ପୂଜାରା ଆଉ ରାହାଣେଙ୍କର ସ୍ଥାନରେ ଖେଳିବେ ଏହି ଦୁଇ ଜଣ ନୂଆ ଖେଳାଳି, ଚୟନ କଲେ ସୁନୀଲ ଗାଭାସ୍କର

  1. Home
  2. Cricket News

ପୂଜାରା ଆଉ ରାହାଣେଙ୍କର ସ୍ଥାନରେ ଖେଳିବେ ଏହି ଦୁଇ ଜଣ ନୂଆ ଖେଳାଳି, ଚୟନ କଲେ ସୁନୀଲ ଗାଭାସ୍କର

କ୍ରିକେଟ ଖବର : ସରିଛି ଟିମ ଇଣ୍ଡିଆ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ। ଆଉ ୨-୧ ରେ ଅଗ୍ରଣୀ ହାସଲ କରି ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଏହି ଟେଷ୍ଟ ସିରିଜକୁ ବାଜି ମାରିନେଇଛି। ଏହି ତୃତୀୟ ଟେଷ୍ଟ ସିରିଜରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଆଉ ପ୍ରଥମ …


ପୂଜାରା ଆଉ ରାହାଣେଙ୍କର ସ୍ଥାନରେ ଖେଳିବେ ଏହି ଦୁଇ ଜଣ ନୂଆ ଖେଳାଳି, ଚୟନ କଲେ ସୁନୀଲ ଗାଭାସ୍କର

କ୍ରିକେଟ ଖବର : ସରିଛି ଟିମ ଇଣ୍ଡିଆ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ। ଆଉ ୨-୧ ରେ ଅଗ୍ରଣୀ ହାସଲ କରି ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଏହି ଟେଷ୍ଟ ସିରିଜକୁ ବାଜି ମାରିନେଇଛି। ଏହି ତୃତୀୟ ଟେଷ୍ଟ ସିରିଜରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଆଉ ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ସମସ୍ତ ଓ୍ବିକେଟ ହରାଇ ୨୨୩ ରନ କରିଥିବା ବେଳେ, ଜବାବରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସରେ ନିଜର ସମସ୍ତ ଓ୍ବିକେଟ୍ ହରାଇ ୨୧୦ ରନ କରିଥିଲା।

ପୂଜାରା ଆଉ ରାହାଣେଙ୍କର ସ୍ଥାନରେ ଖେଳିବେ ଏହି ଦୁଇ ଜଣ ନୂଆ ଖେଳାଳି, ଚୟନ କଲେ ସୁନୀଲ ଗାଭାସ୍କର

କିନ୍ତୁ ଦ୍ଵିତୀୟ ଇନିଂସରେ ଖେଳର ମାହୋଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଟିମ ଇଣ୍ଡିଆ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳ ପକ୍ଷରୁ ଓ୍ବିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ହିଁ ଦକ୍ଷିଣ ଆଫ୍ରିକାର ବୋଲରଙ୍କର ସାମ୍ନା କରିପାରିଥିଲେ। ସେ ଗତ ୧୪ ଟି ଇନିଂସରେ ଖରାପ ଫର୍ମରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ସେ ଏକ ଶତକୀୟ ପାରି ଖେଳିଥିଲେ। ଯଦ୍ୱାରା ଭାରତୀୟ ଦଳ ୧୯୮ ରନ କରିବା ପାଇଁ ସକ୍ଷମ ହେଲା। ଟିମ ଇଣ୍ଡିଆର ପୁରୁଖାପୁରୁଖା ବ୍ୟାଟ୍ସମ୍ୟାନ ମଧ୍ୟ ତୃତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଭଲ ପ୍ରଦର୍ଶନ କରିପାରିନଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସରେ ୨୧୦ ରନ କରି ଅଲଆଉଟ୍ ହୋଇଥିବା ବେଳେ , କିନ୍ତୁ ଦ୍ଵିତୀୟ ଇନିଂସରେ ଦଳ ମାତ୍ର ୩ ଓ୍ବିକେଟ ହରାଇ ୨୧୨ ରନ କରି ସିରିଜ ବିଜୟ ହୋଇଗଲା।

ତେବେ ଏହି ଟେଷ୍ଟ ମ୍ୟାଚରେ ସାମିଲ ଥିବା ଦୁଇଜଣ ପୁରୁଖା ଖେଳାଳିଙ୍କ ବିଷୟରେ ମୁହଁ ଖୋଲିଛନ୍ତି କିମ୍ବଦନ୍ତୀ ଖେଳାଳି ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ସେ ଚେତେଶ୍ୱର ପୂଜାରା ଆଉ ଅଜିଙ୍କ୍ୟେ ରାହାଣେଙ୍କ ପ୍ରସଙ୍ଗରେ ଖାସ୍ ଟିପ୍ପଣୀ ଦେଇଛନ୍ତି। ଏହାରି ପଛରେ ମଧ୍ୟ ଏକ କାରଣ ରହିଛି। ଆଉ ସେଇଟା ହେଲା ଏହି ଦୁଇ ଖେଳାଳିଙ୍କର ଖେଳ ପ୍ରଦର୍ଶନ। ଯଦି ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟେଷ୍ଟରେ ଏହି ଦୁଇ ଖେଳାଳିଙ୍କର ରିପୋର୍ଟ ଦେଖିବା ତେବେ ପ୍ରଥମ ଇନିଂସରେ ଚେତେଶ୍ୱର ପୂଜାରା ୭୭ ଟି ବଲ ଖେଳି ୭ଟି ଚୌକା ସାହାଯ୍ୟରେ ୪୩ ରନ କରିଥିଲେ। କିନ୍ତୁ ଦ୍ଵିତୀୟ ଇନିଂସରେ ୩୩ଟି ବଲ ଖେଳି ମାତ୍ର ଦୁଇଟି ଚୌକା ସାହାଯ୍ୟରେ ସେ ୯ ରନ କରିବାରେ ସକ୍ଷମ ହୋଇଥିଲେ।

ସେହିପରି ଅଜିଙ୍କ୍ୟେ ରାହାଣେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୨ ଟି ବଲ ଖେଳି ଦୁଇଟି ଚୌକା ସାହାଯ୍ୟରେ ୯ ରନ କରିଥିବା ବେଳେ, ଦ୍ଵିତୀୟ ଇନିଂସରେ ୯ ଟି ବଲ ଖେଳି ୧ ରନ କରିଥିଲେ। ତେବେ ଏହି ଦୁଇ ଅଭିଜ୍ଞ ଖେଳାଳିଙ୍କର ଏହିପରି ଖରାପ ପ୍ରଦର୍ଶନ ଦେଖି ମୁହଁ ଖୋଲିଛନ୍ତି ପୂର୍ବତନ ମହାନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର। ସେ ଏହି ଦୁଇ ଖେଳାଳିଙ୍କର ସ୍ଥାନରେ ନୂଆ ଦୁଇ ଜଣ ଖେଳାଳିଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦେବା ପାଇଁ ନିଜର ବୟାନରେ କହିଛନ୍ତି।

ପୂଜାରା ଆଉ ରାହାଣେଙ୍କର ସ୍ଥାନରେ ଖେଳିବେ ଏହି ଦୁଇ ଜଣ ନୂଆ ଖେଳାଳି, ଚୟନ କଲେ ସୁନୀଲ ଗାଭାସ୍କର

ଷ୍ଟାର ସ୍ପୋର୍ଟସରେ ଲାଇଭ ମ୍ୟାଚରେ ଏହି ବିଷୟରେ କଥାବାର୍ତ୍ତା କରିବା ସମୟରେ ପୂର୍ବତନ କ୍ରିକେଟର ନିଜର ମନ୍ତବ୍ୟରେ କହିଛନ୍ତି ଯେ, ‘ଏହା ସମ୍ଭବ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ସାମ୍ପ୍ରତିକ ଟେଷ୍ଟ ସିରିଜ୍ ପରେ ଟିମ୍ ଇଣ୍ଡିଆର ଚୟନକର୍ତ୍ତାମାନେ ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାନେଙ୍କୁ ଡ୍ରପ୍ କରିଦେବା ଉଚିତ। ଉଭୟ ଅଭିଜ୍ଞ ଖେଳାଳି ହୋଇଥିଲେ ମଧ୍ୟ ଏହି ଟେଷ୍ଟ ସିରିଜରେ ଏତେଟା ଖାସ୍ ପ୍ରଦର୍ଶନ କରିପାରିନାହାନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ଦୁଇ ଜଣଙ୍କର ସ୍ଥାନରେ ଦୁଇଟି ଯୁବ ଖେଳାଳିଙ୍କୁ ନେଇ ପାରିବା। ଜଣେ ହେଲେ ହନୁମା ବିହାରୀ ଆଉ ଅନ୍ୟଜଣେ ହେଲେ ଶ୍ରେୟସ୍ ଆୟର।ନମ୍ବର ୩ ରେ ଆମେ ହନୁମା ବିହାରୀଙ୍କୁ ଖେଳାଇ ପାରିବା ଏବଂ ନମ୍ବର ୫ରେ ଶ୍ରେୟସ୍ ଆୟର ଭାରତୀୟ ଟେଷ୍ଟ ଦଳରେ ବ୍ୟାଟିଂ କରିବା ପାଇଁ ଫିଟ୍ ହେବେ।

News Hub