IND vs AFG T20 ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ବର୍ଷେ ପରେ ଫେରିଲେ ଏହି 2 ଖେଳାଳି, ଦେଖନ୍ତୁ ପ୍ଲେଇଂ XI

  1. Home
  2. Cricket News

IND vs AFG T20 ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ବର୍ଷେ ପରେ ଫେରିଲେ ଏହି 2 ଖେଳାଳି, ଦେଖନ୍ତୁ ପ୍ଲେଇଂ XI


ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ଅନ୍ତର୍ଜାତୀୟ ସିରିଜ୍ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) 16 ଜଣିଆ ଦଳ ଘୋଷଣା କରିଛି।  କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। 2022 ବିଶ୍ୱକପର ସେମିଫାଇନାଲ ପରଠାରୁ ରୋହିତ ଏବଂ କୋହଲି ଏହି ଫର୍ମାଟରେ ଭାରତ ପାଇଁ କୋୖଣସି ମ୍ୟାଚ୍ ଖେଳି ନାହାଁନ୍ତି।

ଆଘାତ ହେତୁ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରୁତୁରାଜ ଗାଇକୱାଡ ଏହି ସିରିଜରେ ଚୟନ ପାଇଁ ଉପଲବ୍ଧ ନଥିଲେ। ODI ବିଶ୍ୱକପ ସମୟରେ ହାର୍ଦ୍ଦିକ ଆହତ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ସୁର୍ଯ୍ୟକୁମାର ଏବଂ ଋତୁରାଜ ଆହତ ହୋଇଥିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଜିତେଶ ଶର୍ମା ଏବଂ ସଞ୍ଜୁ ସାମସନ ଦଳରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଅର୍ଶଦୀପ ସିଂ, ଆବେଶ ଖାନ ଏବଂ ମୁକେଶ କୁମାର ଦଳର ତିନି ଦ୍ରୁତ ବୋଲର ହୋଇଥିବାବେଳେ ସ୍ପିନର ବୋଲିଂ ପାଇଁ ରବି ବିଷ୍ଣୁଇ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଅଛନ୍ତି।

ବିଶ୍ୱକପ ପୂର୍ବରୁ ଏହା ହେଉଛି ଭାରତର ଶେଷ T20 ସିରିଜ୍:

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି -20 ଅନ୍ତର୍ଜାତୀୟ ଜାନୁଆରୀ 11 ରେ ମୋହାଲିରେ ଅନୁଷ୍ଠିତ ହେବ । ଏହା ପରେ ଜାନୁଆରୀ 14 ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏବଂ ତୃତୀୟ ତଥା ଶେଷ ଟି -20 ଅନ୍ତର୍ଜାତୀୟ ଜାନୁଆରୀ 17 ରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।

ଆଫଗାନିସ୍ତାନ ବିପକ୍ଷ T20 ସିରିଜ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜସୱାଲ, ବିରାଟ କୋହଲି, ତିଲକ ଭର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଆକ୍ସର ପଟେଲ, ରବି ବିଷ୍ଣଇ, କୁଲଦୀପ ଯାଦବ, ଆବେଶ ଖାନ, ମୁକେଶ କୁମାର ।