BCCI ର ଗନ୍ଧିଆ ରାଜନୀତି ଯୋଗୁଁ ହାରିଛି ଭାରତ, ଏହି ୨ ଖେଳାଳିଙ୍କ କରାଯାଇଥିଲା ଅସମ୍ମାନ

  1. Home
  2. Cricket News

BCCI ର ଗନ୍ଧିଆ ରାଜନୀତି ଯୋଗୁଁ ହାରିଛି ଭାରତ, ଏହି ୨ ଖେଳାଳିଙ୍କ କରାଯାଇଥିଲା ଅସମ୍ମାନ


ବିଶ୍ୱକପ ଫାଇନାଲ ରେ ଅଷ୍ଟ୍ରେଲିଆ ହାତରେ ଭାରତର ପରାଜୟ ପରେ ଅସନ୍ତୁଷ୍ଟ ଅଛନ୍ତି ଭାରତୀୟ ଫ୍ୟାନ୍ସ । ତେବେ ଅନେକ ପ୍ରଶ୍ନ ଭିତରେ ଫ୍ୟାନ୍ସ ଙ୍କୁ ଗୋଟିଏ କଥା ମାନେ ପଡୁଛି, ଭାରତ ଯେ ପର୍ଯ୍ୟନ୍ତ ଏହି ୨ ଖେଳାଳିଙ୍କୁ ସମ୍ମାନ ଦେଇନି ସେ ପର୍ଯ୍ୟନ୍ତ ହାରୁଥିବ ସବୁ ମ୍ୟାଚ୍ ବୋଲି ପ୍ରଶଂସକ କହିଛନ୍ତି ।

କ୍ରିକେଟ ଖବର କୁ ଓଡ଼ିଆ ରେ ପାଇବା ପାଇଁ ଆମ WhatsApp ଚ୍ୟାନେଲ କୁ ଏଠାରେ ଜଏନ କରନ୍ତୁ:

WhatsApp Channel (Join Now) Join Now

kohli rohit sad

ଭାରତ ବିଶ୍ଵ କପ୍ ଫାଇନାଲ ମ୍ୟାଚ୍ ହାରିବା ପରେ ଏବେ ଏହାର ସମାଲୋଚନାରେ ଦେଖିବାକୁ ମିଳୁଛି ବହୁତ କଥା । କିଏ ଏ ନେଇ ବିସିସିଆଇକୁ ଦୋଷ ଦେଉଛି ତ କିଏ କ୍ୟାପଟେନ୍ କୁ ତ ଆଉ କିଏ ଏହାକୁ ଓଭରକନଫିଡେନ୍ସ କହୁଛି ।

ଏଥି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ କଥା । ସମସ୍ତେ ମନେ ପକାଇଛନ୍ତି ୨ ପୂର୍ବତନ ଖେଳାଳିଙ୍କୁ । ଯଦି ବିଶ୍ଵ କପ୍ ୨୦୧୧  କଥା କୁହାଯାଏ ତେବେ ଏହି ବର୍ଷ ଧୋନିଙ୍କ ଅଧ୍ୟକ୍ଷତାରେ ଭାରତୀୟ କ୍ରିକେଟ ଟିମ୍ ଜିତିଥିଲା ବିଶ୍ଵ କପ୍ । ଯାହା କେବଳ ସମ୍ଭବ ହୋଇଥିଲା ଗମ୍ଭୀର ଓ ଯୁବରାଜ ସିଂଙ୍କ ପାଇଁ ।

yuvraj and gambhir

ହେଲେ ଜିତିବାର ସମସ୍ତ ଶ୍ରେୟ ମିଳିଥିଲା ଧୋନିଙ୍କୁ । ଯୁବରାଜ ଓ ଗମ୍ଭୀରଙ୍କୁ ପ୍ରାୟ ଅଣଦେଖା କରିଥିଲା ବିସିସିଆଇ । ପରେ ତାଙ୍କୁ ଆଉ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ଦେଇ ନ ଥିଲା ବିସିସିଆଇ । ସମୟ ଥାଉ ଥାଉ ତାଙ୍କୁ ତଡ଼ି ଦେଲା ବିସିସିଆଇ । ଯାହା ପର ଠାରୁ ତା ପରିଣାମ ଭୋଗୁଛି ବିସିସିଆଇ  ।

୨୦୧୧ ପର ଠାରୁ ଆଉ ଗୋଟିଏ ବି ଟ୍ରଫି ଜିତି ପାରୁ ନାହିଁ ଭାରତ । ଯଦି ବିସିସିଆଇ ର କାର୍ଯ୍ୟକଳାପ ଉପରେ ନଜର ପକାଯାଏ। ବେଳେ ଉପଯୁକ୍ତ ପ୍ରତିଭାବାନ ଖେଳାଳିଙ୍କୁ କିନ୍ତୁ ଅଣଦେଖା କରିଥାଏ ଯାହାର ପରିଣାମ କେବଳ ଭାରତୀୟ କ୍ରିକେଟ ଟିମ୍ କୁ ନୁହେଁ ବରଂ ସାରା ଭାରତକୁ ଭୋଗିବାକୁ ପଡୁଛି ।