ଘୋଷଣା ହେଲା ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ, ଏହି ଫ୍ଲପ୍ ଖେଳାଳିଙ୍କୁ ଦଳରେ ସାମିଲ କଲା BCCI, ଦେଖନ୍ତୁ ଲିଷ୍ଟ

  1. Home
  2. Cricket News

ଘୋଷଣା ହେଲା ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ, ଏହି ଫ୍ଲପ୍ ଖେଳାଳିଙ୍କୁ ଦଳରେ ସାମିଲ କଲା BCCI, ଦେଖନ୍ତୁ ଲିଷ୍ଟ


ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ପକ୍ଷରୁ ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ପଦ ଦିଆଯାଇଛି। ଅକ୍ଟୋବର ୫ ତାରିଖରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ପୂର୍ବ ଚାମ୍ପିୟାନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

ତେବେ ଘୋଷଣା ହୋଇଥିବା 15 ଜଣିଆ ଦଳରେ ପ୍ରାୟତଃ ଏସିଆ କପ୍ ଖେଳୁଥିବା ସମସ୍ତଙ୍କୁ ସ୍ଥାନ ମିଳିଛି। ତେବେ ବହୁ ଆଲୋଚିତ ଦୁଇ ଖେଳାଳି କେଏଲ ରାହୁଲ ଓ ଇଶାନ କିଷାନଙ୍କୁ ମଧ୍ୟ ମିଳିତ ଭାବେ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଦଳର ଅଭିଜ୍ଞ ସ୍ପିନର୍ ଆର୍ ଅଶ୍ୱୀନ, ଓପନର୍ ଶିଖର ଧାୱନ, ୟୁଜୁବେନ୍ଦ୍ର ଚହଲ ଓ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବିଶ୍ୱକପ ସ୍ୱାର୍ଡରେ ସ୍ଥାନ ମିଳିନାହିଁ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏଥର ବିଶ୍ୱକପ୍ ଖେଳିବ। ଏହି ଟିମ୍‌କୁ ନେଇ ରୋହିତ ଶର୍ମା କହିଛନ୍ତି- ଆମେ ତିନି ଜଣ ଅଲରାଉଣ୍ଡର, ୪ ଜଣ ସିମର ଓ ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇଛୁ। ଏହାଠୁ ଅଧିକ ଆମେ କିଛି କରିପାରିଥାଆନ୍ତୁ ବୋଲି ମୁଁ ଭାବୁନାହିଁ। ଆମେ ପାଖରେ ଥିବା ସମସ୍ତ ସାଧନକୁ ବିଚାରକୁ ନେଇ ଏହି ଦଳ ଗଠନ କରାଯାଇଛି।

ind squad for world cup 2023

ଉଦ୍‌ଘାଟନୀ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହା ଅହମଦାବାଦରେ ଅନୁଷ୍ଠିତ ହେବ। ଭାରତର ମ୍ୟାଚ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। ଦଳ ତା'ର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ତା'ର ତୃତୀୟ ମ୍ୟାଚ୍‌ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ଖେଳାଯିବ।

ବିଶ୍ୱକପ ୨୦୨୩ ପାଇଁ ଭାରତୀୟ କ୍ରିକେଟ ଦଳ -

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅକ୍ଷର ପଟେଲ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ।