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

Kl rahul

କିନ୍ତୁ ଏହି ଟେଷ୍ଟ ସିରିଜରେ ରାହୁଲଙ୍କ ଉପସ୍ଥିତି ଉପରେ ସନ୍ଦେହ ରହିଛି। ଯଦି ରିପୋର୍ଟ ଗୁଡିକ ବିଶ୍ଵାସ କରାଯାଏ, ତେବେ ସେ ଏହି ସିରିଜ ପାଇଁ ସ୍ଥାନ ପାଇବା ପରି ମନେ ହେଉନାହିଁ। ଟିମ୍ ଇଣ୍ଡିଆର ଉପଯୁକ୍ତ ୱିକେଟ୍ କିପର ରିଷଭ ପନ୍ତ ଟେଷ୍ଟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ମଧ୍ୟମ କ୍ରମରେ, ଶ୍ରେୟସ୍ ଆୟର, ସରଫରାଜ ଖାନ୍, ଏବଂ ଧ୍ରୁଭ ଜୁରେଲଙ୍କ ପରି ଖେଳାଳି ଅଛନ୍ତି। ଏଭଳି ପରିସ୍ଥିତିରେ କେଏଲ ରାହୁଲଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ଏକପ୍ରକାର ଅସମ୍ଭବ ଅଟେ। କିନ୍ତୁ, ଗୌତମ ଗମ୍ଭୀର ଚୟନକର୍ତ୍ତାଙ୍କୁ ହୁଏ ତ ତାଙ୍କ ନାମ ସୁପାରିଶ କରି ପାରନ୍ତି।