IND Vs SA: 5ଟି ଓ୍ବିକେଟ୍ ନେଲେ ବରୁଣ ଚକ୍ରବର୍ତ୍ତୀ, ହେଲେ ଏହି କାରଣରୁ ହାରିଗଲା ଟିମ୍ ଇଣ୍ଡିଆ
IND Vs SA: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା T -20 ସିରିଜ୍ର ଦ୍ଵିତୀୟ ମ୍ୟାଚ ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଲୋ ସ୍କୋରିଂ ମୁକାବିଲାରେ ଭାରତକୁ 3 ଓ୍ବିକେଟ୍ରେ ପରାସ୍ତ କରି ଟି20 ସିରିଜକୁ 1-1 ରେ ବରାବର କରିନେଇଛି ଘରୋଇ ଦକ୍ଷିଣ ଆଫ୍ରିକା । 125 ରନ୍ ଲକ୍ଷ୍ୟ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଟିମ୍ 19 ଓଭରରେ 7 ଓ୍ବିକେଟ ହରାଇ 128 ରନ୍ ସଂଗ୍ରହ କରିନେଇଥିଲା । ଫଳରେ ସିରିଜ୍ ଏବେ ବରାବର ସ୍ଥିତିକୁ ଆସିଯାଇଥିବା ବେଳେ ତୃତୀୟ ମ୍ୟାଚ ହେବ ନିର୍ଣ୍ଣାୟକ ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପ୍ଲାନ୍ରେ ସଫଳ ହୋଇଥିଲା । ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ । ପ୍ରଥମ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିବା ଓପନର ସଞ୍ଜୁ ସାମସନ ଖାତା ବି ଖୋଲି ପାରିନଥିଲେ । ସେହିଭଳି ଅଭିଷେକ ଶର୍ମା ମାତ୍ର 4 ରନ୍ କରି ଆଉଟ ହୋଇଥିବା ବେଳେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ବି 4 ରନ୍ କରି ପ୍ୟାଭିଲିଅନ ଫେରିଥିଲେ । ପରେ ତିଲକ ବର୍ମା 20 ରନ୍, ଅକ୍ଷର ପଟେଲ 27 ରନ, ରିଙ୍କୁ ସିଂହ 9 ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଯାଏ ନଟଆଉଟ ଥିଲେ ବି ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । 45 ବଲ ଖେଳି 39 ରନ୍ କରିଥିଲେ ପାଣ୍ଡ୍ୟା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ, ଗେରାଲ୍ଡ କେଏଟଜୀ, ଆଣ୍ଡିଲେ ସିମେଲାନେ, ଏଡେନ ମାର୍କରମ ଓ ନାବା ପିଟର ଗୋଟିଏ ଲେଖାଏ ସଫଳତା ପାଇଥିଲେ ।
125 ରନ୍ ବିଜୟଲକ୍ଷ୍ୟ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ମଧ୍ୟ ବେଶ ସଂଘର୍ଷ କରିବାକୁ ପଡିଥିଲା । 19 ଓଭର ପର୍ଯ୍ୟନ୍ତ ଯାଇଥିଲା ଖେଳ । ଆଉ ଦଳ 7ଟି ଓ୍ବିକେଟ ବି ହରାଇଥିଲା । ଦଳ ପକ୍ଷରୁ ରାନ୍ ରିକେଲଟନ୍ 13 ରନ୍ କରି ଆଉଟ ହୋଇଥିବା ବେଳେ ରିଜା ହେଣ୍ଡରିକ୍ସ 24 ରନ୍, ଏଡେନ୍ ମାର୍କରମ 3 ରନ୍, ମାର୍କୋ ଜନସେନ 7 ରନ, ହେନରିଚ୍ କ୍ଲାସେନ 2 ରନ୍, ଡେଭିଡ ମିଲର 0, ଆଣ୍ଡିଲେ ସିମେଲାନେ 7 ରନ୍ କରି ଆଉଟ ହୋଇଥିଲେ । ଟ୍ରିଷ୍ଟନ ଷ୍ଟବସ୍ ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହି 47 ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏକମାତ୍ର ବୋଲର ଭାବେ ଦକ୍ଷିଣ ଆଫ୍ରିକାକୁ ଅଡୁଆରେ ପକାଇବାକୁ ସକ୍ଷମ ହୋଇଥିଲେ । ସେ 4 ଓଭର ବୋଲିଂ କରି ମାତ୍ର 17 ରନ୍ ଦେଇ 5ଟି ଓ୍ବିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ଏହି କାରଣରୁ ହାରିଗଲା ଭାରତ:
ତେବେ ଭାରତ ପକ୍ଷରୁ ସ୍ପିନର ମାନେ ଭଲ ପ୍ରଦରନା କରିଥିବା ବେଳେ, ଯଶପ୍ରୀତ ବୁମରାହା ଏବଂ ମହମ୍ମଦ ଶାମି ଙ୍କ ଅନୁପସ୍ଥିତି ରେ ଭାରତର ପେଶ ଅଟ୍ଟାକ ବହୁତ ଦୁର୍ବଳ ଦେଖାଯାଉଥିଲା ଏବଂ ପେଶ ବୋଲର ମାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଭାରତ ହାରିଗଲା ଏହି ମ୍ୟାଚ ।