ଭାରତ ଅଷ୍ଟ୍ରେଲିଆଠାରୁ ନେଲା ପ୍ରତିଶୋଧ, ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଜିତି କଲା ଇତିହାସ

  1. Home
  2. Cricket News

ଭାରତ ଅଷ୍ଟ୍ରେଲିଆଠାରୁ ନେଲା ପ୍ରତିଶୋଧ, ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଜିତି କଲା ଇତିହାସ


Ind vs Aus: ମିନି ବିଶ୍ୱକପରେ ମଧୁର ପ୍ରତିଶୋଧ । ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୪ ରନ କରିଥିଲା। 

ଜବାବରେ, ଟିମ୍ ଇଣ୍ଡିଆ ୪୯ତମ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟକୁ ପିଛା କରିଥିଲା। ଭାରତୀୟ ଦଳ ଏବେ ଫାଇନାଲରେ ପହଞ୍ଚି ସାରିଛି। ଭାରତ ପାଇଁ ବିରାଟ କୋହଲି ସର୍ବାଧିକ 84 ରନ କରିଥିଲେ। ଭାରତୀୟ ଦଳ ଦୁବାଇରେ ଚତୁର୍ଥ ବିଜୟ ହାସଲ କରିଛି।

ଦଶବର୍ଷ ତଳେ ଯାହା ଟିମ୍ ଇଣ୍ଡିଆ ସାଙ୍ଗରେ ଘଟିଥିଲା ତାହା ଏବେ କଙ୍ଗାରୁ ସହ ଘଟିଛି । ଚାମ୍ପିଅନ୍ସ ଟ୍ରଫି ୧୯୯୮ କ୍ୱାର୍ଟର ଫାଇନାଲରେ ଉଭୟ ଦଳ ପ୍ରଥମ ଥର ପାଇଁ ଭେଟିଥିଲେ। ଯେଉଁଥିରେ ଅଷ୍ଟ୍ରେଲିଆକୁ ଭାରତ ୪୪ ରନରେ ପରାସ୍ତ କରିଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୦୦ ରେ ଅଷ୍ଟ୍ରେଲିଆକୁ ଭାରତ ୨୦ ରନରେ ପରାସ୍ତ କରିଥିଲା।

ଏହା ପରେ, ODI ବିଶ୍ୱକପ ୨୦୧୧ ରେ ଅଷ୍ଟ୍ରେଲିଆକୁ ଭାରତ ୫ ୱିକେଟରେ ପରାସ୍ତ କରିଥିଲା। ଏଥିସହ ଆଇସିସି ODI ଇଭେଣ୍ଟଗୁଡିକର ନକ୍ଆଉଟ୍ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ୩ ଥର ଭାରତକୁ ପରାସ୍ତ କରିଛି। ODI ବିଶ୍ୱକପ ୨୦୦୩ ର ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ୧୨୫ ରନରେ ପରାସ୍ତ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ODI ବିଶ୍ୱକପ ୨୦୧୫ ର ସେମିଫାଇନାଲରେ ଭାରତୀୟ ଦଳକୁ ପରାସ୍ତ କରିଥିଲା। 

ଆଉ ଏବେ ଅଙ୍କକଷା ପୂରା ଓଲଟିଯାଇଛି । ମଙ୍ଗଳବାର ର ସେମିଫାଇନାଲ ଫାଇଟ ପୂର୍ବରୁ ଭାରତ ଆଇସିସି ODI ଇଭେଣ୍ଟର ନକ୍ଆଉଟ୍ ମ୍ୟାଚ୍ ରେ ୩ ଥର ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଏବେ ଫାଇନାଲରେ ପହଞ୍ଚି ସାରିଛି।