ଭାରତ-ଆଫ୍ଗାନିସ୍ତାନ ପ୍ରଥମ T20 ରେ ଖେଳିବେ ନାହିଁ କିଙ୍ଗ କୋହଲି, ସାମ୍ନା କୁ ଆସିଲା ଏହି ବଡ଼ କାରଣ
T20 ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ଆଫ୍ଗାନିସ୍ତାନ ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଆଜିଠାରୁ ଖେଳିବ । ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ 3 ଟି ମ୍ୟାଚ୍ର T20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଶୃଙ୍ଖଳାକୁ ବିଶ୍ବକପ୍ ପୂର୍ବରୁ ସବୁ ଖେଳାଳିଙ୍କୁ ପରଖିବା ଲାଗି ଅନ୍ତିମ ସୁଯୋଗ ବୋଲି କୁହା ଯାଇପାରେ ।
କୋହଲି ପ୍ରଥମ ମ୍ୟାଚ୍ରେ ଖେଳିବେ ନାହିଁ:
ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ସୂଚନା ଦେଇଛନ୍ତି ଯେ ଏହି ମ୍ୟାଚ ରେ କୋହଲି ଖେଳିବେ ନାହିଁ । ସେ ବ୍ୟକ୍ତିଗତ କାରଣରୁ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ ତେବେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ରେ ଖେଳିବେ ବୋଲି ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି।
ଏହି ଶୃଙ୍ଖଳାରେ ଭାରତର ଦୁଇ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବ୍ୟକ୍ତିଗତ କାରଣରୁ ଦୀର୍ଘ 14 ମାସ ପରେ ଉଭୟ ବ୍ୟାଟିଂ ମହାରଥୀ ଭାରତୀୟ T20 ଦଳକୁ ଫେରିଛନ୍ତି।
ଇଂଲଣ୍ଡଠାରୁ ଭାରତ T20 ବିଶ୍ବକପ୍ ସେମିଫାଇନାଲ ହାରିବା ପରେ ଦୁହେଁ ଭାରତ ପାଇଁ T20 ଖେଳିନାହାନ୍ତି। ଗତ କିଛି ଶୃଙ୍ଖଳାରେ ଭାରତ T20 ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଥିବା ବେଳେ ଆସନ୍ତା ବିଶ୍ବକପ୍କୁ ଦେଖି ରୋହିତ ଓ କୋହଲି ଦଳରେ ସାମିଲ ହୋଇଛନ୍ତି ।