ଲଜ୍ଜ୍ୟା ରେ ମୁହଁ ଲୁଚେଇଲା ପାକିସ୍ତାନ, ଚାମ୍ପିୟନ ଟ୍ରଫି ଫାଇନାଲ ରେ ଆୟୋଜକ ହୋଇ ମଧ୍ୟ ଯୋଗ ଦେଲା ନାହିଁ
ଚାମ୍ପିଅନ୍ସ ଟ୍ରଫି ଫାଇନାଲ 2025: ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ର ଆୟୋଜକ ପିସିବି ଥିଲା । କିନ୍ତୁ ସେମି ଫାଇନାଲ ଯାଏଁ ବି ପହଂଚି ପାରିଲାନି ପାକିସ୍ତାନ ଆଉ ବାଜି ମାରିନେଲା ଭାରତ ।
ଟିମ୍ ଇଣ୍ଡିଆ ଚାମ୍ପିୟନ ହେବା ପରେ ଭୁତ ବଡ଼ ଝଟକା ପାକିସ୍ତାନକୁ ଲାଗିଛି । କ୍ରିକେଟରେ ଭାରତ-ପାକିସ୍ତାନକୁ ଚୀର ପ୍ରତିଦ୍ବନ୍ଦ୍ବି କୁହାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ର ଆୟୋଜକ ପିସିବି ଥିବା ବେଳେ ସବୁ ମ୍ୟାଚ୍ ପାକିସ୍ତାନରେ ଖେଳାଯିବାର ଥିଲା । ମାତ୍ର ଭାରତ ପାକିସ୍ତାନକୁ ଯିବାପାଇଁ ମନା କରିବାରୁ ଭାରତ ସହ ଥିବା ମ୍ୟାଚ୍ ଗୁଡିକ ପାକିସ୍ତାନ ବାହାରେ ଅର୍ଥାତ ଦୁବାଇରେ ଖେଳାଯାଇଥିଲା ।
ନିଜ ଦେଶ ଛାଡି ଦୁବାଇରେ ଭାରତ ସହ ପାକିସ୍ତାନ ଖେଳିବା ଏବଂ ଭାରତ ଫାଇନାଲକୁ ଯିବା, ତାସହ ଦୁବାଇରେ ହିଁ ଭାରତ ଜିତି ପାକିସ୍ତାନ କରୁଥିବା ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ବନିବା ପାକିସ୍ତାନ ପାଇଁ ହଜମ ହୋଇନଥିବା ଚର୍ଚ୍ଚା ହେଉଛି ।
ଯେଉଁଥିପାଇଁ ବିଜୟ ପରେ ସେଲିବ୍ରେସନ ଉତ୍ସବରେ ପାକିସ୍ତାନର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ । ଭାରତ ଯେତେବେଳେ ବିଜେତା ହେଉଛି ଏବଂ ଟ୍ରଫି ଗ୍ରହଣ କରୁଛି ନିୟମ ଅନୁସାରେ ଆୟୋଜକ ଦେଶର ପ୍ରତିନିଧି ରହିବା କଥା ମାତ୍ର କାହାକୁ ଦେଖିବାକୁ ମିଳି ନଥିଲା । ତେଣୁ ଭାରତ ହିଁ ଦେଲା ଭାରତୀୟ ଖେଳାଳିଙ୍କୁ ଟ୍ରଫି ।
ଭାରତର ବିଜୟ ଉତ୍ସବରେ ପିସିବି ଚେୟାରମ୍ୟାନ ଅନୁପସ୍ଥିତ ରହିବା ନେଇ ସାରା ବିଶ୍ବରେ ପାକିସ୍ତାନର ଏ ନିମ୍ନ ଚିନ୍ତାଧାରାକୁ ନିନ୍ଦା କରାଯାଉଛି । ଫଳରେ ପାକିସ୍ତାନର ମୁଣ୍ଡ ତଳକୁ ହୋଇଯାଇଛି ।