IND vs SL: ମ୍ୟାଚ ରେ ବିଜୟ ପରେ ମିଳିଥିବା ସବୁ ଟଙ୍କାକୁ ଗ୍ରାଉଣ୍ଡ ଷ୍ଟାଫକୁ ଦାନ କଲେ ରୋହିତ! ସତ ଜାଣି ହେବେ ତାଜୁବ୍

  1. Home
  2. Cricket News

IND vs SL: ମ୍ୟାଚ ରେ ବିଜୟ ପରେ ମିଳିଥିବା ସବୁ ଟଙ୍କାକୁ ଗ୍ରାଉଣ୍ଡ ଷ୍ଟାଫକୁ ଦାନ କଲେ ରୋହିତ! ସତ ଜାଣି ହେବେ ତାଜୁବ୍


ଏସିଆ କପ ୨୦୨୩ ରେ ନିଜର ବିଜୟ ଧାରା ଜାରି କରି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର ଫୋର୍‌ରେ ୪୧ ରନ୍‌ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହା ପୂର୍ବରୁ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନକୁ ମଧ୍ୟ ଭାରତ ଶୋଚନୀୟ ପରାସ୍ତ କରିଥିଲା। ଯେଉଁ ଥିରେ ଏକ ପାଖିଆ ଭାବେ ଭାରତୀୟ ଟିମ୍ ହରାଇଥିଲା ପାକିସ୍ଥାନ ଟିମକୁ। ଯାହାକୁ ନେଇ ବେଶ୍ ପ୍ରଂଶସା କରିଛନ୍ତି ଭାରତୀୟ କ୍ରିକେଟ ଲଭର ମାନେ।

ଟଙ୍କା ଦେବା କଥା ମିଛ ଅଟେ:

ଏହି ମ୍ୟାଚ୍ ଜିତିବା ଖବର ଟି ଯେତିକି ଚର୍ଚ୍ଚାରେ ନ ଥିଲା ତା ଠାରୁ ଆଉ ବେଶୀ ଅଧିକ ଚର୍ଚ୍ଚାରେ ରହିଛି ରୋହିତଙ୍କ ପଦକ୍ଷେପ। ମ୍ୟାଚ୍ ଜିତିବା ପରେ ରୋହିତ ଓ ବିରାଟ ଙ୍କୁ ମିଳିଥିବା ଅର୍ଥରାଶି ସବୁ ଦୁହେଁ ଦାନ କରି ଦେଇଥିଲେ ଶ୍ରୀଲଙ୍କା ଗ୍ରାଉଣ୍ଡ କର୍ମଚାରୀଙ୍କୁ। ଯେଉଁ ଖବର ଚାରିଆଡେ ବ୍ୟାପିଥିଲା ହେଲେ ଏଧା ସତ ଅଧା ମିଛ। ଟଙ୍କା ଦେବା କଥା ମିଛ ହୋଇଥିବା ବେଳେ କେବଳ ରୋହିତ ଶର୍ମା ଗ୍ରାଉଣ୍ଡ ଷ୍ଟାଫଙ୍କ ପାଖକୁ ଯାଇ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଫଟୋଟି ଏଡିଟ୍ କରାଯାଇଛି ।

fake pic

ଶ୍ରୀଲଙ୍କରେ ବର୍ଷା ଋତୁରେ ଏହି ମ୍ୟାଚ୍ ହେଉଥିବାରୁ ପ୍ରତି ମ୍ୟାଚରେ ବାରମ୍ବାର ବାଧକ ସାଜିଛି ବର୍ଷା। ଯେଉଁଥି ପାଇଁ ଗ୍ରାଉଣ୍ଡ କର୍ମଚାରୀଙ୍କୁ ବେଶୀ ପରିଶ୍ରମ କରିବାକୁ ପଡିଥିଲା। ସାରା ରାତି ଅନିଦ୍ରା ହୋଇ ଜଗି ରହିଥିଲେ ଫିଲ୍ଡ। କେତେବଳେ ଜରି ଘୋଡାଉ ଥିଲେ ତ କେତେବେଳେ ପଡିଆକୁ ଶୁଖାଉଥିଲେ। ଫିଲ୍ଡ ୱାରକର୍ସଙ୍କ ବିନା ଅବଦାନରେ ଏହି ମ୍ୟାଚ୍ ସମ୍ଭବ ହୋଇ ନ ଥାନ୍ତା।

ଗ୍ରାଉଣ୍ଡ ଷ୍ଟାଫ ଉପରେ ରୋହିତ-ବିରାଟ ଥିଲେ ଖୁସି:

rohit ground staff

ରୋହିତ ନିଜେ ମଧ୍ୟ କହିଛନ୍ତି ଏହି ଫିଲ୍ଡ ୱାରକର୍ସଙ୍କ ବିନା ଖେଳ ଖେଳିବା ଅସମ୍ଭବ ହୋଇ ପଡ଼ି ଥାନ୍ତା। ଆମେ ପାକିସ୍ତାନ ବିପକ୍ଷରେ ଜିତିବା ପଛର ଏହି କର୍ମଚାରୀ ମାନଙ୍କ ପରିଶ୍ରମ ମଧ୍ୟ ରହିଛି।ଏହା ପରେ ବେଶ୍ ଖୁସି ହୋଇ ଯାଇ ଥିଲେ କର୍ମଚାରୀ ମାନେ। ଯାହାକୁ ନେଇ ସମସ୍ତେ ପ୍ରଂଶସା କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ।