ବିଶ୍ବକପ ଫାଇନାଲ ରେ ପରାଜୟ ପରେ ଭାରତୀୟ ସ୍ପିନର କୁଲଦୀପଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି
ଆଇସିସି ବିଶ୍ୱକପ୍ର 2023 ଫାଇନାଲ ରେ ଭାରତର ସବୁ ସ୍ୱପ୍ନା କୁ ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିଆ ଏବଂ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରବିବାର ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 6 ୱିକେଟରେ ପରାସ୍ତ କରିଛି ।
ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ କ୍ରୋଧିତ ଦେଖାଯାଉଥିଲେ । ଅନ୍ୟପକ୍ଷରେ ଟିଭି ଏବଂ ମୋବାଇଲରେ ମ୍ୟାଚ୍ ଦେଖୁଥିବା ପ୍ରଶଂସକମାନେ ମଧ୍ୟ ରାଗି ଯାଇଥିଲେ । କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ପୋଲିସବାହିନୀ ମଧ୍ୟ ସତର୍କ ହୋଇଯାଇଥିଲା ।
କୁଲଦୀପଙ୍କ ଘରକୁ ପୋଲିସ କାହିଁକି ପଠାଇବାକୁ ପଡିଲା ପୋଲିସ ?
ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ପରାସ୍ତ ହେବା ମାତ୍ରେ ପୋଲିସକୁ ତୁରନ୍ତ ବୋଲର କୁଲଦୀପ ଯାଦବଙ୍କ ଘରକୁ ଯିବାକୁ ପଡ଼ିଥିଲା । ୟୁପି ପୋଲିସର ସୂଚନାନୁସାରେ, କୌଣସି ଅଘଟଣକୁ ଏଡାଇବା ପାଇଁ କାନପୁରର ଡିଫେନ୍ସ କଲୋନୀରେ ଅବସ୍ଥିତ କୁଲଦୀପ ଯାଦବଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ତାଙ୍କ ଘର ବାହାରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହା ସହିତ ପୋଲିସର ଜିପ ମଧ୍ୟ ନିରନ୍ତର ପାଟ୍ରୋଲିଂ କରୁଥିଲେ ।
ଜାଜମାଉ ଇନ୍ସପେକ୍ଟର ଅରବିନ୍ଦ ସିସୋଦିଆ କହିଛନ୍ତି ଯେ ସତର୍କତାମୂଳକ ପଦକ୍ଷେପ ଭାବରେ କୁଲଦୀପ ଯାଦବଙ୍କ ଘରକୁ ପୋଲିସ ପଠାଯାଇଛି। ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଦର୍ଶନ କିମ୍ବା ଉତ୍ତେଜନା ବିଷୟରେ କୌଣସି ଆଲୋଚନା ହୋଇନାହିଁ, କିନ୍ତୁ ଆମେ ଆମ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କ।
କାନପୁର ପୋଲିସର ସୂଚନାନୁସାରେ କୁଲଦୀପ ଯାଦବଙ୍କ ପରିବାର ସଦସ୍ୟଙ୍କଠାରୁ କୌଣସି ସୁରକ୍ଷା ଦାବି କରାଯାଇ ନଥିଲା, କିନ୍ତୁ ପୋଲିସ ପକ୍ଷରୁ ସତର୍କ ରହିଛି ଏବଂ କଡା ନଜର ରଖାଯାଇଥିଲା।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି 240 ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ 241 ରନ୍ ଲକ୍ଷ୍ୟ ଦେଇଥିଲା । ଟାର୍ଗେଟକୁ ପଛରେ ପକାଇ ଅଷ୍ଟ୍ରେଲିଆ ଦଳ ସହଜରେ ମ୍ୟାଚ କୁ ଜିତି ନେଇଥିଲା।