ଦୁଇ ଘଣ୍ଟା ବି ତିଷ୍ଠି ପାରିଲେନି ଭାରତୀୟ ଖେଳାଳି, ବକ୍ସିଂ ଡେ ଟେଷ୍ଟ ରେ ବାଜି ମାରିଲା ଅଷ୍ଟ୍ରେଲିଆ

  1. Home
  2. Cricket News

ଦୁଇ ଘଣ୍ଟା ବି ତିଷ୍ଠି ପାରିଲେନି ଭାରତୀୟ ଖେଳାଳି, ବକ୍ସିଂ ଡେ ଟେଷ୍ଟ ରେ ବାଜି ମାରିଲା ଅଷ୍ଟ୍ରେଲିଆ


ପୁଣି ଫେଲ ମାରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ପୁଣି ହାରିଲା ଭାରତ । ପୁଣି ଫେଲ ମାରିଲେ ଲୋକେସ ରାହୁଲ ଓ ରବିନ୍ଦ୍ର ଜାଡେଜା । ଆଉ ପୁଣି ହାରିଲା ଭାରତ । ବର୍ଡର ଗାଭାସ୍କର ଟ୍ରଫି ସିରିଜ୍‌ର ଚତୁର୍ଥ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ସିରିଜ୍‌ରେ 2-1 ରେ ଆଗୁଆ ହୋଇଯାଇଛି ଘରୋଇ ଅଷ୍ଟ୍ରେଲିଆ ।

ମେଲବର୍ଣ୍ଣ ଟେଷ୍ଟର ଶେଷ ଦିନରେ ଅଷ୍ଟ୍ରେଲିଆର ଭାରତ ଆଗରେ 340 ରନର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟର କେବଳ 155 ରନ୍ କରିବାରେ ସକ୍ଷମ ହେଲେ । ଟିମ୍ ଇଣ୍ଡିଆର ବ୍ୟାଟର ନିଜ ପୂର୍ବର ଖାରପ ପ୍ରଦର୍ଶନକୁ ଜାରି ରଖିଥିଲେ ।

ଟିମର ତିନି ଖେଳାଳି କେଏଲ୍ ରାହୁଲ, ବୁମରା, ଏବଂ ମହମ୍ମଦ ସିରାଜ ଶୂନ ରନ୍ ଆଉଟ୍ ହୋଇଥିଲେ । ସେହିପରି ରୋହିତ ଶର୍ମା (9), ବିରାଟ କୋହଲି (5), ରବିନ୍ଦ୍ର ଜାଡେଜା (2), ନୀତୀଶ କୁମାର ରେଡ୍ଡି (1), ଆକାଶ ଦୀପ (7) ରନ୍ କରି ପାଭେଲିୟନ ଫେରିଥିଲେ । ୱାଶିଂଟନ ସୁନ୍ଦର 5 ରନ୍ ସହ ଅପରାଜିତ ରହିଥିଲେ ।

ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ଇନିଂସରେ ଅଧିନାୟକ ପାଟ୍ କମିନ୍ସ ଏବଂ ସ୍କଟ୍ ବୋଲାଣ୍ଡ ସର୍ବାଧିକ 3ଟି ଲେଖାଏଁ ୱିକେଟ୍ ନେଇଥିଲେ । ନାଥାନ ଲାୟନ 2, ଟ୍ରାଭିସ୍ ହେଡ୍ ଏବଂ ମିଶେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ପ୍ରଥମ ଇନିଂରେ ଅଷ୍ଟ୍ରେଲିଆ 474 ରନ୍ କରିଥିଲା ।

ଯାହାର ଜବାବରେ ଭାରତ 10 ୱିକେଟ୍ ହରାଇ 369 ରନ୍ କରିଥିଲା । ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ 105 ଆଗୁଆ ରହିଥିଲା । ଦ୍ୱିତୀୟ ଇନିଂସ ରେ ଅଷ୍ଟ୍ରେଲିଆ 234 ରନରେ ଅଲଆଉଟ୍ ହୋଇ ଭାରତକୁ 340 ରନ୍ ଟାର୍ଗେଟ୍ ଦେଇଥିଲା ।